Posted inଫୁରସତ

ବ୍ୟକ୍ତିତ୍ୱ: ଆମେରିକୀୟ ଲେଖିକା ଜୋୟେସ କାରୋଲ୍‌

ପୂରାନାମ ଜୋୟେସ୍‌ କାରୋଲ୍‌ ଓଏଟସ୍‌। ତେବେ ସେ ଜୋୟେସ୍‌ କାରୋଲ୍‌ ଭାବରେ ହିଁ ବେଶି ପରିଚିତ। ମୂଳତଃ ଜଣେ ଆମେରିକୀୟ ଲେଖିକା ହୋଇଥିଲେ ମଧ୍ୟ ସାମ୍ପ୍ରତିକ ବିଶ୍ୱ ସାହିତ୍ୟରେ ତାଙ୍କର ଗୁରୁତ୍ୱକୁ ଅଣଦେଖା କରିହୁଏନାହିଁ। କାରୋଲ୍‌ଙ୍କ ପ୍ରଥମ ଉପନ୍ୟାସ ପ୍ରକାଶ ପାଏ ୧୯୬୨ରେ। ତା’ପରଠୁ ଏଯାବତ ତାଙ୍କର ୫୮ଟି ଉପନ୍ୟାସ ପ୍ରକାଶିତ ହୋଇସାରିଛି। ଏତଦ୍‌ବ୍ୟତୀତ ଅନେକ ଉପନ୍ୟାସ ଏବଂ ନାଟକର ସେ ମଧ୍ୟ ରଚୟିତା। କେବଳ ସେତିକିନୁହେଁ, ସେ ନିଜକୁ କେବଳ ଉପନ୍ୟାସ, ଉପନ୍ୟାସିକା ଅଥବା ନାଟକ ମଧ୍ୟରେ ସୀମିତ କରି ରଖିନାହାନ୍ତି। ଏଥିସହିତ ସେ ଜଣେ ଗାଳ୍ପିକା ଏବଂ କବୟିତ୍ରୀ ମଧ୍ୟ। ନିଜର ବହୁମୁଖୀ ପ୍ରତିଭା ପାଇଁ ତାଙ୍କୁ ମିଳିଛି ଅନେକ ସ୍ବୀକୃତି ଓ ସମ୍ମାନ। ଉପନ୍ୟାସ ‘ଦେମ୍‌’ ପାଇଁ ତାଙ୍କୁ ‘ନ୍ୟାଶନାଲ ବୁକ୍‌ ଆଓ୍ବାର୍ଡ’ ମିଳିଥିବା ବେଳେ ଆମେରିକାର ସର୍ବଶ୍ରେଷ୍ଠ ପୁରସ୍କାର ‘ଓ.ହେନରୀ ଆଓ୍ବାର୍ଡ’ ସେ ଦୁଇଥର ହାସଲ କରିଛନ୍ତି। ସେହିଭଳି ବ୍ଲାକ୍‌ ଓ୍ବାଟର, ହ୍ବାଟ ଆଇ ଲିଭ୍‌ଡ ଫର, ବ୍ଲଣ୍ଡେ ଆଦି ଉପନ୍ୟାସ ତଥା ଦି ହ୍ବିଲ ଅଫ୍‌ ଲଭ୍‌ ଭଳି ତାଙ୍କର ଗଳ୍ପ ସଂକଳନଗୁଡ଼ିକ ଏକାଧିକଥର ପୁଲିଜର ପ୍ରାଇଜ୍‌ର ସର୍ବଶେଷ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିଛନ୍ତି। ବୃତ୍ତିରେ ଜଣେ ଅଧ୍ୟାପିକା କାରୋଲ୍‌ଙ୍କ ପ୍ରବୃତ୍ତି ହେଉଛି କେବଳ ଲେଖିବା।

ଜନ୍ମ ଓ ପରିବାର : ୧୯୩୮ ମସିହା ଜୁନ୍‌ ୧୬ ତାରିଖରେ ନ୍ୟୁୟର୍କର ଲକ୍‌ପୋର୍ଟଠାରେ କାରୋଲ୍‌ଙ୍କ ଜନ୍ମ। ପରିବାରର ତିନିପିଲାଙ୍କ ମଧ୍ୟରେ ସେ ଥିଲେ ସବା ବଡ଼। ବାପା ଫ୍ରେଡେରିକ୍‌ ଜେମ୍ସ ଥିଲେ ଜଣେ ଡିଜାଇନର। ମା’ କାରୋଲିନା ଥିଲେ ଜଣେ ହୋମ୍‌ ମେକର। ବାପା ଆମେରିକାର ହୋଇଥିବା ବେଳେ ମା’ ଥିଲେ ହଙ୍ଗେରୀର ନାଗରିକ। ସହରଠୁ ବେଶ୍‌ କିଛି ଦୂରରେ ଥିଲା ତାଙ୍କ ବାପାଙ୍କର ଫାର୍ମହାଉସ୍‌। ଆଉ ସେହି ଫାର୍ମହାଉସ୍‌ରେ ହିଁ ବିତିଥିଲା କାରୋଲଙ୍କ ଶୈଶବ ଏବଂ ଯୌବନ। ତାଙ୍କ ତଳେ ଭାଇ ଫ୍ରେଡେରିକ୍‌ ଜୁନିଅର। ସବାସାନ ଭଉଣୀ ଲିନ୍‌ ଆନ୍‌ ଥିଲେ ଅଟିଷ୍ଟିକ୍‌ ପୀଡ଼ିତ ବାଳିକା। ଯା’ହେଉ ସେମାନଙ୍କ ଗହଣରେ ହସିଖେଳି ବଢ଼ିଥିବା କାରୋଲ୍‌ଙ୍କ ପାଇଁ ତାଙ୍କ ଘର ଥିଲା ସବୁଠୁ ପ୍ରିୟ ସ୍ଥାନ। ସେ ତାଙ୍କ ପରିବାରକୁ ବିଶ୍ୱର ସବୁଠୁ ଭଲ ପରିବାର ବୋଲି ଉଲ୍ଲେଖ କରନ୍ତି। ତାଙ୍କ ମତରେ ସେଠାରେ ସୁଖଥିଲା, ଦୁଃଖଥିଲା, ଭାଇଭଉଣୀଙ୍କ ମଧ୍ୟରେ କଳିଝଗଡ଼ା ଥିଲା। ଆଉ ତାହା ହିଁ ତାଙ୍କୁ ବଡ଼ ହେବାରେ ସାହାଯ୍ୟ କରିଥିଲା। ପିଲାବେଳେ ତାଙ୍କର ସବୁଠୁ ବେଶି ସମୟ କଟିଥିଲା ତାଙ୍କ ଜେଜେମା’ ବ୍ଲାଞ୍ଚେଙ୍କ ନିକଟରେ। ଜେଜେମା’ଙ୍କ ସ୍ମୃତି ତାଙ୍କ ଭିତରେ ଏତେ ପ୍ରବଳ ଯେ, ସେ ତାଙ୍କର ବହୁ ଉପନ୍ୟାସ ତଥା ଗଳ୍ପରେ ତାହାକୁ ରୂପାୟିତ କରିଛନ୍ତି।

ସ୍କଲାରଶିପ୍‌ : କାରୋଲ୍‌ ସ୍କଲାରଶିପ୍‌ ପାଇଁ ସିରାକସ୍‌ ୟୁନିଭର୍ସିଟିକୁ ଗଲେ। ଏହା ତାଙ୍କର ଏକ ସ୍ବପ୍ନ ଥିଲା। ସେ ଜାଣିଥିଲେ ଯେ, ଏହି ୟୁନିଭର୍ସିଟିରେ ସାହିତ୍ୟକୁ ସବୁଠୁ ବେଶି ପ୍ରାଧାନ୍ୟ ଦିଆଯାଇଥାଏ। ଆଉ ସେ ପିଲାଟି ବେଳରୁ ଜଣେ ସାହିତି୍ୟକ ହେବେ ବୋଲି ନିର୍ଣ୍ଣୟ କରିସାରିଥିଲେ। ସେଠାରେ ସେ ଗୋଟିଏ କଥା ଶିଖିଲେ। ତାହା ହେଉଛି ଉପନ୍ୟାସ ବା ଗପଟିଏ ଲେଖ। ଆଉ ତାକୁ ବାହାରକୁ ଫୋପାଡ଼ିଦିଅ। ଅର୍ଥାତ୍‌ ତାହା ଉପରେ ଆଉ ବେଶି ଗୁରୁତ୍ୱ ନ ଦେଇ ଅନ୍ୟ ଏକ ଉପନ୍ୟାସ ବା ଗପ ଲେଖିବା ଆରମ୍ଭ କରିଦିଅ। ସେଇଠି ସେ ଶିଖିଲେ କିଭଳି ଗୋଟିଏ ଉପନ୍ୟାସ ସରିବା କ୍ଷଣି ଆଉ ଏକ ଉପନ୍ୟାସ ଲେଖିବା ଆରମ୍ଭ କରାଯାଇ ପାରିବ। ସେଠାରେ ଏକ ଖୁବ୍‌ ବଡ଼ ଲାଇବ୍ରେରି ଥିଲା। ସେହି ଲାଇବ୍ରେରିରେ ସେ ଫ୍ରାନ୍‌ଜ କାଫ୍‌କା, ଡି.ଏଚ୍‌.ଲରେନ୍ସ, ଥମାସ୍‌ ମନ୍‌ଙ୍କ ଭଳି ବିଶ୍ୱ ବିଖ୍ୟାତ ଲେଖକମାନଙ୍କୁ ପଢ଼ିବାର ସୁଯୋଗ ପାଇଲେ। ଫଳରେ ତାଙ୍କର ଦୃଷ୍ଟି ଦିଗନ୍ତର ବିକାଶ ଘଟିଥିଲା; ଯାହା ତାଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଖର ସାହିତ୍ୟ ମନସ୍କ କରିବାରେ ସହାୟକ ହୋଇଥିଲା। ଏହାପରେ କାରୋଲ୍‌ ରାଇସ୍‌ ୟୁନିଭର୍ସିଟିକୁ ପିଏଚ୍‌ଡି ପାଇଁ ଗଲେ। ସେଠାରେ ପିଏଚ୍‌ଡି କରୁଥିବା ବେଳେ ନିଷ୍ପତ୍ତି ନେଇଥିଲେ ଯେ, ସେ ଜଣେ ଫୁଲ-ଟାଇମ୍‌ ରାଇଟର ହେବେ।

ସାହିତ୍ୟରେ କ୍ୟାରିୟର : କାରୋଲ୍‌ଙ୍କ ପ୍ରଥମ ଉପନ୍ୟାସ ‘ଓ୍ବିଥ୍‌ ସଡରିଙ୍ଗ୍‌ ଫଲ୍‌’ ପ୍ରକାଶିତ ହେଲା ୧୯୬୪ ମସିହାରେ। ସେତେବେଳେ ତାଙ୍କୁ ମାତ୍ର ୨୬ବର୍ଷ। ପରେପରେ ଗପ ‘ହ୍ବେର ଆର ୟୁ ଗୋଇଙ୍ଗ୍‌’। ଦ୍ୱିତୀୟ ଗଳ୍ପ ‘ଇନ୍‌ ଏ ରିଜିଅନ୍‌ ଅଫ୍‌ ଆଇସ୍‌’ ପାଇଁ ସେ ପାଇଲେ ଓ.ହେନରୀ ଆଓ୍ବାର୍ଡ। ପ୍ରକାଶ ପାଇଲା ଦ୍ୱିତୀୟ ଉପନ୍ୟାସ ‘ଏ ଗାର୍ଡେନ୍‌ ଅଫ୍‌ ଆର୍ଥଲୀ ଡିଲାଇଟ୍‌ସ’। ପ୍ରଥମ ଓ ଦ୍ୱିତୀୟ ଉପନ୍ୟାସ ‘ନ୍ୟାଶନାଲ ବୁକ୍‌ ଆଓ୍ବାର୍ଡ଼’ର ଫାଇନାଲକୁ ଯାଇଥିଲେ ମଧ୍ୟ କାଟ୍‌ ଖାଇ ଯାଇଥିଲା। ତେବେ ତୃତୀୟ ଉପନ୍ୟାସ ‘ଦେମ୍‌ ’ ହିଁ ତାଙ୍କୁ ଆଣିଦେଲା ଏହି ପୁରସ୍କାର।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?