ବ୍ଲକେଜ୍‌ ହଟାଇବ ରୋବୋଟିକ ଥ୍ରେଡ୍‌

ଓ୍ବାଶିଂଟନ: ମାସାଚ୍ୟୁସେଟସ ଇନ୍‌ଷ୍ଟିଚ୍ୟୁଟସ ଅଫ୍‌ ଟେକନୋଲୋଜି(ଏମ୍‌ଆଇଟି)ର ଗବେଷକମାନେ ବିକାଶ କରିଛନ୍ତି ଏକ ରୋବୋଟିକ ଥ୍ରେଡ୍‌। ଏହା ଚୁମ୍ବକୀୟ ଶକ୍ତି ଦ୍ୱାରା ସଞ୍ଚାଳିତ ହୋଇପାରୁଛି। ଏହା ଅତି ସରୁ ଓ କ୍ଷୁଦ୍ର ବ୍ଲଡ୍‌ ଭେସେଲସ୍‌ ବା ରକ୍ତ ବାହିକା ମଧ୍ୟରେ ଗତି କରି ବ୍ଲକେଜ୍‌ ଦୂର କରିପାରିବ ବୋଲି କୁହାଯାଇଛି। ଏହା ଦ୍ୱାରା ଷ୍ଟ୍ରୋକ୍‌ର କାରଣ ହେଉଥିବା ବ୍ଲକେଜ୍‌ ଓ ବ୍ରେନ୍‌ ବ୍ଲକେଜ୍‌ର ଚିକିତ୍ସା ସହଜ ହୋଇପାରିବ । ଷ୍ଟ୍ରୋକ୍‌ର ଚିକିତ୍ସା ୯୦ ମିନିଟ୍‌ ମଧ୍ୟରେ କରାଯାଇ ଅଧିକ ପୀଡ଼ିତଙ୍କୁ ବଞ୍ଚାଇ ହେବ ବୋଲି ଏମଆଇଟିର ସହକାରୀ ପ୍ରାଧ୍ୟାପକ ଜୁହାଁଇ ଝାଓ କହିଛନ୍ତି। ଏବେ ବ୍ରେନ୍‌ରେ ରକ୍ତ ଜମାଟ ବାନ୍ଧିଲେ ଏକ ଅତି ସରୁ ତାର ପୀଡ଼ିତଙ୍କ ମୁଖ୍ୟ ଧମନୀରେ ପ୍ରବେଶ କରାଯାଇ ତା’ମାଧ୍ୟମରେ ବ୍ଲକେଜ ଦୂର କରାଯାଉଛି। ଏହାକୁ ଫ୍ଲରୋସ୍କୋପ୍‌ ମାଧ୍ୟମରେ କରାଯାଉଛି। ଏହି ରୋବୋଟିକ ଥ୍ରେଡ୍‌କୁ ନିକେଲ-ଟିଟାନିୟମ ଆଲଏରେ କରାଯାଇଛି। ଏହା ଉପରେ ଏକ ମ୍ୟାଗ୍ନେଟିକ ପେଷ୍ଟ୍‌ ମଧ୍ୟ ଦିଆଯାଇଛି। ଅତି କ୍ଷୁଦ୍ର ସିଲିକନ୍‌ ନିର୍ମିତ ବ୍ରେନ୍‌ ପ୍ରତିକୃତିରେ ଏହାର ପରୀକ୍ଷା କରାଯାଇଛି ଓ ସଫଳତା ମଧ୍ୟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସମୟରେ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ!

ଭର୍ମୋଣ୍ଟ,୪ ।୭: ଆମେରିକାର ଏକ ରାଜ୍ୟ ହେଉଛି ଭର୍ମୋଣ୍ଟ । ନ୍ୟୁ ଇଂଲଣ୍ଡ ଅଞ୍ଚଳରେ ଥିବା ଏହି ରାଜ୍ୟ ବର୍ନି ରେଣ୍ଡର୍ସ, ମ୍ୟାପଲ ସିରପ, ଓ...

ପାଚେରି ଭିତରେ ଘୋଡ଼ାକୁ ଏମିିତି ଗେଲ କରୁଛି କୁକୁର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଆଖିପତା ସାଜିଛି କାନ୍‌ଭାସ୍‌

ଇସ୍ରାଇଲର ତାଲ ପେଲେଗ୍‌ ଜଣେ ଅଭିଜ୍ଞ ମେକ୍‌ଅପ୍‌ ଆର୍ଟିଷ୍ଟ। ପିଲାଟିବେଳୁ ସେ ଚିତ୍ର ଆଙ୍କୁଥିଲେ ଓ ସାନ ଭଉଣୀକୁ ମଡେଲ ସଜେଇ ମୁହଁରେ ମେକ୍‌ଅପ୍‌ ଏକ୍ସପେରିମେଣ୍ଟ...

ଯୁଦ୍ଧ ପାଇଁ ରୁଷିଆ ପ୍ରସ୍ତୁତ: ସ୍ୟାଟେଲାଇଟ୍‌ରୁ ଆସିଲା ଫଟୋ

କ୍ୱିଭ୍‌,୧୫।୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଘନେଇବାରେ ଲାଗିଛି। ୟୁକ୍ରେନକୁ ଆକ୍ରମଣ ପାଇଁ ରୁଷିଆ ଏକପ୍ରକାର ପ୍ରସ୍ତୁତି ଶେଷ କରିଛି। ଗତ ୪୮ ଘଣ୍ଟା...

ଏହି ଅଭିନେତ୍ରୀଙ୍କ ପାଇଁ ଲୋକେ ଏମିତି ଜମାଇଥିଲେ ଭିଡ଼, ପୋଲିସକୁ କରିବାକୁ ପଡ଼ିଥିଲା ଲାଠି ଚାର୍ଜ

ପର୍ନ ଇଣ୍ଡଷ୍ଟ୍ରିରୁ ବଲିଉଡ୍‌ରେ ପାଦ ଦେଇଥିବା ସନ୍ନି ଲିଓନିଙ୍କୁ ଦେଖିବା ପାଇଁ ଥରେ ଏତେ ସଂଖ୍ୟାରେ ଲୋକେ ଭିଡ଼ ଜମାଇଥିଲେ ଯେ, ପୋଲିସକୁ ବାଧ୍ୟ ହୋଇ...

ଭିନ୍ନ ଢଙ୍ଗରେ କରୋନା ସଂକ୍ରମିତ ଶିଶୁଙ୍କୁ ଉପହାର ଦେଲେ ସାନ୍ତା

ଲିମା,୨୦ ।୧୨: କରୋନା ମହାମାରୀ ମଧ୍ୟରେ ବି ସାରା ବିଶ୍ୱ ଖ୍ରୀଷ୍ଟମାସକୁ ନେଇ ପ୍ରସ୍ତୁତି ଜାରି ରଖିଛି । ପେରୁରେ ଭିନ୍ନ ଢଙ୍ଗରେ ସାନ୍ତା କ୍ଲଜ...

କରୋନା ଭୟ: ଆପାର୍ଟମେଣ୍ଟରେ ୫୦ କିମି ଦୌଡ଼ିଲେ ଧାବକ, ବାଲ୍‌କୋନିରେ ମାରିଲେ ୬୨୫୦ ଚକ୍କର

ବେଜିଂ: ଚାଇନାରେ କରୋନା ଭାଇରସ୍‌ ଆତଙ୍କ ବଢ଼ିବାରେ ଲାଗିଛି। ଏହି କାରଣରୁ ଏଠାକାର ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଏହାର ପ୍ରଭାବ...

ଏକ୍ସ-ବୟଫ୍ରେଣ୍ଡଙ୍କ ପାଇଁ ଅନ୍‌ଲାଇନ୍‌ ଚା’ ଅର୍ଡର କଲେ ମହିଳା, ଆଉ ତା’ପରେ

ଚାଇନାରେ ଜଣେ ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କଠାରୁ ଏକ ଅଦ୍ଭୁତ ପ୍ରତିଶୋଧ ନେଇଛନ୍ତି। ଯୁବତୀ ଜଣଙ୍କ ଏକ୍ସ-ବୟଫ୍ରେଣ୍ଡଙ୍କ ପାଇଁ ଅନଲାଇନରେ ଚା ’ଅର୍ଡର କରିଥିଲେ। ଡେଲିଭରି...

Advertisement
Archives

Model This Week