ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ: ୪ ଶିକ୍ଷକଙ୍କ ଦିନକର ଦରମା ବନ୍ଦ

ଚନ୍ଦାହାଣ୍ଡି,୧୯।୮(ଡି.ଏନ.ଏ)-ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ୪ ଜଣ ଶିକ୍ଷକ ସ୍କୁଲକୁ ଠିକ ସମୟରେ ଆସି ନଥିବାରୁ ସେମାନଙ୍କଙ୍କ ଦିନକର ଦରମା ବ୍ଲକ ଶିକ୍ଷା ଅଧିକାରୀ ଭଜନଲାଲ ମାଝି ବନ୍ଦ କରିଛନ୍ତି। ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଭଜନଲାଲ ମାଝୀ ଏବଂ ଏବିଇଓ ପ୍ରେମଚାନ୍ଦସିଂ ଧୁରୁଆ ସୋମବାର ଅଚାନକ ପରିଦର୍ଶନରେ ଯାଇଥିଲେ ା ଦଳବେଡା ପଞ୍ଚାୟତ ଅଧିନସ୍ଥ ଭାଟିପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମିତ ଖମାରୀ , ସହକାରୀ ଶିକ୍ଷକ ମାଧବ ପାରୀ ଏବଂ ଲିଙ୍ଗରାଜ ବଗର୍ତି ସମୟ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ପହଞ୍ଚି ନଥିବା ଦେଖିବାକୁ ପାଇଥିଲେ ା ଏହାପରେ ଦଳବେଡା ପଞ୍ଚାୟତ ଅଧିନସ୍ଥ କରାଡଙ୍ଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ ା ସେହି ବିଦ୍ୟାଳୟରେ ସହକାରୀ ଶିକ୍ଷକ ହେମଧର ନାୟକ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ ା ବିଦ୍ୟାଳୟରେ ଛାତ୍ରୀଛାତ୍ରମାନେ ଆସି ଏଣେ ତେଣେ ବୁଲୁ ଥିଲେ। ଶିକ୍ଷକମାନେ ଅନୁପସ୍ଥିତ ଥିବାରୁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି ା ଉକ୍ତ ସମସ୍ତ ଶିକ୍ଷକଙ୍କ ଦିନକର ଦରମା ବନ୍ଦ କରାଯାଇଥିବା ଭଜନଲାଲ ସୂଚନା ଦେଇଛନ୍ତିି ା ଆଗାମୀ ଦିନରେ ବ୍ଲକର ସମସ୍ତ ବିଦ୍ୟାଳୟକୁ ନିୟମିତ ପରିଦର୍ଶନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ପୁଣି ୫୦ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮କୁ ବୃଦ୍ଧି

ଛତ୍ରପୁର,୨୬ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ଜିଲାରେ ଦିନକରେ ୫୦ ନୂଆ କରୋନା...

ପୋଷା କୁକୁର ଯୋଗୁ ପରିବାର ଲୋକଙ୍କ ଜୀବନ ରକ୍ଷା ହେଲା

ଜଟଣୀ,୧।୨(ଡି.ଏନ.ଏ.): ପୋଷା କୁକୁର ନାଗ ସାପକୁ ଅଟକାଇବା ଦ୍ୱାରା ପରିବାର ଲୋକଙ୍କ ଜୀବନ ରକ୍ଷା ହୋଇଛି। ଏଭଳି ଦେଖିବାକୁ ମଳିଛି ଜଟଣୀ କୁଦିଆରୀ ଗ୍ରାମରେ ସରୋଜ...

ବିଉଟି ପାର୍ଲର ଖୋଲିବାକୁ ଦାବି

ଝାରସୁଗୁଡା ଅଫିସ,୨୮।୫- ଓଡିଶା ବିଉଟି ଆସୋସିଏଶନ ଝାରସୁଗୁଡା ଜିଲା ଶାଖା ପକ୍ଷରୁ ଗୁରୁବାର ସହରର ସମସ୍ତ ବିଉଟି ପାର୍ଲର ଖୋଲିବାକୁ ଦାବି କରାଯାଇଛି। ସଂଘର ସଭାନେତ୍ରୀ...

ବ୍ରାହ୍ମଣୀଗାଁ ବନାଞ୍ଚଳରେ ବାଘ ଆତଙ୍କ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୩।୭(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଗତ ଦୁଇଦିନ ହେଲା ବାଘ ଆତଙ୍କ ଦେଖାଯାଇଛି। ବାଘକୁ କେହି ଦେଖି ନ ଥିଲେ ମଧ୍ୟ ବନାଞ୍ଚଳ ଅନ୍ତର୍ଗତ...

ଡାକ୍ତରଖାନା ଶୌଚାଳୟରେ ତାଲା: ଶୌଚ ହେବାକୁ ଯାଇ ବୃଦ୍ଧା ହୀନସ୍ତା

ଭୁବନ, ୮।୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଚାଳନାଗତ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚତ୍ଛି। କେତେବେଳେ ବର୍ଷା ପାଣିରେ ରୋଗୀ ଘାଣ୍ଟି ହେଉଛନ୍ତି ତ,...

ପୋଖରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଛେଣ୍ଡିପଦା,୪ା୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ପଞ୍ଚାୟତର ଧୁଡ଼ାମାଳ ପୋଖରୀରୁ ଗୁରୁବାର ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଛେଣ୍ଡିପଦା ଗ୍ରାମର କିଛି...

ବାଇକ ଉପରେ ପଡ଼ିଲା ଗଛ: ଶିଶୁପୁତ୍ର ମୃତ

ଯାଜପୁର ଅଫିସ,୨୭।୨: ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକ ନିକଟରେ ଶନିବାର ପୂର୍ବାହ୍ନରେ ଗଛ ଡାଳପଡି ଜଣେ ୩ ବର୍ଷର ଶିଶୁଙ୍କ ମୃତ୍ୟୁ ଘଟିଛି।...

ପରଶାସନର ଭୁଲ୍‌ ଲାଗି ରୁଗୀ ଦହଗଁଜ୍‌

  ଲାଠୋର, ୮।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ପରଶାସନର ଭୁଲ୍‌ ଲାଗି ଗଇନ୍ଦିମାଲ ଗଁାର ପକ୍ଷାଘାତ ରୁଗୀ ଲଛମନ କୁମ୍ଭାର(୫୭) ଚିକିଛା କରେଇ...

Advertisement


Archives

Model This Week