ମୁମୂର୍ଷୁ ଯୁବକଙ୍କୁ ଉଦ୍ଧାର କଲେ ବିଡିଓ

ବିଜେପୁର,୧୮।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ପରିସରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଯୁବକଙ୍କୁ ବ୍ଲକ ପ୍ରଶାସନ ମଙ୍ଗଳବାର ଉଦ୍ଧାର କରଛି। ଉକ୍ତ ଯୁବକ ଜଣକ ହେଲେ ବଡବାଉଁଶେନ ଗ୍ରାମର ବିଶ୍ବନାଥ କାଣ୍ଡ (୪୫)।
ପରେ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେ ମଧୁମେହ ରୋଗରେ ଅକ୍ରାନ୍ତ ଥିବାବେଳେ ତାଙ୍କର ରକ୍ତଚାପ ମଧ୍ୟ ଅଧିକ ରହିଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡିଛି। ତଙ୍କ ଚିକିତ୍ସା ଲାଗି ସମସ୍ତ ସହାୟତା ଯୋଗାଇ ଦିଆଯିବ। ତାଙ୍କ ବୁଢୀ ମା ’ ଲତା କାଣ୍ଡଙ୍କୁ ରେଡକ୍ରସ ପାଣ୍ଠିରୁ ୩ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବିଡିଓ ପଦ୍ମନାଭ ସାମନ୍ତରାୟ କହିଛନ୍ତି।
ସୂଚନାଯୋଗ୍ୟ, ବିଶ୍ବନାଥ ବ୍ଲକ ପରିସରରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ପ୍ରାତଃ ଭ୍ରମଣରେ ଯାଇଥିବା ବିଡିଓ ପଦ୍ମନାଭ ଦେଖିଥିଲେ। ତୁରନ୍ତ ସେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ପୁଣି ୭ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଲା

ବାଲେଶ୍ୱର ଅଫିସ,୨୬ା୬: ଶୁକ୍ରବାର ବାଲେଶ୍ୱର ଜିଲାରୁ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଆଜି...

ଚାକିରି ସ୍ଥାୟୀ ନ ହେବାରୁ ଆତ୍ମାହୁତି

ସମ୍ବଲପୁର, ୨୧।୪ (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ)ରେ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର (୫୦) ମଙ୍ଗଳବାର ଆତ୍ମାହୁତି ଦେଇଛନ୍ତି। ବିଶ୍ୱବିଦ୍ୟାଳୟ...

ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ମାନୁନି ଜିଲା ଶିକ୍ଷାବିଭାଗ: ପୁନର୍ବାସ ଯୋଜନାରେ ନିଯୁକ୍ତି ଦିଆଯାଇ ନ ଥିବା ଅଭିଯୋଗ

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ.): ସରକାରୀ କଳରେ ଚାକିରିଆଙ୍କ ସ୍ଥାୟୀତ୍ୱ ଓ ଚାକିରି ସମୟରେ ମୃତ୍ୟୁ ଘଟିଲେ ପରିବାରର ଜଣେ ସଦସ୍ୟଙ୍କୁ ଯେଉଁ ବିଭାଗରେ ଚାକିରି କରୁଥିବେ ସେହି ବିଭାଗରେ ଯୋଗ୍ୟତା...

ଚିତ୍ରକୋଣ୍ଡାରେ ବିଏସ୍‌ଏନ୍‌ଏଲ୍‌ ନେର୍ଟ୍‌ୱକ ଫେଲ୍‌

ଚିତ୍ରକୋଣ୍ଡା, ୨୪।୪(ଡି.ଏନ୍‌.ଏ.): ଡିଜିଟାଲ ଇଣ୍ଡିଆ ସେବା ମାଧ୍ୟମରେ ପ୍ରତ୍ୟେକ ଅଞ୍ଚଳକୁ ଅନ୍ତଃସଂଯୋଗ ପାଇଁ ହୋଇଥିବା ଯୋଜନା ଚିତ୍ରକୋଣ୍ଡାବାସୀଙ୍କ ପାଇଁ ସ୍ବପ୍ନ। ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ...

କାଳବୈଶାଖୀ ପ୍ରଭାବରେ ବ୍ରହ୍ମପୁରରେ ଘଡଘଡି ବର୍ଷା

ବ୍ରହ୍ମପୁର ଅଫିସ,୩ା୬-ଗଞ୍ଜାମ ଜିଲାରେ ରବିବାର କାଳବୈଶାଖୀ ହୋଇଛି। ଏହାର ପ୍ରଭାବରେ ସନ୍ଧ୍ୟାରେ ବ୍ରହ୍ମପୁର ସମେତ ଏହାର ଉପକୂଳ ଅଞ୍ଚଳ, ଏବଂ ଜିଲାର ବିିଭିନ୍ନ ସ୍ଥାନରେ ଘଡଘଡି...

ସରକାରୀ ଜମିରୁ ଗଛକଟାକୁ ନେଇ ଉତ୍ତେଜନା

ବାହାନଗା, ୨୩ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଉଡୁଶାଳ ପଞ୍ଚାୟତ ଥାଲସଡା ଗ୍ରାମରେ ଥିବା ଏକ ସରକାରୀ ଜମିରେ ଗ୍ରାମବାସୀ ଲଗାଇଥିବା ଗଛକୁ ବେଆଇନ ଭାବେ...

ଭିନ୍ନକ୍ଷମଙ୍କ ପାଇଁ ଟେଲି ଥଇଥାନ ସେବା ଉଦ୍‌ଘାଟିତ

ସୋନପୁର,୧୧।୧୧(ନି.ପ୍ର.): ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାଶଙ୍କ ଦ୍ୱାରା ସୋନପୁରଠାରେ ଭିନ୍ନକ୍ଷମଙ୍କ ପାଇଁ ଟେଲି ଥଇଥାନ ସେବା ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଭିନ୍ନକ୍ଷମ ଆୟୁକ୍ତ ଦାଶ...

ନିର୍ମାଣ ହେଉନି ଅଙ୍ଗନଓ୍ବାଡି ଗୃହ

ରଘୁନାଥପୁର,୧୦।୮(ଡି.ଏନ୍‌.ଏ.): ଦୀର୍ଘ ବର୍ଷ ହେବ ରଘୁନାଥପୁର ବ୍ଲକ ଜଗନ୍ନାଥପୁର ବାଗସାହି ମିନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ...

Advertisement
Archives

Model This Week