ବ୍ରେସ୍‌ଲେଟ୍‌ ଫ୍ୟାଶନ

ନାରୀ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଚୁଡ଼ିର ଭୂମିକା ଯଥେଷ୍ଟ ରହିଥାଏ। କିନ୍ତୁ ଏବେ ଦେଖିବାକୁ ମିଳୁଛି, ଟ୍ରେଣ୍ଡି ଲୁକ୍‌ ପାଇଁ ଅନେକ ଯୁବତୀ ହାତରେ ଖନ୍‌ ଖନ୍‌ ଶବ୍ଦ କରୁଥିବା ମେଞ୍ଚାଏ ଚୁଡ଼ି ବଦଳରେ ଷ୍ଟାଇଲିଶ୍‌ ବ୍ରେସ୍‌ଲେଟ୍‌ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ମାର୍କେଟ୍‌ରେ ଏହାର ଅନେକ ଭେରାଇଟି ମଧ୍ୟ ଉପଲବ୍ଧ ହେଲାଣି। ଆସନ୍ତୁ ଜାଣିବା ସେମିତି କିଛି ଟ୍ରେଣ୍ଡି ବ୍ରେସ୍‌ଲେଟ୍‌ ସମ୍ପର୍କରେ…

ଲେଦର୍‌ ବ୍ରେସ୍‌ଲେଟ୍‌: ଏହି ବ୍ରେସ୍‌ଲେଟ୍‌ କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ୍‌ ହୁଏ ନାହିଁ। ତା’ଛଡ଼ା ଏହାକୁ ଆପଣ ଚାହିଁଲେ ଯେ କୌଣସି ସମୟରେ ଆଉ ଯେ କୌଣସି ଆଉଟ୍‌ଫିଟ୍‌ ସହ ଟ୍ରାଏ କରିପାରିବେ। ଏପରି କି କୁଲ୍‌ ତଥା ଷ୍ଟାଇଲିଶ୍‌ ଲୁକ୍‌ ଦେଉଥିବା ଏହି ବ୍ରେସ୍‌ଲେଟ୍‌କୁ ଆଉଟିଂରେ ଗଲାବେଳେ ବି ହାତରେ ପିନ୍ଧି ଟ୍ରେଣ୍ଡି ଲୁକ୍‌ ପାଇପାରିବେ।

ପର୍ଲ ବ୍ରେସ୍‌ଲେଟ୍‌: ଏହା ଏକ ପ୍ରକାରର ଷ୍ଟେଟମେଣ୍ଟ ଜୁଏଲେରୀ। ଏହାକୁ ମଧ୍ୟ ଯେ କୌଣସି ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧି ମଡର୍ନ ଲୁକ୍‌ ପାଇହେବ। ଆଜିକାଲି ତ ଆର୍ଟିଫିସିଆଲ୍‌ ପର୍ଲରେ ତିଆରି ବ୍ରେସ୍‌ଲେଟ୍‌ ବି ମାର୍କେଟ୍‌ରେ ମିଳିଲାଣି, ଯାହା ଖୁବ୍‌ କମ୍‌ ଟଙ୍କାରେ ମିଳିଯାଉଛି। ଆପଣ ଚାହିଁଲେ ଏହି ବ୍ରେସ୍‌ଲେଟ୍‌ ବି ଟ୍ରାଏ କରିପାରିବେ।

ବାଙ୍ଗଲ୍‌ ବ୍ରେସ୍‌ଲେଟ୍‌: ଆଜିକାଲି ବାଙ୍ଗଲ୍‌ ବା ଚୁଡ଼ି ଡିଜାଇନ୍‌ର ବ୍ରେସ୍‌ଲେଟ୍‌ ବି ମାର୍କେଟ୍‌ରେ ଉପଲବ୍ଧ ହେଲାଣି, ଯାହା ଦେଖିବାକୁ ଆକର୍ଷଣୀୟ ଲାଗିବା ସହ ହାତକୁ ଟ୍ରେଣ୍ଡି ଲୁକ୍‌ ଦେଇଥାଏ। ଏହାକୁ ଆପଣ ଚାହିଁଲେ ଉଭୟ ଏଥିନିକ୍‌ ଆଉଟ୍‌ଫିଟ୍‌ ହେଉ ଅବା ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ମ୍ୟାଚିଂ କରି ପିନ୍ଧିପାରିବେ।

କଫ୍‌ ବ୍ରେସ୍‌ଲେଟ୍‌: ଏହା ପାଖାପାଖି ବାଙ୍ଗଲ୍‌ ବ୍ରେସ୍‌ଲେଟ୍‌ ପରି ଦେଖାଯାଉଥିଲେ ହେଁ ଏହାର ପଛପାଖ ପୂରା ଜଏଣ୍ଟ ନ ହୋଇ ଟିକେ ଖୋଲା ରହିଥାଏ। ସେହିପରି ଏହା ନନ୍‌-ଫ୍ଲେକ୍ସିବଲ୍‌ ହୋଇଥାଏ; ଯଦ୍ଦ୍ବାରା ଏହାକୁ ହାତରେ ପିନ୍ଧିଲେ କଚଟିରେ ଏହା ଆରାମରେ ଫିକ୍ସ ହୋଇ ରହିଯାଏ।

ବିଡେଡ୍‌ ବ୍ରେସ୍‌ଲେଟ୍‌: ଯଦି ଆପଣ ଅଧିକ ଦାମ୍‌ବାଲା ବ୍ରେସ୍‌ଲେଟ୍‌ କିଣି ପିନ୍ଧିବାକୁ ଚାହୁଁ ନାହାନ୍ତି, ତା’ହେଲେ ବିଡେଡ୍‌ ବ୍ରେସ୍‌ଲେଟ୍‌ ଟ୍ରାଏ କରନ୍ତୁ ନା। ମାର୍କେଟ୍‌ରେ ଉଡେନ୍‌ ହେଉ ଅବା ପ୍ଲାଷ୍ଟିକ୍‌ କିମ୍ବା କଲର୍‌ଫୁଲ୍‌ ଷ୍ଟୋନ୍‌ ବିଡ୍ସରେ ତିଆରି ଖୁବ୍‌ ସୁନ୍ଦର ସୁନ୍ଦର ବ୍ରେସ୍‌ଲେଟ୍‌ ଏବେ ମିଳିଲାଣି, ଯାହା ଖୁବ୍‌ କମ୍‌ ଦାମରେ ବି ମିଳି ଯାଇଥାଏ।

ମ୍ୟାଗନେଟିକ୍‌ ବ୍ରେସ୍‌ଲେଟ୍‌: ଏହା ଫ୍ୟାଶନେବଲ୍‌ ଲୁକ୍‌ ଦେବା ସହ ସ୍ବାସ୍ଥ୍ୟ ଉପକାରୀ ବି ହୋଇଥାଏ। କାରଣ ଏଥିରେ ଏକ ସ୍ବତନ୍ତ୍ର ପ୍ରକାରର ମ୍ୟାଗ୍‌ନେଟ୍‌ ବ୍ୟବହାର କରାଯାଇଥାଏ, ଯାହାକୁ ଥେରାପି ଅର୍ନାମେଣ୍ଟ ଭାବେ ହାତରେ ପିନ୍ଧିଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ମାର୍କେଟ୍‌ରେ ଏହାର ଅନେକ ଡିଜାଇନ୍‌ ବି ମିଳିଥାଏ।

ଚାର୍ମ ବ୍ରେସ୍‌ଲେଟ୍‌: ଏହାକୁ କେହି କେହି ଲକି ଚାର୍ମ ବ୍ରେସ୍‌ଲେଟ୍‌ ବି କହିଥାନ୍ତି। କାରଣ ଏହି ବ୍ରେସ୍‌ଲେଟ୍‌ରେ ଲାଗିଥାଏ ଏମିତି କିଛି ସ୍ବତନ୍ତ୍ର ଲକେଟ୍‌ ସେପ୍‌ର ଜିନିଷ, ଯାହାକୁ ହାତରେ ପିନ୍ଧିବା ଦ୍ୱାରା ଜୀବନରେ ସବୁ କିଛି ଶୁଭ ହୁଏ ବୋଲି ଅନେକଙ୍କର ଧାରଣା ଥାଏ।
ଜେମ୍‌ଷ୍ଟୋନ୍‌ ବ୍ରେସ୍‌ଲେଟ୍‌: ଏହି ବ୍ରେସ୍‌ଲେଟ୍‌କୁ ପିନ୍ଧିଲେ ବ୍ୟକ୍ତିତ୍ୱ ଉପରେ ଅନେକ ପ୍ରଭାବ ପଡିଥାଏ ବୋଲି ବିଶ୍ୱାସ କରାଯାଏ। ତେଣୁ ସର୍ବଦା ନିଜ ବ୍ୟକ୍ତିତ୍ୱକୁ ସୁହାଇଲା ଭଳି ଜେମ୍‌ଷ୍ଟୋନ୍‌ର ବ୍ରେସ୍‌ଲେଟ୍‌ ବ୍ୟବହାର କରିବା ଦରକାର। ନଚେତ୍‌ ଏହାର କୁ-ପ୍ରଭାବ ପଡ଼ିଯିବାର ସମ୍ଭାବନା ରହିଥାଏ।
କିଛି ଟିପ୍ସ
-କଲେଜ ଯାଉଥିବା ଯୁବତୀମାନେ ଚାହିଁଲେ ଚେନ୍‌ ଡିଜାଇନ୍‌ ବ୍ରେସ୍‌ଲେଟ୍‌ ହେଉ ଅବା ଷ୍ଟୋନ ବ୍ରେସ୍‌ଲେଟ୍‌ କିମ୍ବା ବିଡ୍ସ ବ୍ରେସ୍‌ଲେଟ୍‌କୁ ହାତରେ ପିନ୍ଧି ଟ୍ରେଣ୍ଡି ଲୁକ୍‌ ପାଇପାରିବେ।
-ପାର୍ଟି, ଫଙ୍କ୍‌ସନ୍‌କୁ ଯିବା ସମୟରେ ଆପଣ ଚାହିଁଲେ ଫ୍ଲାଓ୍ବାର୍‌ ଡିଜାଇନ୍‌ର ସୁନା କିମ୍ବା ରୁପାର ବ୍ରେସ୍‌ଲେଟ୍‌ ପିନ୍ଧି ନିଜକୁ ଆକର୍ଷଣୀୟ ଲୁକ୍‌ ଦେଇପାରିବେ। ଆଉ ଯଦି ଫଙ୍କ୍‌ସନ୍‌ ରାତିରେ ଥାଏ, ତା’ହେଲେ ଡାଇମଣ୍ଡ ଅବା ଜରକନ୍‌ ଷ୍ଟୋନ ଖଚିତ ବ୍ରେସ୍‌ଲେଟ୍‌ ହାତକୁ ବେଶ୍‌ ଭଲ ମାନିଥାଏ।
-ସାଙ୍ଗମାନଙ୍କ ସହ ଆଉଟିଂରେ ଗଲାବେଳେ ଆପଣ ଚାହିଁଲେ ନିଜ ପୋଷାକକୁ ମ୍ୟାଚ୍‌ କରି ଗା୍ଲଡିଏଟର୍‌ ଷ୍ଟାଇଲ୍‌ ବ୍ରେସ୍‌ଲେଟ୍‌ କିମ୍ବା ରଙ୍ଗିନ ଷ୍ଟୋନ ଖଚିତ ବ୍ରେସ୍‌ଲେଟ୍‌ ପିନ୍ଧି ନିଜକୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମଘା ନକ୍ଷତ୍ରକୁ ଯିବେ ଗୁରୁ ବୃହସ୍ପତି: ଅକ୍ଟୋବରରୁ ଆରମ୍ଭ ହେବ ୪ ରାଶିଙ୍କ ଗୋଲଡେନ୍‌ ଟାଇମ୍‌, ଚାକିରି-ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ରରେ ଗୁରୁ ଗ୍ରହଙ୍କୁ ଜ୍ଞାନ, ଧନ, ଭାଗ୍ୟ, ବିସ୍ତାର, ସୁଖ ଓ ସମୃଦ୍ଧିର କାରକ ଭାବେ ବିବେଚନା କରାଯାଏ। ଶୁଭ ଗ୍ରହମାନଙ୍କ ମଧ୍ୟରେ ଗୁରୁଙ୍କୁ ବିଶେଷ…

କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?