ବ୍ରିଟେନ ଅର୍ଥମନ୍ତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା (ବ୍ରେକ୍‌ଜିଟ୍‌) ପ୍ରସଙ୍ଗ ଅଦ୍ୟାବଧି ସେଠାରେ ସର୍ବାଧିକ ଚର୍ଚ୍ଚିତ ଘଟଣା ରହିଆସିଛି। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଛନ୍ତି। ଜନ୍‌ସନ୍‌ଙ୍କ ମୁଖ୍ୟ ଉପଦେଷ୍ଟା ଡୋମିନିକ୍‌ କୁମିଙ୍ଗ୍‌ସଙ୍କ ସହ ସରକାରଙ୍କ ନୀତିକୁ ନେଇ ମତଭେଦ ହେବା ପରେ ୧୩ ଫେବୃୟାରୀରେ ସାଜିଦ୍‌ ଜାଭିଦ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଯୁବ ଏମ୍‌ପି ରିଷି ସୁନକଙ୍କୁ ଜନ୍‌ସନ ଅର୍ଥମନ୍ତ୍ରୀ ପଦବୀରେ ଅବସ୍ଥାପିତ କରିଛନ୍ତି। ଭାରତୀୟ ବଂଶୋଦ୍ଭବ କଞ୍ଜରଭେଟିଭ୍‌ ପାର୍ଟି ନେତା ରିଷି ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ଏନ.ଆର୍‌. ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ହୋଇଥିବାରୁ ଏହା ଭାରତୀୟଙ୍କ ପାଇଁ ଗର୍ବ ଆଣିଦେଇଛି। ଫଳରେ ତାଙ୍କ ରାଜନୈତିକ ଉତ୍ଥନା ବିଷୟରେ ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିବା ସ୍ବାଭାବିକ।
ଇଂଲଣ୍ଡର ସାଉଥ୍‌ହାମ୍ପଟନ୍‌ରେ ୧୨ ମେ ୧୯୮୦ରେ ରିଷି ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ଓ୍ବିଞ୍ଚେଷ୍ଟର କଲେଜରେ ହୋଇଥିଲା। ସେ ଅକ୍ସଫୋର୍ଡର ଲିଙ୍କନ୍‌ କଲେଜରୁ ଦର୍ଶନ, ରାଜନୀତି ଓ ଅର୍ଥନୀତି (ପିପିଇ)ରେ ପଢ଼ା ଶେଷ କରିବା ପରେ ଫୁଲ୍‌ବ୍ରାଇଟ୍‌ ସ୍କଲାର ଭାବେ ଷ୍ଟାନ୍‌ଫର୍ଡ ବିଶ୍ୱବିଦ୍ୟାଳୟରେ ଏମ୍‌ବିଏ ପଢ଼ିଥିଲେ। ମ୍ୟାନେଜ୍‌ମେଣ୍ଟ ଡିଗ୍ରୀ ଅର୍ଜନ କରିବା ପରେ ରିଷି ଗୋଲ୍‌ଡମ୍ୟାନ୍‌ ସାଚ୍‌ରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ୨୦୦୬ ମସିହାରେ ହେଜ୍‌ ଫଣ୍ଡ୍‌ ମ୍ୟାନେଜମେଣ୍ଟ ଫାର୍ମ ‘ଚିଲ୍‌ଡ୍ରେନ୍ସ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ ମ୍ୟାନେଜମେଣ୍ଟ’ର ସହଯୋଗୀ ପାଲଟିଥିଲେ। ୨୦୦୯ରେ ସେ ଏହି କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ। ୨୦୧୦ରେ ନିଜସ୍ବ ହେଜ୍‌ଫଣ୍ଡ ସୃଷ୍ଟି କରି ସେଥିରେ ୭୦୦ ନିୟୁତ ଡଲାର ବିନିଯୋଗ କରିଥିଲେ। ଶ୍ୱଶୁର ବିଶ୍ୱର ଜଣେ ନାମକରା ଶିଳ୍ପପତି ହୋଇଥିବାରୁ ତାଙ୍କ ପଦାଙ୍କ ଅନୁସରଣ କରିଥିଲେ ରିଷି। ନାରାୟଣମୂର୍ତ୍ତିଙ୍କ ମାଲିକାନାରେ ଥିବା କାଟାମାରାନ୍‌ ଭେଞ୍ଚର୍ସରେ ତାଙ୍କୁ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିଲା।
ରିଷିଙ୍କ ରାଜନୈତିକ ଅଭ୍ୟୁଦୟ ୨୦୧୪ରେ କଞ୍ଜରଭେଟିଭ୍‌ ପ୍ରାର୍ଥୀ ଚୟନ ହେବାରୁ ଆରମ୍ଭ ହୋଇଥିଲା। ସେ ବ୍ରିଟେନ୍‌ ପାର୍ଲାମେଣ୍ଟକୁ ୨୦୧୫ ସାଧାରଣ ନିର୍ବାଚନରେ ରିଚ୍‌ମଣ୍ଡ୍‌ରୁ ନିର୍ବାଚିତ ହୋଇଥିଲେ। ସୂଚନା ଦିଆଯାଇପାରେ ଯେ, ପୂର୍ବରୁ ଏହି ଆସନରୁ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ଓ୍ବିଲିୟମ୍‌ ହେଗ୍‌ ଜିତି ବ୍ରିଟେନ୍‌ର ଗୁରୁତ୍ୱପୂର୍ଣ୍ଣ ପଦବୀ ଅକ୍ତିଆର କରିପାରିଥିଲେ। ତେବେ ରିଷିଙ୍କୁ ୨୦୧୫ରୁ ୨୦୧୭ ଯାଏ ପରିବେଶ, ଖାଦ୍ୟ ଓ ଗ୍ରାମୀଣ ବ୍ୟାପାର ସଂକ୍ରାନ୍ତ ସିଲେକ୍ଟ କମିଟିର ସଦସ୍ୟ କରାଯାଇଥିଲା। ତାଙ୍କ ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ ଥିବାରୁ ସେ ବ୍ରେକ୍‌ଜିଟ୍‌କୁ ସମର୍ଥନ କରିଛନ୍ତି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି କାର୍ଯ୍ୟ କରିଥିବା ରିଷି ପ୍ରଧାନମନ୍ତ୍ରୀ ଜନ୍‌ସନଙ୍କ ଦ୍ୱାରା ଟ୍ରେଜେରିର ଚିଫ୍‌ ସେକ୍ରେଟାରୀ ଦାୟିତ୍ୱରେ ଥିବା ବେଳେ ଅନେକ ଦୃଢ଼ ନିଷ୍ପତ୍ତି ନେଇଥିଲେ। ଫଳରେ ତାଙ୍କୁ ପ୍ରିଭି କାଉନ୍‌ସିଲର ସଦସ୍ୟ କରାଯାଇଥିଲା। ୧୩ ଫେବୃୟାରୀରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳରେ ରିଷିଙ୍କୁ ଅର୍ଥମନ୍ତ୍ରୀ କରାଯିବା ପରେ ଏବେ ବ୍ରିଟିଶ ପାର୍ଲାମେଣ୍ଟରେ ତାଙ୍କ ଭୂମିକା ବଢ଼ିଯାଇଛି। କୁହାଯାଉଛି ବ୍ରେକ୍‌ଜିଟ୍‌କୁ ନେଇ ବ୍ରିଟେନ୍‌ ଅର୍ଥନୀତି ଅନେକ ସମସ୍ୟା ଦେଇ ଗତି କରୁଛି। ଏଭଳି ଏକ ସମୟରେ ରିଷି ଆର୍ଥିକ ନୀତି ପ୍ରଣୟନ ଦିଗରେ କିଭଳି ପଦକ୍ଷେପ ନେଉଛନ୍ତି, ତାହା ଉପରେ ଦେଶବାସୀଙ୍କ ନଜର ରହିଛି।
ରିଷିଙ୍କ ପାରିବାରିକ ଇତିହାସ ଦେଖିଲେ ତାଙ୍କ ଜେଜେବାପା ଥିଲେ ପଞ୍ଜାବର ବାସିନ୍ଦା। କାର୍ଯ୍ୟ ଅନ୍ବେଷଣରେ ପରିବାର ଲୋକେ ପୂର୍ବ ଆଫ୍ରିକା ଚାଲିଯାଇଥିଲେ। ୧୯୬୦ରେ ସେଠାରୁ ସେମାନେ ବ୍ରିଟେନ ପଳାଇଥିଲେ। ରିଷିିଙ୍କ ବାପା ୟାଶଭିର୍‌ ଜଣେ ଡାକ୍ତର ଥିବା ବେଳେ ମାତା ଉଷା ଫାର୍ମାସିଷ୍ଟ ଭାବେ ଏକ ସ୍ଥାନୀୟ ଫାର୍ମାସୀ ଚଳାଉଥିଲେ। ୩ ସନ୍ତାନଙ୍କ ମଧ୍ୟରୁ ରିଷିି ସମସ୍ତଙ୍କଠାରୁ ବଡ଼। ନିଜ କଥା ଦେଖିଲେ ନାରାୟଣମୂର୍ତ୍ତିଙ୍କ କନ୍ୟା ଅକ୍ଷତା ହେଉଛନ୍ତି ରିଷିଙ୍କ ସହଧର୍ମିଣୀ ଓ ଦୁଇ ସନ୍ତାନକୁ ନେଇ ତାଙ୍କ ସଂସାର।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri