ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ଜାଣନ୍ତି

ଲଣ୍ଡନ,୮।୯: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଲିଜ ଟ୍ରସ। ରାଣୀ ଏଲିଜାବେଥ ଦ୍ୱିତୀୟ ଲିଜ ଟ୍ରସଙ୍କୁ ଶପଥ ପାଠ କରାଇଛନ୍ତି। ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ହରାଇ ୟୁକେର ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ଲିଜଙ୍କୁ ୮୧ହଜାର ୩୨୬ ଖଣ୍ଡ ଭୋଟ ମିଳିଛି। ସେହିପରି ଋଷି ସୁନକଙ୍କୁ ୬୦ହଜାର ୩୯୯ ଖଣ୍ଡ ଭୋଟ ମିଳିଛି। ଋଷି ଏହି ନିର୍ବାଚନରେ ୨୦ ହଜାର ୯୨୭ ଖଣ୍ଡ ଭୋଟରେ ପରାଜିତ ହୋଇଛନ୍ତି।
ଏଭଳି ପରିସ୍ଥିତିରେ ବ୍ରିଟେନର ପ୍ରଧାନମନ୍ତ୍ରୀ କେତେ ଟଙ୍କା ଦରମା ନିଅନ୍ତି ତାହା କେତେ ଜାଣିବାକୁ ଲୋକଙ୍କ ଆଗ୍ରହ ରହିଥାଏ।

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ?
ବ୍ରିଟେନର ପ୍ରଧାନମନ୍ତ୍ରୀ ରହିବାକୁ ଏକ ସରକାରୀ ବାସଭବନ ପାଆନ୍ତି, ଯାହାକୁ ୧୦ ଡାଉନିଂ ଷ୍ଟ୍ରିଟ କୁହାଯାଏ। ଏଠାରେ ପ୍ରଧାନମନ୍ତ୍ରୀଙ୍କ ଏକ କାର୍ଯ୍ୟନିର୍ବାହୀ କାର୍ଯ୍ୟାଳୟ ଅଛି, ଯେଉଁଠାରେ ସେ ସମସ୍ତ ସଭା କରନ୍ତ। ୧୭୩୫ରୁ ୧୦ ଡାଉନିଂ ଷ୍ଟ୍ରିଟ ପ୍ରଧାନମନ୍ତ୍ରୀ ବାସସ୍ଥାନ ଭାବରେ ବ୍ୟବହୃତ ହୋଇଛି। ଅବଶ୍ୟ, ବୋରିସ ଜନସନଙ୍କ ପରି କେତେକ ପ୍ରଧାନମନ୍ତ୍ରୀ ୧୧ ନମ୍ବର ରହିବାକୁ ପସନ୍ଦ କରୁଥିଲେ। ୧୦ ଡାଉନିଂ ଷ୍ଟ୍ରିଟଠାରୁ ତାହା ବହୁତ ବଡ ଅଟେ। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଦରମା ହେଉଛି ୧୬୪,୦୮୦ ପାଉଣ୍ଡ (୧,୫୦,୫୮,୫୧୬ ଟଙ୍କା)। ଏଥିରେ ଏମ୍‌ପି ପଦ ପାଇଁ ୮୪,୧୪୪ ପାଉଣ୍ଡ (୭୭,୨୨,୩୫୪ ଟଙ୍କା) ଏବଂ ବାକି ୭୯,୯୩୬ (୭୩,୩୬,୧୬୨ ଟଙ୍କା) ପ୍ରଧାନମନ୍ତ୍ରୀ ପଦ ପାଇଁ ଦିଆଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ କେତେ ଭୟଙ୍କର ତାହା ଏବେ ଟ୍ରମ୍ପ ବୁଝିଯିବା ଉଚିତ: ବେଡେନ

ୱାଶିଂଟନ,୩ ।୧୦: ଠିକ୍ ରାଷ୍ଟପତି ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।...

ସିନ୍ଧୁ ନଦୀରେ ଡଙ୍ଗାବୁଡ଼ି, ୨୩ ମୃତ, ୨୬ ନିଖୋଜ …

ଇସଲାମାବାଦ, ୧୯।୭ : ପାକିସ୍ତାନରେ ଏକ ଦୁଃଖଦ ଡଙ୍ଗାବୁଡ଼ି ଦୁର୍ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ ଜଣ ନିଖୋଜ ଅଛନ୍ତି। ପାକିସ୍ତାନର ପଞ୍ଜାବ...

ନାଚରେ ଉତ୍ସାହ ବଢ଼ାଇଲେ କରୋନା ରୋଗୀ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ନାଁ ଶୁଣିବା ମାତ୍ରେ କେମିତି ଏକ ପ୍ରକାର ଭୟ ମନ ଭିତରକୁ ଆପେ ଆପେ ଆସିଯାଉଛି। କିନ୍ତୁ ସାହସର ସହ ମୁକାବିଲା...

ଶିବରାତ୍ରୀରେ ମହାଦେବଙ୍କୁ ଜଳ ଲାଗି କରନ୍ତି ମୁସଲମାନ୍‌ ମହିଳା…

ଭାରତରେ ଭିନ୍ନତା ମଧ୍ୟରେ ସବୁବେଳେ ଏକତା ଦୃଷ୍ଟିଗୋଚର ହୋଇଥାଏ। ଭାଇଚାରା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବ ହିଁ ଭାରତୀୟଙ୍କୁ ଏକାଠି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।...

ଖୁସି ଖବର: ଆସିଲା କରୋନା ଔଷଧ

ଓ୍ବାଶିଂଟନ,୨୩ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବିଶ୍ୱବ୍ୟାପୀ ଚିନ୍ତାର ବିଷୟ। ବ୍ରିଟେନ, ଆମେରିକା, ଇସ୍ରାଏଲ ସମେତ ଅନେକ ଦେଶରେ ଓମିକ୍ରନ ମାମଲା ବୃଦ୍ଧି ପାଉଛି।...

ଓମିକ୍ରନ୍‌ର ବିଏ.୪-ବିଏ.୫ ଭାରିଆଣ୍ଟ୍‌ ଚିହ୍ନଟ…

ଜୋହାନ୍ସବର୍ଗ, ୧୨।୪ : କରୋନା ମହାମାରୀ ଭୂତାଣୁ ଓମିକ୍ରନ୍‌ ଭାରିଆଣ୍ଟ୍‌ର ଦୁଇ ଉପବଂଶ ଭାରିଆଣ୍ଟ୍‌ ଚିହ୍ନଟ ହୋଇଛି। ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଏହି ଦୁଇ ଭାରିଆଣ୍ଟ୍‌କୁ...

ପୁଣି ଏନ୍ତୁଡ଼ିଶାଳକୁ ଫେରିଲା କରୋନା, ଲକଡାଉନ୍‌ ଜାରି…

ବେଜିଂ,୧୯।୧୦: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାରେ ପୁଣି ସଂକ୍ରମଣ ଆରମ୍ଭ ହୋଇଛି। ଏହାକୁ ସୃଷ୍ଟରେ ରଖି ଉତ୍ତର ସୀମାବର୍ତ୍ତୀ ସହରରେ ଆଶିଂକ ଲକଡାଉନ୍‌ ଜାରି...

ଛୁଟି ପାଇଁ ପୋଲିସ କରୁଛି ସତ୍ୟପାଠ

ସମସ୍ତିପୁର: ‘ମୁଁ ….. ଛଟ୍‌ ମା’ଙ୍କୁ ସାକ୍ଷୀ ରଖି ଶପଥ ନେଉଛି, ମୁଁ ଦୀର୍ଘ….ବର୍ଷ ହେଲା ଛଟ୍‌ ପୂଜା କରିଆସୁଛି। ଏହି ବର୍ଷ ମଧ୍ୟ ବ୍ରତ...

Advertisement
Archives

Model This Week