ବ୍ରିଟେନ: ଅନ୍ୟ ସମୁଦାୟଠାରୁ ଭାରତୀୟ ଅଧିକ ପ୍ରଭାବିତ

ଲଣ୍ଡନ,୨୪ା୪: କରୋନା ଭୂତାଣୁ ସଂକ୍ରମଣରେ ବ୍ରିଟେନରେ ଗୁରୁବାର ସୁଦ୍ଧା ୧୮,୭୩୮ ଲୋକଙ୍କ ମୃତ୍ୟୁ ଘଟିଲାଣି। ସେହିପରି ୧ ଲକ୍ଷ ୩୮ ହଜାରରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଛନ୍ତି। ହେଲେ ଚିନ୍ତାର ବିଷୟ ଯେ, ବ୍ରିଟେନର କୃଷ୍ଣକାୟ, ଏସୀୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ(ବିଏଏମ୍‌ଇ) ବର୍ଗ ମଧ୍ୟରୁ ଭାରତୀୟମାନେ ଏହି ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଇଂଲଣ୍ଡର ଜାତୀୟ ସ୍ବାସ୍ଥ୍ୟସେବା(ଏନ୍‌ଏଚ୍‌ଏସ୍‌) ତଥ୍ୟ ଅନୁଯାୟୀ ଗତ ୧୭ ତାରିଖ ସୁଦ୍ଧା ଦେଶର ହସ୍ପିଟାଲଗୁଡ଼ିକରେ ୧୩,୯୧୮ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା। ସେଥିରୁ ୧୬.୨% ହେଉଛନ୍ତି ବିଏଏମ୍‌ଇ ବର୍ଗର। ବିଶେଷକରି ମୃତକଙ୍କ ମଧ୍ୟରେ ଭାରତୀୟ ସମୁଦାୟଙ୍କ ସଂଖା ହେଉଛି ୩%। ଏହାପଛକୁ ୨.୯% କାରିବିଆନ ଏବଂ ୨.୧% ପାକିସ୍ତାନୀଙ୍କ ମୃତ୍ୟୁ ଘଟିଛି।

