ବ୍ରିଟିଶ ପାର୍ଲାମେଣ୍ଟ ସ୍ଥଗିତ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ:ପ୍ରତିବାଦରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ

ଲଣ୍ଡନ,୩୦-୮:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନର ପ୍ରସ୍ଥାନ ଲାଗି ଆଉ ମାତ୍ର କେଇ ସପ୍ତାହ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ପାର୍ଲାମେଣ୍ଟ ଅଧିବେଶନକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ୟୁରୋପୀୟ ସମର୍ଥକ ତଥା ବିନା ଚୁକ୍ତିନାମା ବ୍ରେକ୍‌ଜିଟକୁ ବିରୋଧ କରୁଥିତ୍ବା ଏମ୍‌ପିମାନେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ପାର୍ଲାମେଣ୍ଟକୁ ପାଖାପାଖି ୫ ସପ୍ତାହ ସ୍ଥଗିତ ରଖିବା ପାଇଁ ବୁଧବାର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହାକୁ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପାର୍ଲାମେଣ୍ଟ ସ୍ଥଗିତ ନିଷ୍ପତ୍ତିକୁ ବିରୋଧ କରି ସ୍କଟଲ୍ୟାଣ୍ଡ କଞ୍ଜରଭେଟିଭ ନେତା ରୁଥ୍‌ ଡାଭିଡସନ୍‌ ଇସ୍ତଫା ଦେବା ଫଳରେ ଜନସନଙ୍କୁ ଶକ୍ତ ଝଟ୍‌କା ଲାଗିଛି। ବିରୋଧୀମାନେ ତାଙ୍କ ନିଷ୍ପତ୍ତିକୁ ବିଦ୍ରୋହ ଏବଂ ସମ୍ବିଧାନର ଉଲ୍ଲଂଘନ କହିଛନ୍ତି। ଏହା ଉପରେ ରହିତାଦେଶ ଜାରି ପାଇଁ ଲଣ୍ଡନ, ଏଡିନବରା ଓ ବେଲଫାଷ୍ଟ କୋର୍ଟରେ ଆବେଦନ କରିଛନ୍ତି। ଗୁରୁବାର ହଜାର ହଜାର ଲୋକ ଲଣ୍ଡନ, ମଞ୍ଚେଷ୍ଟର, ଏଡିନବରା ସମେତ ଅନ୍ୟ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ କରିଥିବା ଜଣାପଡିଛି। ପାର୍ଲାମେଣ୍ଟ ଭବନ ନିକଟରେ ବିଶାଳ ର଼୍ୟାଲି କରାଯାଇ ବିଦ୍ରୋହ ବନ୍ଦ କର ସ୍ଲୋଗାନ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ…

ଓ୍ବାଶିଂଟନ/ମସ୍କୋ, ୨୩।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪ ମାସ ବିତିଛି। ଯୁଦ୍ଧ ଯୋଗୁ ପୃଥିବୀର ଅର୍ଥ ବ୍ୟବସ୍ଥା ଟଳମଳ ହେବାରେ ଲାଗିଛି।...

ଔଷଧ-ଭେଣ୍ଟିଲେଟରର ଅଭାବ: କରୋନା ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ଦେବାରେ ଅସମର୍ଥ ଡାକ୍ତର !

ପ୍ୟାରିସ୍‌,୬।୪: କରୋନା ସଂକ୍ରମଣର ମୁକାବିଲା ପାଇଁ ଫ୍ରାନ୍ସ୍‌ରେ ଯନ୍ତ୍ରଣା ଉପଶମକାରୀ ଔଷଧ ଏବଂ ଭେଣ୍ଟିଲେଟରର ଅଭାବ ଦେଖାଦେଇଛି। ଫଳରେ ଡାକ୍ତରମାନେ ସଂକ୍ରମିତଙ୍କୁ ଉପଯୁକ୍ତ ଚିକିତ୍ସା ସେବା...

ଭାରତ ମହାସାଗର ତଳେ ଭାଙ୍ଗିବାରେ ଲାଗିଛି ଟେକ୍ଟୋନିକ୍‌ ପ୍ଲେଟ୍‌

ପ୍ୟାରିସ୍‌,୨୬।୫: ଭାରତ ଉପରେ ବିପଦ ମାଡ଼ି ଆସୁଛି। ଭାରତ ମହାସାଗର ତଳେ ଥିବା ଟେକ୍ଟୋନିକ୍‌ ପ୍ଲେଟ୍‌ ଧୀରେଧୀରେ ଭାଙ୍ଗିବାରେ ଲାଗିଛି। ଏହାଯୋଗୁ ଆଗାମୀ ଦିନରେ ତୀବ୍ରତାଯୁକ୍ତ...

କରୋନା ନେଲାଣି ୩୩ ହଜାର ୫୦୯ ଲୋକଙ୍କ ଜୀବନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। କରୋନା...

ଜାପାନ ଛୁଇଁଲା ‘ନାନ୍‌ମାଡୋଲ’: ପବନର ବେଗ ଘଣ୍ଟାପ୍ରତି ରହିପାରେ ୨୩୪ କି.ମି.

ଟୋକିଓ,୧୮ା୯: ଦକ୍ଷିଣପଶ୍ଚିମ ଜାପାନରେ ଶକ୍ତିଶାଳୀ ଝଡ଼ ନାନ୍‌ମାଡୋଲ ରବିବାର ରାତିରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। କାଗୋଶିମା ସହରରେ ବାତ୍ୟାର ଆଖି ଥିବାଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହେବା...

ବ୍ରିଟିଶ୍‌ ସଂସଦରେ କୃଷକ ଆନ୍ଦୋଳନ ଚର୍ଚ୍ଚା: ଭାରତ ପକ୍ଷରୁ ବିରୋଧ

ନୂଆଦିଲ୍ଲୀ/ଲଣ୍ଡନ,୯।୩: କୃଷି ଆଇନ ବିରୋଧରେ ଭାରତରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ବ୍ରିଟିଶ୍‌ ସଂସଦରେ ଆଲୋଚନା କରାଯାଇଛି। ଏଭଳି ଆଲୋଚନାକୁ...

ପୋଷା କୁକୁର ବିନା ୟୁକ୍ରେନ ଛାଡ଼ିବାକୁ ମନା କଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ,୨୭।୨: ଯୁଦ୍ଧରେ ଯର୍ଯରିତ ୟୁକ୍ରେନରେ ଫସିଥିବା ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର ପୋଷା କୁକୁର ବିନା ଦେଶ ଛାଡ଼ିବାକୁ ମନା କରି ଦେଇଛନ୍ତି। ଖାରକିଭ...

ବନ୍ଧୁକ ସଂସ୍କୃତି ବିରୋଧରେ ପ୍ରଦର୍ଶନ, ବାଇଡେନ୍‌ଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୧୨।୬ : ଦୁଇ ଦଶନ୍ଧି ମଧ୍ୟରେ ଆମେରିକାରେ ବହୁ ଗୁଳିକାଣ୍ହ ଘଟିଛି। ଏହାକୁ ନେଇ ଆମେରିକାର ନାଗରିକମାନେ ବନ୍ଧୁକ ସଂସ୍କୃତି ବିରୋଧରେ ଏକଜୁଟ ହୋଇଛନ୍ତି।...

Advertisement
Archives

Model This Week