ବ୍ରିଟେନ କବ୍‌ଜାରେ ଇରାନର ‘ଗ୍ରେସ୍‌ ୧’

ମାଦ୍ରିଦ୍‌,୫।୭ (ପି.ଟି.):ୟୁରୋପୀୟ ସଂଘ (ଇୟୁ) ଦ୍ୱାରା ଜାରି କଟକଣା ଉଲ୍ଳଂଘନ କରିବା ଅଭିଯୋଗରେ ଇରାନର ଏକ ବିଶାଳ ତୈଳ ଜାହାଜ ଜିବ୍ରାଲ୍‌ଟରରେ ଧରାପଡ଼ିଛି। ଗ୍ରେସ୍‌ ୧ ନାମକ ଏହି ସୁପରଟ୍ୟାଙ୍କର ୨୦ ଲକ୍ଷ ବ୍ୟାରେଲ୍‌ ଅଶୋଧିତ ତୈଳ ପରିବହନ କରି ସିରିଆକୁ ଯାଉଥିବାବେଳେ ଜିବ୍ରାଲ୍‌ଟର ପୋଲିସ ଓ ସୀମାଶୁଳ୍କ ସଂସ୍ଥା ଏହାକୁ ଜବତ କରିଛି। ଏହାର ପ୍ରତିବାଦରେ ବ୍ରିଟେନ୍‌ ରାଷ୍ଟ୍ରଦୂତଙ୍କୁ ତେହେରାନ୍‌ ସମନ କରିବା ପରେ କୂଟନୈତିକ ବିବାଦ ଉଠିଛି।
ଜିବ୍ରାଲ୍‌ଟର ହେଉଛି ସ୍ପେନ୍‌ର ଦକ୍ଷିଣ ଭାଗରେ ଥିବା ଏକ ଛୋଟ ପଥୁରିଆ ଭୂଖଣ୍ଡ, ଯାହା ଉପରେ ବ୍ରିଟେନର ଅଧିକାର ରହିଛି। ଇରାନ୍‌ର ଖର୍ଗ ଦ୍ୱୀପରୁ ଗ୍ରେସ୍‌ ୧ ଅଶୋଧିତ ତୈଳ ନେଇ ସିରିଆର ବାନ୍ୟାସ୍‌ ବିଶୋଧନାଗାରକୁ ଯାଉଥିବାବେଳେ ଗୁରୁବାର ଭୋର ସମୟରେ ଭୂମଧ୍ୟସାଗର ଓ ଆଟଲାଣ୍ଟିକ୍‌ ମହାସାଗର ମଧ୍ୟରେ ଥିବା ଜିବ୍ରାଲ୍‌ଟର ପ୍ରଣାଳୀରେ ଧରାପଡ଼ିଛି। ଯୁଦ୍ଧ ପ୍ରଭାବିତ ସିରିଆ ଉପରେ ଇୟୁ ପକ୍ଷରୁ ଜାରି ହୋଇଥିବା କଟକଣା ଏହି ରିଫାଇନେରି ଉପରେ ମଧ୍ୟ ଲାଗୁ ହୋଇଛି। ତେଣୁ ବ୍ରିଟିଶ୍‌ ରୟାଲ୍‌ ମେରାଇନ୍‌ର ସହଯୋଗରେ ଏହି ତୈଳବାହୀ ଜାହାଜକୁ ଜବତ କରାଯାଇଛି ବୋଲି ଜିବ୍ରାଲ୍‌ଟର ମୁଖ୍ୟମନ୍ତ୍ରୀ ଫାବିଆନ୍‌ ପିକାର୍ଡୋ ସୂଚନା ଦେଇଛନ୍ତି। ସେପଟେ ତେହେରାନର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହି ଜାହାଜକୁ ଜବତ କରିବା ବେଆଇନ ବୋଲି ଦର୍ଶାଇ ବ୍ରିଟେନ ରାଷ୍ଟ୍ରଦୂତଙ୍କୁ ସମନ କରିବା ସହ ସ୍ପଷ୍ଟୀକରଣ ମାଗିଛି। ପ୍ରକାଶ ଯେ, ସିରିଆ ନାଗରିକଙ୍କୁ ହିଂସାମତ୍କ ଉପାୟରେ ଦମନ କରୁଥିବାରୁ ୨୮ ରାଷ୍ଟ୍ରର ସଦସ୍ୟତା ବିଶିଷ୍ଟ ଇୟୁ ୨୭୭ ଏହାର ଅଧିକାରୀ ଓ ମନ୍ତ୍ରୀଙ୍କ ବିରୋଧରେ କଟକଣା ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଚା ଗସ୍ତରେ ଜେଲେନ୍‌ସ୍କି

ବୁଚା,୪।୪: ଏକ ମାସରୁ ଅଧିକ ହେବ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ୟୁକ୍ରେନର ବିଭିନ୍ନ ସହର ଗୁଡ଼ିକ ଉପରେ ରୁଷିଆ ସୈନ୍ୟ ଗୁଳିମାଡ଼...

ଫେରିଘାଟରେ ବୁଡ଼ିଲା ଡଙ୍ଗା: ୨୩ ମୃତ, ଅନେକ ନିଖୋଜ

ଢାକା,୨୫ା୯: ରବିବାର ବାଂଲାଦେଶର ଏକ ନଦୀରେ ଡଙ୍ଗା ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମ୍‌ରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଲୋକ ନିଖୋଜ...

ମହାକାଶ ରକେଟରେ ତ୍ରିରଙ୍ଗାକୁ ରଖି ଆମେରିକା, ଜାପାନ ପତାକା ହଟାଇଲା ରୁଷିଆ

ନୂଆଦିଲ୍ଲୀ,୪।୩: ରୁଷିଆ ସରକାରଙ୍କ ମହାକାଶ ଏଜେନ୍ସି ଆମେରିକା, ଜାପାନ ସମେତ ଅନ୍ୟ କିଛି ଦେଶର ପତାକା ହଟାଇ ଦେଇଛି। କିନ୍ତୁ ସ୍ପେସ୍‌ପୋର୍ଟ ବାଇକୋନୁରରେ ଥିବା ବିରାଟ...

୨ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା: ୩୨ ମୃତ

ଇଜିପ୍ଟ,୨୬।୩: ଇଜିପ୍ଟର ସୋହାଗ ସହର ନିକଟରେ ଶୁକ୍ରବାର ୨ଟି ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୪ରୁ...

କିଲ୍‌ ଦି ବିଲ୍‌ ସଂଘର୍ଷ: ୧୦୭ ଗିରଫ

ଲଣ୍ଡନ, ୫।୪(ପି.ଟି.): କେନ୍ଦ୍ରୀୟ ଲଣ୍ଡନରେ ଶନିବାର ‘କିଲ୍‌ ଦି ବିଲ୍‌’ ବିକ୍ଷୋଭବେଳେ ପୋଲିସ ସହ ଆନ୍ଦୋଳନକାରୀଙ୍କର ସଂଘର୍ଷ ହୋଇଥିଲା। ଏହି ଘଟଣାରେ ୧୦୭ ଜଣଙ୍କୁ ଗିରଫ...

କୃଷକଙ୍କ ୧୦୨ ପିଲା, ୫୬୮ ନାତୁଣୀନାତି

କାମପାଲ, ୨୮।୧୨: ଛୋଟ ପରିବାର ସୁଖୀ ପରିବାର। ପରିବାର ଯେତେ ଛୋଟ ମୁରବିଙ୍କ ପାଇଁ ଘର ଚଳାଇବା ସେତେ ସହଜ। କ୍ଷୁଦ୍ର ପରିବାରରେ ଖାଦ୍ୟ, ବସ୍ତ୍ର...

‘ଅକ୍‌ସ’ରେ ଭାରତକୁ ମିଳିବନି ସ୍ଥାନ

ଓ୍ବାଶିଂଟନ୍‌,୨୩।୯: ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ହୋଇଛି। ଯାହାର ନାମ ରହିଛି ‘ଅକ୍‌ସ’। ଭାରତ-ପ୍ରଶାନ୍ତ ମହାସଂଘର ସୁରକ୍ଷା ପାଇଁ...

ଖବର କାଗଜ ପକ୍ଷରୁ ପ୍ରିଣ୍ଟ୍‌ ହେଲା ଟଏଲେଟ୍‌ ରୋଲ୍‌ ପେପର

ସିଡ୍‌ନୀ,୭।୩: କରୋନା ସଂକ୍ରମଣ ନେଇ ଅଷ୍ଟ୍ରେଲିଆର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ବଜାରରେ ଟଏଲେଟ୍‌ ପେପର ମିଳୁ ନ ଥିବାବେଳେ...

Advertisement
Archives

Model This Week