ବିଏଏମ୍‌ଇ ବର୍ଗର ଲୋକଙ୍କ କରୋନା ଭାଇରସ୍‌ଜନିତ ମୃତ୍ୟୁକୁ ନେଇ ବ୍ରିଟେନ ସରକାର ସମୀକ୍ଷା କରିଛନ୍ତି। ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‌ ହାନକକ୍‌ ଗତ ସପ୍ତାହର ସ୍ଥିତି ସମୀକ୍ଷା କରି କହିଛନ୍ତି ଯେ, ସଂଖ୍ୟାଲଘୁ ବର୍ଗର ବହୁ ଲୋକଙ୍କ ଯେଭଳି ମୃତ୍ୟୁ ଘଟିଚାଲିଛ, ତାହା ଉଦ୍‌ବେଗଜନକ। ସୂଚନାଥାଉ କି, ମୋଟ ବିଏଏମ୍‌ଇ ଜନସଂଖ୍ୟାକୁ ତୁଳନା କଲେ ଏହି ବର୍ଗର ମୃତ୍ୟୁ ସଂଖ୍ୟା ବହୁତ ଅଧିକ। ଅର୍ଥାତ୍‌ ଜନସଂଖ୍ୟାର ପ୍ରାୟ ୧୩ ପ୍ରତିଶତ। ବିଏଏମ୍‌ଇ ବର୍ଗର ମୃତକଙ୍କ ମଧ୍ୟରେ ୦.୬% ବାଂଲାଦେଶୀ, ୧.୬% ଅନ୍ୟ ଏସୀୟ, ୧.୯% ଆଫ୍ରିକାନ୍‌, ୦.୯% ଅନ୍ୟ କୃଷ୍ଣକାୟ ସମୁଦାୟ, ୦.୪% ଚାଇନିଜ୍‌ ରହିଛନ୍ତି। ଅନ୍ୟପକ୍ଷରେ ମୃତ ଶ୍ୱେତାଙ୍ଗଙ୍କ ସଂଖ୍ୟା ହେଉଛି ୭୩.୬%। କେବଳ ସେତିକି ନୁହେଁ, ବିଏଏମ୍‌ଇ ସମୁଦାୟର ବହୁ ଲୋକ ସଂକ୍ରମିତ ହୋଇଥିବା ବ୍ରିଟେନର ପ୍ରଥମ ଶିଖ୍‌ ଆପାତକାଳୀନ ଚିକିତ୍ସା ପରାମର୍ଶଦାତା ଡା. ମନ୍‌ଜିତ୍‌ ସିଂ ରିଆତ କହିଛନ୍ତି।
ବ୍ରିଟିଶ ମେଡିକାଲ ଆସୋସିଏଶନ (ବିଏମ୍‌ଏ)ର କାଉନସିଲ ଚେୟାରମ୍ୟାନ ଡା. ଚାନ୍ଦ ନାଗପାଉଲ କହିଛନ୍ତି ଯେ, ଅସମାନତାକୁ ଦୂର କରିବା ଏବଂ ଜନସଂଖ୍ୟାର ସମସ୍ତ କ୍ଷେତ୍ରକୁ ସମାନ ଭାବରେ ସୁରକ୍ଷା ଦେବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। ବିଏଏମ୍‌ଇ ସମୁଦାୟ ସମ୍ମୁଖୀନ ହେଉଥିବା ବିପଦ ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଜାଣିବା ଯାଏ ସେମାନଙ୍କ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବା ଜରୁରୀ ବୋଲି ସେ କହିଛନ୍ତି। ବ୍ରିଟେନରେ ଭାରତୀୟ ବଂଶୋଭବ ଡାକ୍ତରମାନଙ୍କ ସଂଘ(ବିଏପିଆଇଓ) ଏମ୍ପୋରିଆଲ କଲେଜ ଲଣ୍ଡନ ସହିତ ଏକ ନୂତନ ଏକାଡେମିକ ବୁଝାମଣା ଘୋଷଣା କରିଛି, ଯାହା ବ୍ରିଟେନର ଡାକ୍ତରୀ ବୃତ୍ତି ମଧ୍ୟରେ ଥିବା ପାର୍ଥକ୍ୟକୁ ଗଭୀର ଭାବରେ ଅନୁସନ୍ଧାନ କରିବ। ଏହି ଅନୁସନ୍ଧାନରୁ ବିଏଏମ୍‌ଇ ଜନସଂଖ୍ୟା ଉପରେ ମହାମାରୀର ପ୍ରଭାବ କିପରି ହ୍ରାସ କରାଯାଇପାରିବ ସେନେଇ ସ୍ପଷ୍ଟ ପରାମର୍ଶ ମିଳିପାରିବ ବୋଲି ବିଏପିଆଇଓ ସଭାପତି ଡା. ରମେଶ ମେହେଟ୍ଟା କହିଛନ୍ତି। ବିଶେଷଜ୍ଞଙ୍କ କହିବାନୁଯାୟୀ, ହୃଦ୍‌ରୋଗ, ମଧୁମେହ, ଭିଟାମିନ ଅଭାବ, ବହୁ ପିଢ଼ିର ପରିବାରରେ ସାମାଜିକ ଦୂରତ୍ୱ ପାଳନ ନ ହେବା ଆଦି କାରଣ ପାଇଁ ବ୍ରିଟେନରେ ଜାତିଭିତ୍ତିକ ସଂଖ୍ୟାଲଘୁଙ୍କ ମୃତ୍ୟୁହାର ଅଧକ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିଲରେ ପଶିଲା କାର :୩୨୬ ନମ୍ବର ଜାତୀୟ ରାଜପଥରେ…

ମୋହନା,୨୫।୭(ମନ୍ମଥ ମିଶ୍ର): ଦୁଇ ଦିନର ଛୁଟି କାଟି ରାୟଗଡ଼ା ଜିଲାର ପଦ୍ମପୁରରୁ ଏକ କାର୍‌ (ଓଡି–୦୭–ଏଏଫ୍–୭୯୯୬) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ଗଜପତି ଜିଲା ଅଡବା ଥାନା…

Dharmendra Pradhan Resign: କ’ଣ AAP ପରି ରାଜନୀତି ମଇଦାନକୁ ଓହ୍ଲାଇବ CJP? ପ୍ରେସ କନଫରେନ୍ସରେ କଲା ବଡ଼ ଘୋଷଣା

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା କକରୋଚ ଜନତା ପାର୍ଟି (CJP) ଏବଂ ଭାରତର ଯୁବ ଆନ୍ଦୋଳନଗୁଡ଼ିକ ପାଇଁ ଏକ ଐତିହାସିକ ଓ ଅଭୂତପୂର୍ୱ ବିଜୟ। ତଥାପି, CJPର ‘ଆମ…

CJP ମୁଖ୍ୟ ଅଭିଜିତ ଦୀପକେଙ୍କ ଘରୁ ଆସିଲା ଭାବାବେଗ ଭରା ଦୃଶ୍ୟ: ଏମିତି କହି ଭୋ ଭୋ ହୋଇ କାନ୍ଦିଲେ…

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଶନିବାର ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଶେଷରେ Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସୋସିଆଲ ମିଡିଆରେ ଏକ…

ଆନ୍ଦୋଳନ ପ୍ରତ୍ୟାହାର କଲା CJP, ଧର୍ମେନ୍ଦ୍ରଙ୍କ ଇସ୍ତାଫା ପରେ ସିଜେପିର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୫।୭: ‘କକ୍ରୋଚ ଜନତା ପାର୍ଟି’ (CJP) ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ପ୍ରତିବାଦ ଶେଷ ହୋଇଥିବା ଘୋଷଣା କରିଛି। ଦଳର ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ…

ଶିକ୍ଷା ମନ୍ତ୍ରୀରୁ ଇସ୍ତଫା ପରେ କ’ଣ ବନ୍ଦ ହୋଇଯିବ ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା? ଜଣାପଡିଲା…

ନୂଆଦିଲ୍ଲୀ,୨୫।୭: NEET-UG ୨୦୨୬ ପରୀକ୍ଷାକୁ ନେଇ ସାରା ଦେଶରେ ଦେଖାଦେଇଥିବା ବିବାଦ ଏବଂ ଛାତ୍ରମାନଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା…

କୁଆଁରମୁଣ୍ଡା-ପଦମପୁର ରାସ୍ତା ଶୋଚନୀୟ: କାଦୁଅରେ ଗଡ଼ି ଆନ୍ଦୋଳନକାରୀଙ୍କ ପ୍ରତିବାଦ

କୁଆଁରମୁଣ୍ଡା,୨୫।୭(ମହେନ୍ଦ୍ର କୁମାର ସାହୁ): କୁଆଁରମୁଣ୍ଡା-ପଦମପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମାରେ ବର୍ଷା ପାଣି ଜମି ଯାତାୟାତରେ ବାଧାସୃଷ୍ଟି ହୋଇଛି। ଏପରି କି…

‘ଆସିଗଲା ସରକାର ଗାଦିଚ୍ୟୁତ ହେବାର ସମୟ’, ରାହୁଲଙ୍କ ବୟାନକୁ ନେଇ ରାଜନୀତି ସରଗରମ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କୁ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଧାନଙ୍କ ଇସ୍ତଫାକୁ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ନବୀନଙ୍କ ପୋଷ୍ଟ ଭାଇରାଲ, ଲୋକଙ୍କ ଇଚ୍ଛାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି, ଏଥିପାଇଁ ମୁଁ…

ଭୁବନେଶ୍ୱର,୨୫ା୭: ନିଟ୍‌ ପେପର ଲିକ୍‌ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri