ବ୍ରିଜ୍‌ ନିର୍ମାଣ ଆରମ୍ଭ କଲେ ୧୫ ଆଦିବାସୀ ଗାଁ

ପାତ୍ରପୁର,୧୪।୬(ଉମାଚରଣ କର): ଗାଁକୁ ଯିବା ପାଇଁ ପକା ରାସ୍ତା ନ ଥିବାରୁ ଜାମୁଗଣ୍ଡ ମୁକୁଳା ନାଳ ପାର ହେବାକୁ ପଡୁଛି। ନଦୀର ଉପର ମୁଣ୍ଡରେ ବର୍ଷା ହେଲେ ନାଳରେ ବଢି ଆସିଯାଏ ଆଉ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗ୍ରାମ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଏଥିପାଇଁ ନାଳ ଉପରେ ବ୍ରିଜ ନିର୍ମାଣ ପାଇଁ ପ୍ରଶାସନିକ ଅଧିକାରୀଙ୍କ ପାଖରେ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିଲା । ଶେଷରେ ବାଧ୍ୟ ହୋଇ ଉକ୍ତ ଗ୍ରାମବାସୀ ନିଜ ସମର୍ଥ ଅନୁଯାୟୀ ଟଙ୍କା ଆଦାୟ କରି ନାଳ ଉପରେ ଛୋଟିଆ ବ୍ରିଜ ନିର୍ମାଣ ପାଇଁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତରେ। ଗତ ଏକ ବର୍ଷ ଧରି କମଳାଖତ, ନୂଆଁସାହି, ସାନ ଅଞ୍ଚୁପା, ଜେନା ସାହି, ବଡ ଅଞ୍ଚୁପା, ମୁଣ୍ଡେଇସିଙ୍ଗି, କୁଶମଳା, ମଇଁଷିଖତ, ବଡ ସଚାରୁ, ସାନ ସଚାରୁ, କାନ୍ତିଗାଁ, ବଡ ଅଞ୍ଜାଗୁଲି, ବାତ୍ରା ସାହି, ସାନଗାଁ, ସାନଅଞ୍ଜାଗୁଲି, ବିଲୁଗାଁ ପ୍ରମୁଖ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ବ୍ରିଜ ନିର୍ମାଣ ପାଇଁ ଦାବି କରିଆସୁଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ କାର୍ଯ୍ୟ ପନ୍ଥା ଗ୍ରହଣ କରି ନ ଥିବା ଦେଖିବାକୁ ମିଳିଛି। ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ଆଗୁଆ ସଜାଗ ହୋଇ ଉକ୍ତ ଗ୍ରାମବାସୀ ତିରିଶ ହଜାର ଟଙ୍କା ଚାନ୍ଦା ବାହାର କରି ଜାମୁଗଣ୍ଡ ନାଳ ଉପରେ ଏକ ଛୋଟିଆ ବ୍ରିଜ ନିର୍ମାଣ ପାଇଁ ଅଣ୍ଟା ଭିଡିଥିଲେ। ଜେସିବି ମାଧ୍ୟମରେ ପଥରଗୁଡିକୁ ବାହାର କରି ରାସ୍ତା ସଫା କରାଯାଇଥିବା ବେଳେ ନାଳ ମୁଖ୍ୟ ସ୍ରୋତ ନିକଟରେ ପିଲ୍ଲାର କାମ ଆରମ୍ଭ କରିଥିଲେ। ହେଲେ ଗ୍ରାମବାସୀ ଆଦାୟ କରିଥିବା ଚାନ୍ଦା ସମୁଦ୍ରକୁ ଶଙ୍ଖେ ଥିଲା ଏବଂ ଦୁଇଟି ପିଲ୍ଲାର କାମରେ ସମସ୍ତ ଟଙ୍କା ସରିଯାଇଥିଲା । ବର୍ତ୍ତମାନ ସେମାନେ ନିରୁପାୟ ହୋଇ ଭାଗ୍ୟକୁ ଆଦରି ବସିଛନ୍ତି । ପୁଣି ଥରେ ଚାନ୍ଦା ବାହାର କରିବା ପାଇଁ ଗ୍ରାମବାସୀ ଆଲୋଚନା କରୁଥିବା ଜଣା ପଡିଛି l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ଉନ୍ନତି ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ପାତ୍ରପୁର ବ୍ଲକର ଉକ୍ତ ଅଞ୍ଚଳଗୁଡ଼ିକରେ ସରକାରୀ ଯୋଜନା ବାଟବଣା ହୋଇ ପଡିରହିଛି । ସୂଚନାଥାଉ କି ଉକ୍ତ ଗ୍ରାମବାସୀ ସମସ୍ୟାର ସମାଧାନ ପାଇଁ ବିଡିଓଙ୍କୁ ଜଣାଇଥିବା ବେଳେ ନାଳରେ ବଢି ଆସିଲେ ତାର ବାନ୍ଧି ନାଳ ପାର ହେବାର ନଜିର ରହିଛି । ଏମିତିକି ୨୦୨୧ରେ ଜଣେ ଯୁବକ ପାଣିରେ ବୁଡ଼ିଯାଇଥିଲେ । ନାଳ ଉପରେ ବ୍ରିଜ ନିର୍ମାଣ ପାଇଁ ଗତବର୍ଷ ଜୁଲାଇରେ ପ୍ରଶାସନ ପକ୍ଷରୁ ସମୀକ୍ଷା ମଧ୍ୟ କରାଯାଇଥିଲା । ଏମିତି କି ପାତ୍ରପୁର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଗୁହାରି କରିଥିଲେ । ତଥାପି
ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ବୃଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା କରି ନଦୀରେ ଫିଙ୍ଗିଦେଲେ, ଗାଁରେ ଉତ୍ତେଜନା

ନୟାଗଡ଼,୬ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଡାଳିଆମଡ଼ା ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଚି। ଅଭି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ରବିବାର ରାତିରେ…

କନ୍ଧମାଳରେ ସବୁ ବିଦ୍ୟାଳୟ ଛୁଟି: ମୋବାଇଲ ନେଟ୍‌ଓ୍ବର୍କ୍‌ ନ ଥିବାରୁ ଶିକ୍ଷକଙ୍କ ନିକଟରେ ପହଞ୍ଚିପାରୁନି ନିର୍ଦ୍ଦେଶନାମା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଜାରି ରହିଛି। ଏଥିପାଇଁ ସୋମବାର ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଛୁଟି ରଖିବା…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଗାଣ ବର୍ଷା: ୩ ଦିନ ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତ, ଲୋକଙ୍କୁ ଡିବି-ଲଣ୍ଠନ ଭରସା

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗୁରୁବାର ବିଳମ୍ବିତ ରାତିରୁ ଲଗାଣବର୍ଷା ଜାରି ରହିଛି। ଫଳରେ ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ଦେଖାଯାଇଛି। ବର୍ଷା ପରଠାରୁ ବିଦ୍ୟୁତ୍‌ ବାରମ୍ବାର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri