Posted inଫୁରସତ

ବ୍ୟକ୍ତିତ୍ୱ: ଔପନ୍ୟାସିକ କିରନ୍‌ ନାଗରକର

ସ୍ବାଧୀନୋତ୍ତର ଭାରତବର୍ଷର ସାହିତ୍ୟକୁ ଯେଉଁ କେତେଜଣ ଲେଖକ ବିଶ୍ୱ ସାହିତ୍ୟ ପରିସରରେ ପହଞ୍ଚାଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ କିରନ୍‌ ନାଗରକର। ଜଣେ ଭାରତୀୟ ଇଂଲିଶ ଲେଖକ ଭାବରେ ତାଙ୍କର ସୁଖ୍ୟାତି କେବଳ ଭାରତରେ ସୀମିତ ନୁହେଁ; ଅଧିକନ୍ତୁ ଦେଶ ବିଦେଶରେ ମଧ୍ୟ ସମ୍ପ୍ରସାରିତ। କିରନ୍‌ ନାଗରକର ଏକାଧାରରେ ଜଣେ ଔପନ୍ୟାସିକ, ନାଟ୍ୟକାର ଏବଂ ଚିତ୍ରନାଟ୍ୟ ଲେଖକ। ସେତିକି ନୁହେଁ ସେ ଜଣେ ମିଡିଆ ଲେଖକ ମଧ୍ୟ। ଡ୍ରାମା ଏବଂ ଫିଲ୍ମ ଉପରେ ତାଙ୍କର ରହିଛି ଅନେକ ସମାଲୋଚନାମୂଳକ ପ୍ରବନ୍ଧ ଓ ନିବନ୍ଧ। ସେଥିଲାଗି ସ୍ବାଧୀନୋତ୍ତର ଭାରତୀୟ ଲେଖକ ଭାବରେ ନାଗରକରଙ୍କ ରଚନା ସବୁକୁ ସାହିତ୍ୟ ସମାଲୋଚକମାନେ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଥାନ୍ତି। ତାଙ୍କର ରଚନାଗୁଡ଼ିକ ମଧ୍ୟରେ ରହିଛି ରାଓ୍ବନ୍‌ ଆଣ୍ଡ ଏଡି, କୁକୁଲ୍‌ଡ ଏବଂ ଆହୁରି ଅନେକ। ‘କୁକୋଲ୍‌ଡ’ ଉପନ୍ୟାସକୁ ତାଙ୍କର ଏକ ଏପିକ୍‌ ଉପନ୍ୟାସ ବୋଲି କୁହାଯାଇଥାଏ। ଏହି ଉପନ୍ୟାସ ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ମୁଖ୍ୟତଃ ଇଂଲିଶ ଭାଷାରେ ଲେଖୁଥିବା ବେଳେ ତାଙ୍କର ରଚନାସବୁ ଜର୍ମାନ ଆଦି ଭାଷାକୁ ଅନୁଦିତ ହୋଇ ବେଶ୍‌ ପ୍ରଶଂସା ଲାଭ କରିଛି।

ପରିବାର : ୧୯୪୨ ଏପ୍ରିଲ୍‌ ୨ ତାରିଖରେ ମୁମ୍ବାଇ (ସେତେବେଳର ବମ୍ବେ)ର ଏକ ମଧ୍ୟବିତ୍ତ ମରାଠା ପରିବାରରେ କିରନ୍‌ ନାଗରକର ଜନ୍ମଗ୍ରହଣ କରିଥିଲେ। ବାପା କମଲକାନ୍ତ ନାଗରକର ଏବଂ ମା’ ସୁଲୋଚନା ନାଗରକର। ସେ ପରିବାରର ଥିଲେ ତୃତୀୟ ସନ୍ତାନ। ତାଙ୍କ ଜେଜେବାପା ବି.ବି.ନାଗରକର ଥିଲେ ଜଣେ ବେଦଜ୍ଞ ବ୍ରାହ୍ମଣ। ୧୮୯୩, ସିକାଗୋ ଠାରେ ବିଶ୍ୱର ବିଦ୍ୱାନମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଶ୍ୱ ଧର୍ମ ସମ୍ମିଳନୀରେ ସେ ଯୋଗଦାନ କରିଥିଲେ।

ପ୍ରାଥମିକ ଶିକ୍ଷା: ମୁମ୍ବାଇରେ ନାଗରକରଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ପରେ ସେ ପୁଣେର ଫର୍ଗୁଶନ୍‌ କଲେଜ ଏବଂ ମୁମ୍ବାଇର ଏସ୍‌ଆଇଇଏସ୍‌ କଲେଜରୁ ଡିିଗ୍ରୀ ହାସଲ କରିଥିଲେ। ୧୯୬୪ରେ ସେ ସ୍ନାତକ ଏବଂ ୧୯୬୭ରେ ସେ ଇଂଲିଶ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପାଠପଢ଼ା ସରିବା ପରେ ସେ ଚାକିରି ସନ୍ଧାନରେ ଥିବା ଅବସରରେ ତାଙ୍କୁ ଏକ କପି ରାଇଟର ଚାକିରି ମିଳି ଯାଇଥିଲା। ସେ ଏକ ଆଡଭର୍ଟାଇଜିଂ ଅନୁଷ୍ଠାନରେ ୧୫ବର୍ଷ ଧରି କପି ରାଇଟର ଭାବେ କାର୍ଯ୍ୟ କରିଥିଲେ।

ସାହିତ୍ୟ ସୃଷ୍ଟି : ଭାରତୀୟ ସାହିତ୍ୟରେ ନାଗରକର ଏକ ଅତି ପରିଚିତ ନଁା। ସେ ମୁଖ୍ୟତଃ ଜଣେ ଭାରତୀୟ ଇଂଲିଶ ଲେଖକ ବୋଲି ବିବେଚିତ ହେଉଥିଲେ ମଧ୍ୟ ସେ ତାଙ୍କର ପ୍ରଥମ ବହି ଲେଖିଥିଲେ ମାତୃଭାଷା ମରାଠୀରେ। ବହିର ନାମ ଥିଲା ‘ସାତ ସକାମ ତ୍ରିଚାଲିଶ’। ଏହି ବହିକୁ ଇଂଲିଶରେ ଅନୁବାଦ କରିଥିଲେ ଶୁଭା ସ୍ଲି। ଇଂଲିଶ ଅନୁଦିତ ପୁସ୍ତକର ନାମ ଥିଲା ‘ସେଭେନ୍‌ ସିକ୍ସେସ୍‌ ଆର ଫର୍ଟି ଥ୍ରୀ’। ଏହି ପୁସ୍ତକକୁ ମରାଠୀ ଭାଷାର ଏକ ମାଇଲଷ୍ଟୋନ ବୋଲି କୁହାଯାଇଥାଏ। ତାଙ୍କର ଦ୍ୱିତୀୟ ପୁସ୍ତକ ‘ରାଓ୍ବନ୍‌ ଆଣ୍ଡ ଏଡି’କୁ ସେ ତ ମରାଠୀ ଭାଷାରେ ଆରମ୍ଭ କରିଥିଲେ। ମାତ୍ର ପରେ ସେ ତାହାକୁ ଇଂଲିଶରେ ହିଁ ଲେଖିଲେ ଆଉ ଶେଷ କଲେ। ଏହା ପରେ ସେ ତାଙ୍କର ସମସ୍ତ ପୁସ୍ତକ ସେ ଇଂଲିଶ ଭାଷାରେ ହିଁ ରଚନା କରିଥିଲେ। ପରେ ସେଗୁଡ଼ିକ ଅନ୍ୟାନ୍ୟ ଆଞ୍ଚଳିକ ତଥା ବିଦେଶୀ ଭାଷାକୁ ଅନୁଦିତ ହୋଇଥିଲା।

ଏପିକ୍‌ ନଭେଲ୍‌ : ନାଗରକରଙ୍କ ତୃତୀୟ ଉପନ୍ୟାସର ନାମ ‘କୁକୁଲ୍‌ଡ’। ମୀରାବାଈଙ୍କ ସ୍ବାମୀ ଭୋଜରାଜଙ୍କ ରହସ୍ୟମୟ ଜୀବନ କାହାଣୀକୁ ଆଧାର କରି ସେ ଏହି ଉପନ୍ୟାସ ରଚନା ଆରମ୍ଭ କରିଥିଲେ। ଏହାକୁ ଶେଷ କରିବା ପାଇଁ ତାଙ୍କୁ ପାଖାପାଖି ନ’ବର୍ଷ ଲାଗିଯାଇଥିଲା। ଏହି ଉପନ୍ୟାସ ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେହିଭଳି ଆଉ ଏକ ଉପନ୍ୟାସକୁ ତାଙ୍କର ମାଇଲଖୁଣ୍ଟ ବୋଲି କ୍ରିଟିକ୍‌ମାନେ ଦାବି କରନ୍ତି। ତାହା ହେଉଛି ‘ଗଡ୍ସ ଲିଟିଲ୍‌ ସୋଲଜର’। ଏକ ଉଦାରବାଦୀ ମୁସଲିମ୍‌ ବାଳକକୁ ନେଇ ରଚିିତ ଏହି ଉପନ୍ୟାସରେ ରୂଢ଼ିବାଦୀ ସମାଜକୁ ତୀବ୍ର ସମାଲୋଚନା କରାଯାଇଛି।

୨୦୧୯ ସେପ୍ଟେମ୍ବର ୨ ତାରିଖରେ ନାଗରକରଙ୍କ ପରଲୋକ ଘଟିଥିଲା। ସେ ମସ୍ତିଷ୍କ ପ୍ରଦାହର ଶିକାର ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଅଜଗରକୁ କୋଳରେ ଧରି ରିଲ୍ସ କରୁଥିଲେ ମହିଳା,ଏବେ ଭଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୦।୦୬: ସୋସିଆଲ ମିଡିଆରେ ଲୋକମାନେ ଲାଇକ ଏବଂ ଭ୍ୟୁ ପାଇଁ କେତେ ଦୂର ଯାଆନ୍ତି ତାହା ଦେଖାଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସାମ୍ନାକୁ ଆସିଛି। ବର୍ତ୍ତମାନ…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri