Posted inଖେଳ

ବ୍ୟକ୍ତିଗତ ଟିପ୍ପଣୀ ଦେଇ ଷ୍ଟୋଇନିସ୍‌ ଦଣ୍ଡିତ

ସିଡନୀ,୫।୧(ଏଏଫ୍‌ପି): ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ସାଥି ଖେଳାଳିଙ୍କୁ ବ୍ୟକ୍ତିଗତ ଟିପ୍ପଣୀ ଦେଇ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ବିଗ୍‌ ବାସ୍‌ ଟି୨୦ ଲିଗ୍‌ରେ ଶନିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏକ ମ୍ୟାଚ୍‌ ଖେଳିବା ଅବସରରେ ସେ ଅନ୍ୟତମ ଅଷ୍ଟ୍ରେଲିଆ ଖେଳାଳି କେନ୍‌ ରିଚାର୍ଡସନଙ୍କୁ ଆକ୍ଷେପ କରି ବ୍ୟକ୍ତିଗତ ଟିପ୍ପଣୀ ଦେଇଥିବାରୁ କ୍ରିକେଟ ଅଷ୍ଟ୍ରେଲିଆର ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ଫଳରେ ତାଙ୍କ ଉପରେ ୫,୨୦୦ ଆମେରିକୀୟ ଡଲାର ଜରିମାନା ଧାର୍ଯ୍ୟ କରାଯାଇଛି। ମେଲବୋର୍ନ ଷ୍ଟାର୍ସ ତରଫରୁ ଖେଳୁଥିବା ଷ୍ଟୋଇନିସ୍‌ ନିଜ ଭୁଲ ସ୍ବୀକାର କରିଛନ୍ତି ଓ ଏଥିପାଇଁ କ୍ଷମା ମଧ୍ୟ ମାଗିଛନ୍ତି। ଆକ୍ଷେପ କରିବା ପରେ ଭୁଲ କରିଛି ବୋଲି ଜାଣିପାରିଥିଲି ଓ ସଙ୍ଗେସଙ୍ଗେ ରିଚାର୍ଡସନ ଓ ଫିଲ୍ଡ ଅମ୍ପାରଙ୍କୁ କ୍ଷମା ମାଗିଥିଲି ବୋଲି ଷ୍ଟୋଇନିସ କହିଛନ୍ତି। ଉଲ୍ଲେଖଥାଉ କି, ଚଳିତ ବର୍ଷ ବିଗ୍‌ ବାସ ଲିଗ୍‌ରେ ଷ୍ଟୋଇନିସ ସର୍ବାଧିକ ୨୮୧ ରନ ସଂଗ୍ରହ କରିଛନ୍ତି। କିନ୍ତୁ ସେ ଭାରତ ଗସ୍ତ ପାଇଁ ଘୋଷିତ ଦିନିକିଆ ଦଳରୁ ବାଦ୍‌ ପଡିଛନ୍ତି। ତେବେ ରିଚାର୍ଡସନ ଏହି ଦଳରେ ସ୍ଥାନ ପାଇଛନ୍ତି।
ପୂର୍ବରୁ ୬ ସପ୍ତାହ ତଳେ ଦ୍ରୁତ ବୋଲର ଜେମ୍ସ ପାଟିନସନ ଏକ ସେଫିଲ୍ଡ ସିଲ୍ଡ ମ୍ୟାଚ୍‌ ଖେଳିବା ଅବସରରେ ପ୍ରତିପକ୍ଷ ଖେଳାଳିଙ୍କୁ ଗାଳି ଦେଇ ଗୋଟିଏ ଟେଷ୍ଟରୁ ବାସନ୍ଦ ହୋଇଥିଲେ। ଫଳରେ ନଭେମ୍ବରରେ ସେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିପାରି ନ ଥିଲେ। ୧୨ ମାସ ମଧ୍ୟରେ ସେ ତୃତୀୟ ଥର ପାଇଁ ଏପରି ଭୁଲ କରିଥିଲେ। କ୍ରିକେଟରେ ଏଭଳି ଆଚରଣ ଗ୍ରହଣୀୟ ନୁହଁ ଓ ଏ ନେଇ ଆମେ ଉଚିତ୍‌ ପଦକ୍ଷେପ ନେଇଛୁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ହେଡ୍‌ ଅଫ୍‌ ଇଣ୍ଟିଗ୍ରିଟି ଓ ସିକ୍ୟୁରିଟି ମୁଖ୍ୟ ସିନ କାରୋଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିନେଶଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୁର ସୁଲତାନ(କାଜଖସ୍ତାନ),୧୮।୯(ପିଟି): ଭାରତୀୟ ଷ୍ଟାର ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗତ ୫୩ କିଗ୍ରା ବର୍ଗରେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ଏଠାରେ...

କ୍ରିକେଟ୍‌ ଇତିହାସରେ ଭାରତ ପାଇଁ ଆଜି ସ୍ମରଣୀୟ ଦିନ, ଯାହା ସବୁବେଳେ ମନେ ରହିବ

ଜୁନ ୧୮, ୧୯୮୩, ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ମରଣୀୟ ଦିନ। ଆଜିକୁ ଠିକ୍‌ ୩୭ ବର୍ଷ ପୂର୍ବେ ହରିୟାଣାର ହରିକେନ୍‌ କୁହାଯାଉଥିବା କପିଳ ଦେବ...

ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡ଼ିଲେ ରୋନାଲ୍ଡୋ

ଲିସବନ୍‌,୧୭।୧୧: ଫିଫା ବିଶ୍ୱକପ୍‌ ୨୦୨୨ ପୂର୍ବରୁ ପର୍ତ୍ତୁଗାଲର ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ ପଡିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। ପେଟ ସମସ୍ୟା କାରଣରୁ ସେ ଓ୍ବାର୍ମଅପ୍‌ ମ୍ୟାଚରୁ ବାଦ...

୧୦୦ ଅନ୍ତର୍ଜାତୀୟ ଟି୨୦ ଖେଳିଥିବା କ୍ଲବରେ ଆଲିସା ହେଲି

ସିଡ୍‌ନୀ,୩୦।୯(ପିଟି): ଗତକିଛି ବର୍ଷ ହେଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇ ରହିଥିବା ଉଇକେଟକିପର ଆଲିସା ହେଲି ସୋମବାର କ୍ୟାରିୟରର ୧୦୦ତମ ଟି୨୦...

ଫ୍ରାନ୍ସ ଫୁଟବଲ ଦଳରେ ହେନରୀ

ପ୍ୟାରିସ୍‌,୨୦।୧୧(ଏପି): ମହିଳା ମିଡ୍‌ଫିଲ୍ଡର ଆମାଣ୍ଡିନ୍‌ ହେନରୀଙ୍କୁ ଫ୍ରାନ୍ସ ଫୁଟବଲ ଦଳରେ ସାମିଲ କରାଯାଇଛି। କଡ଼ା ସମାଲୋଚନା ସତ୍ତ୍ୱେ କୋଚ୍‌ କୋରିନ ଡିଆକ୍ରେ ତାଙ୍କୁ ଗୁରୁବାର ଦଳରେ...

ଶୁକ୍ରବାରଠାରୁ ଦିଲ୍ଲୀରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ…

ନୂଆଦିଲ୍ଲୀ,୧୬।୨ : ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ନାଗପୁରରେ ୧୩୨ ରନ ଏବଂ ଏକ ଇନିଂସରେ ପରାସ୍ତ କରି ଭାରତୀୟ ଦଳ ଏକ...

ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ଶ୍ରୀଲଙ୍କା, ୫୦ ରନ୍‌ରେ ୫ ଓ୍ବିକେଟ…

ବେଙ୍ଗାଲୁରୁ,୧୨।୩ : ଭାରତ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗଲୁରୁର ଚିନ୍ନାସ୍ବାମୀ ଷ୍ଟାଡ଼ିୟମ୍‌ରେ ଚାଲିଥିବା ଦିବାରାତ୍ର ଟେଷ୍ଟ୍‌ କ୍ରିକେଟ୍‌ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଭାରତ ଅଲଆଉଟ୍‌ ହେବା ସହିତ...

ଗଲ୍ଫ ଟୁର ଚାମ୍ପିୟନଶନିପ୍‌: ବଜ୍ରପାତରେ ୬ ପ୍ରଶଂସକ ଆହତ

ଆଟଲାଣ୍ଟା, ୨୫।୮: ଏଠାରେ ଚାଲିଥିବା ଗଲ୍ଫ ଟୁର ଚାମ୍ପିୟନଶିପ୍‌ ଅବସରରେ ଏକ ଅଘଟଣ ଘଟିଛି। ଚାମ୍ପିୟନଶିପ୍‌ର ତୃତୀୟ ରାଉଣ୍ଡ ଖେଳ ଅବସରରେ ହଠାତ୍‌ ଗଲ୍ଫ କୋର୍ସରେ...

Advertisement
Archives

Model This Week