Posted inଖେଳ

ବ୍ରିଟିଶ ବିମାନ ସେବାକୁ ଡୁ’ପ୍ଲେସିଙ୍କ ସମାଲୋଚନା

ନୂଆଦିଲ୍ଲୀ,୨୧।୯(ପିଟି): ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ଅଧିନାୟକ ଫାଫ ଡୁ’ପ୍ଲେସି ନିଜ କ୍ୟାରିୟରର ସବୁଠୁ ଖରାପ ବିମାନ ସେବା ଅନୁଭବ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବିପକ୍ଷ ଟେଷ୍ଟ ସିରିଜ୍‌ ଲାଗି ଡୁ’ପ୍ଲେସି ଶନିବାର ଭାରତରେ ପହଞ୍ଚତ୍ଥାନ୍ତେ। ହେଲେ ବ୍ରିଟିଶ ଏୟାରଓ୍ବେଜ ଉଡ଼ାଣ ୪ ଘଣ୍ଟା ବିଳମ୍ବ କରିଥିଲା। ଏଥିନେଇ ତାଙ୍କୁ ଭାରତ ପାଇଁ ଫ୍ଲାଇଟ୍‌ ହାତଛଡ଼ା କରିବାକୁ ପଡ଼ିଛି। ଶେଷରେ ୪ ଘଣ୍ଟା ପରେ ମୋତେ ଦୁବାଇକୁ ଏକ ବିମାନ ମିଳିଛି। ବିଳମ୍ବ ଯୋଗୁ ମୋତେ ଭାରତ ଫ୍ଲାଇଟ ହରାଇବାକୁ ପଡ଼ିଛି। ପରବର୍ତ୍ତୀ ଫ୍ଲାଇଟ ୧୦ ଘଣ୍ଟା ପରେ ଅଛି ବୋଲି ଡୁ’ପ୍ଲେସି ଶୁକ୍ରବାର ମଧ୍ୟରାତ୍ରିରେ ଟୁଇଟ୍‌ କରିଛନ୍ତି। ଏହାପରେ ଆଉ ଏକ ଟୁଇଟ୍‌ରେ ଏହା ମୋ କ୍ୟାରିୟରର ସବୁଠୁ ଖରାପ ଉଡ଼ଣା ଅନୁଭୂତି ଥିଲା ବୋଲି ଲେଖିଛନ୍ତି। ଦଳର ସବୁଠୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ ତଥା ନିୟମିତ ଅଧିନାୟକଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ଟି୨୦ ଦଳର ନେତୃତ୍ୱ ନେଉଛନ୍ତି କୁଇଣ୍ଟନ ଡି’କକ୍‌। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଅକ୍ଟୋବର ୨ ତାରିଖରୁ ବିଶାଖାପାଟଣାଠାରୁ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଣ୍ଡନରେ ଆଇପିଏଲ୍‌ ଆୟୋଜନ କରିବାକୁ ମେୟର ଆଗ୍ରହୀ

ଲଣ୍ଡନ,୧୦।୪(ପି.ଟି.): ଆସନ୍ତା ମାସରେ ନିର୍ବାଚନ ଆୟୋଜନ ହେବାକୁ ଯାଉଥିବାରୁ ଲଣ୍ଡନ ମେୟର ସାଦିକ୍‌ ଖାଁ ଏକ ଭିନ୍ନ ଧରଣର ଇଚ୍ଛା ଜାହିର କରି ଚର୍ଚ୍ଚିତ ହୋଇଛନ୍ତି।...

୩୩ ବଲ୍‌ରେ ୭ ଉଇକେଟ୍‌ ନେଇ ହଇଚଇ ସୃଷ୍ଟି କରିଲେ ଏହି ବୋଲର୍‌: ଏବେ ପେନ୍‌ସନ୍‌ ବନ୍ଦ

କରାଚି,୧୧।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପୂର୍ବତନ ଫାଷ୍ଟ ବୋଲର ସରଫରାଜ ନୱାଜଙ୍କ ମାସିକ ପେନସନ୍‌ ବନ୍ଦ କରିଦେଇଛି। ‘ଖେଳାଳି କଲ୍ୟାଣ ନୀତି’ର ଉଲ୍ଲଂଘନ କରିବାରୁ...

ଲୋକଙ୍କ ପ୍ରଶ୍ନରୁ ମୋ ରାପ୍‌

ଡୁଲେ ରାପର, ଯାହାଙ୍କ ପ୍ରକୃତ ନାମ ଡୁଲେଶ୍ୱର ତାଣ୍ଡି। ଘଟୁଥିବା ଅନ୍ୟାୟ, ଅତ୍ୟାଚାର ଏବଂ ଗରିବ ଓ ଦଳିତଙ୍କ ପ୍ରତି ସରକାରଙ୍କ ଅଣଦେଖାକୁ ରାପ୍‌ ମାଧ୍ୟମରେ...

ଅଲିମ୍ପିକ୍ସ ଖେଳିବା ପାଇଁ ସର୍ତ୍ତ ରଖିଲେ ନମ୍ବର ଓ୍ବାନ୍‌ ଟେନିସ ଖେଳାଳି

ବେଲଗ୍ରେଡ, ୨୭।୫: ଟୋକିଓ ଅଲିମ୍ପିକ୍ସରେ ଖେଳିବା ଲାଗି ସର୍ତ୍ତ ରଖିଛନ୍ତି ବିଶ୍ୱର ନମ୍ବର ଓ୍ବାନ୍‌ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌। ଫ୍ୟାନ୍ସଙ୍କୁ ଷ୍ଟାଡିୟମରେ...

ସେପ୍ଟେମ୍ବର ୧୪ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ହେବ: ବିସିସିଆଇ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ, ୧୬ା୮ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ କରିବା ଲାଗି ପ୍ରଶାସକ କମିଟି (ସିଓଏ) ସ୍ଥିର କରିଛି।...

ଆର୍‌ସିବି ଦଳର ନେତୃତ୍ୱ ଛାଡ଼ିବାକୁ ଯାଉଛନ୍ତି କୋହଲି

ଦୁବାଇ,୧୯।୯: ଭାରତୀୟ ଟି୨୦ ଦଳର ଅଧିନାୟକ ପଦରୁ ଓହରିବା ନେଇ ଘୋଷଣା କରିବା ପରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି। ଏଠାରେ...

ଧୋନୀ ଆଇପିଏଲ୍‌ରୁ ସନ୍ୟାସ ନେବାକୁ ନେଇ ଏପରି କହିଲେ ସିଏସ୍‌କେ ସିଇଓ

ନୂଆଦିଲ୍ଲୀ,୨୫।୩: ଥରେ କିମ୍ବା ଦୁଇଥର ନୁହେଁ, ଚେନ୍ନାଇ ସୁପରକିଙ୍ଗ୍ସକୁ ଚାରିଥର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବିଜେତା କରିଛନ୍ତି ମହାନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ହେଲେ...

ଅଭୟ ନେଗିଙ୍କ ନାମରେ ଦ୍ରୁତତ୍ତମ ଅର୍ଦ୍ଧଶତକ

ମେଘାଳୟର ଅଭୟ ନେଗି ସୟଦ ମୁସ୍ତାକ ଅଲି ଟି୨୦ କ୍ରିକେଟ୍‌ରେ ଦ୍ରୁତତ୍ତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ କରିଛନ୍ତି। ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମିଜୋରାମ ବିପକ୍ଷ...

Advertisement
Archives

Model This Week