ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଶୁକ୍ରବାର ଛେଣ୍ଡିପଦା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସ୍ବାସ୍ଥ୍ୟକେନ୍ଦ୍ର ଉପସ୍ଥାନ ଖାତାରେ କୋଭିଡ-୧୯ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅନୁପସ୍ଥିତ ଦର୍ଶାଯାଇଥିଲା। ଏ ନେଇ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପଚାରିଥିଲେ। ଏହାକୁ ନେଇ ସମ୍ପୃକ୍ତ ଡାକ୍ତର ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ଗାଳି କରିବା ସହ ମାଡ଼ ମାରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ସମ୍ପର୍କରେ ସମ୍ପୃକ୍ତ ଡାକ୍ତର କହିଛନ୍ତି, କୋଭିଡ-୧୯ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା କର୍ମଚାରୀମାନେ ସକାଳ ସାଢେ ୭ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ନିମନ୍ତେ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ କର୍ମଚାରୀମାନେ ଠିକ୍ ସମୟରେ ଆସୁ ନ ଥିବାରୁ ଉପସ୍ଥାନ ଖାତାରେ ଅନୁପସ୍ଥିତ ଦର୍ଶାଯାଇଥିଲା। ପରେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ତାଙ୍କ କାର୍ଯ୍ୟାଳୟକୁ ଆସି ଯୁକ୍ତିତର୍କ କରିବା ସହ ଚେୟାରକୁ ଗୋଇଠା ମାରିଥିଲେ। ଫଳରେ ସେମାନଙ୍କୁ କାର୍ଯ୍ୟାଳୟରୁ ବାହାର କରିଦେଇଥିଲି। ମାଡ଼ ମାରିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇ ଥାନାରେ ଅଭିଯୋଗ କରିବେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ଏ ନେଇ ଆଇଆଇସି କନକ ମାଝି କହିଛନ୍ତି, ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯିବ।
ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କୁ ମାଡ଼ ଅଭିଯୋଗ: ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଉପସ୍ଥାନକୁ ନେଇ ବିବାଦ
Posted inଅନୁଗୋଳ, ଆମ ଜିଲା ଖବର View All

କ୍ରୀଡ଼ାରେ କରୋନା ବେଡ଼ି
ଢେଙ୍କାନାଳ ଅଫିସ, ୧୨।୮ – କରୋନା ମାଡ଼ରେ ଦୋହଲିଯାଇଛି ସମଗ୍ର କ୍ରୀଡ଼ାଜଗତ। ଦୀର୍ଘ ୫ମାସ ହେଲା ଷ୍ଟାଡିୟମ ଶୂନଶାନ। ସଂକ୍ରମଣ ଆଶଙ୍କାରେ ବନ୍ଦ ହୋଇଯାଇଛି ସମସ୍ତ...

୯ ମାସ ବିତିଲା: ବାହାରିନି ରେଜଲ୍ଟ
କଟକ ଅଫିସ, ୨୩।୯:ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଗତ ୨୦ ତାରିଖରୁ ପିଜି ଏବଂ ୟୁଜିର ଶେଷ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଛି। ଛାତ୍ରୀଛାତ୍ରମାନେ ଘରେ ରହି ଅନ୍ଲାଇନରେ...

୧୬ ଦୋକାନୀଙ୍କୁ ନୋଟିସ
ଅନୁଗୋଳ ଅଫିସ, ୬।୫ – ଲକ୍ଡାଉନ କଟକଣା କୋହଳ ହେବା ପରେ ଅନୁଗୋଳ ଜିଲା ଓ ସହରର ଦୋକାନ ବଜାର ଖୋଲିବାକୁ ଜିଲା ପ୍ରଶାସନ ପକ୍ଷରୁ...

ଗୋପାଳପୁର ବନ୍ଦରରେ ଲାଗିଲା ପ୍ରଥମ ବୃହତ ଜାହାଜ
ବ୍ରହ୍ମପୁର ଅଫିସ୍/ଛତ୍ରପୁର ୧୫ା୧୦ (ଡି.ଏନ.ଏ)-ଗଞ୍ଜାମ ଜିଲା ଗୋପାଳପୁର ବନ୍ଦରରେ ପ୍ରଥମ ଥର ଲାଗି ବୃହତ ମାଲ୍ବାହୀ ଜାହାଜ ଲାଗିଛି । ଏଥିରେ ୧ ଲକ୍ଷ ୫ହଜାର...

ଥାଣେ, କୋଏମ୍ବାଟୁରରୁ ଫେରିଲେ ୭୬୩ ପ୍ରବାସୀ
ଖୋର୍ଦ୍ଧା ଅଫିସ,୧୪ା୫: ମହାରାଷ୍ଟ୍ରର ଥାଣେ ଏବଂ ତାମିଲନାଡୁର କୋଏମ୍ବାଟୁରରୁ ୨ଟି ଟ୍ରେନରେ ବୁଧବାର ୭୬୩ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ଷ୍ଟେଶନ ପରିସରରେ ସେମାନଙ୍କ ସ୍କ୍ରିନିଂ ସହ...

ଲାଞ୍ଚ ନେଇ କନିଷ୍ଠ କିରାଣି ଗିରଫ
କଟକ ଅଫିସ,୧୩।୩: ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କଟକ କାଜିବଜାରସ୍ଥିତ ଭକ୍ତମଧୁ ବିଦ୍ୟାପୀଠର କନିଷ୍ଠ କିରାଣି ନାରାୟଣ ସାହୁଙ୍କୁ ଗୁରୁବାର ଭିଜିଲାନ୍ସ ବିଭାଗ ଗିରଫ...

ମ୍ୟୁନିସିପାଲିଟି ପକ୍ଷରୁ ଜବରଦଖଲ ଉଚ୍ଛେଦ
ବଲାଙ୍ଗୀର ଅଫିସ, ୨ା୨: ବଲାଙ୍ଗୀର ମ୍ୟୁନିସସିପାଲିଟି ପକ୍ଷରୁ ଚାଲିଥିତ୍ବା ଜବରଦଖଲ ଉଚ୍ଛେଦ ଅଭିଯାନକ୍ରମରେ ଶନିବାର ସହରର ପାଟଣା ହୋଟେଲ ଛକ ଠାରୁ ବାଳିକା ଉଚ୍ଚ ବିଦ୍ୟାଳୟ...

ବିଦ୍ୟୁତ୍ ଫାଶରେ ଦନ୍ତାହାତୀର ପ୍ରାଣଗଲା, ଶିକାରୀ ଗିରଫ
ବଇଣ୍ଡା,୨୫।୧୧(ଡି.ଏନ୍.ଏ.): ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଲକ୍ଷ୍ମୀପୁର-ଟେଣ୍ଡୁଲି ରାସ୍ତାରେ ବିଦ୍ୟୁତ ଫାଶରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀର ବୟସ ପ୍ରାୟ...