ବ୍ରାହ୍ମଣୀରୁ ବେଧଡକ ବାଲି ଚାଲାଣ

ଓଡ଼ାପଡ଼ା,୧୬ା୫(ଡି.ଏନ.ଏ) – ଲକ୍‌ଡାଉନ୍‌ ସମୟରେ ଢେଙ୍କାନାଳ ଜିଲା ବ୍ରାହ୍ମଣୀ ନଦୀରୁ ବେଧଡକ୍‌ ଚାଲିଛି ବାଲି ଚାଲାଣ। କରୋନା ସଂକ୍ରମଣ ନିରୋଧୀ ଅଭିଯାନରେ ଅଧିକାରୀମାନେ ନିୟୋଜିତ ହୋଇଥିବାବେଳେ ଏହାର ସୁଯୋଗ ନେଉଛନ୍ତି ଅସାଧୁ ବ୍ୟବସାୟୀ। ଶୁକ୍ରବାର ନାଧରା ଘାଟ ଉପରେ ଚଢ଼ାଉ ବେଳେ ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରଶାସନିକ ଅଧିକାରୀ। ଆକ୍ରମଣର ଭୟ ଦେଖାଇ ଜଣେ ଅଭିଯୁକ୍ତ ଏକ ଟ୍ରାକ୍ଟର ଇଞ୍ଜିନ ଛଡ଼ାଇ ନେଇଛନ୍ତି। ଘଟଣାସ୍ଥଳରୁ ୩ ଟ୍ରାକ୍ଟର ଇଞ୍ଜିନ, ଅଭିଯୁକ୍ତ ଛଡ଼ାଇ ନେଇଥିବା ଟ୍ରାକ୍ଟର ଇଞ୍ଜିନର ଡାଲା ଏବଂ ଗୋଟିଏ ଟିପ୍ପର ଜବତ କରାଯାଇଛି।
ବାଲି ଚାଲାଣରେ ସମ୍ପୃକ୍ତ ବ୍ୟକ୍ତି ତଳିଆ ପୋଲିସ କର୍ମଚାରୀଙ୍କୁ ହାତ କରି ତହସିଲ ଅଧିକାରୀଙ୍କ ଗାଡି ଉପରେ ଲଗାତର ନଜର ରଖୁଥିଲେ। ସେମାନଙ୍କ ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହ କରି ତଦନୁଯାୟୀ ବାଲି ଚାଲାଣରେ ସହାୟତା କରୁଥିଲେ। ପୂର୍ବରୁ ଏପରି ବାଲି ଚାଲାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ହେଲେ ବ୍ୟବସାୟୀମାନେ ଲୋକଙ୍କୁ ଧମକଚମକ ଦେଇ ବେନିୟମ କାର୍ଯ୍ୟ ଜାରି ରଖିଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଶୁକ୍ରବାର ଅପରାହ୍ନରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ବାଲିଘାଟ ଉପରେ ଅତର୍କିତ ଚଢ଼ାଉ କରିଥିଲା। ରାଜସ୍ବ ବିଭାଗ ଅଧିକାରୀମାନେ ପହଞ୍ଚତ୍ ଗାଡ଼ିଗୁଡ଼ିକୁ ଅଟକ ରଖିଥିବାବେଳେ ଜଣେ ଅଭିଯୁକ୍ତ ଲୁହାରଡ୍‌ ଧରି ଆକ୍ରମଣ କରିବାକୁ ଧମକ ଦେଇଥିଲେ। ଏଥିସହ ସେଠାରେ ଥିବା ଏକ ଟ୍ରାକ୍ଟର ଇଞ୍ଜିନକୁ ନେଇ ପଳାଇଥିଲେ। ଚଢ଼ାଉରୁ ବର୍ତ୍ତିବାକୁ ଅଭିଯୁକ୍ତମାନେ ଟ୍ରାକ୍ଟର ନମ୍ବର ଲିଭାଇ ଦେଇଥିଲେ। ତେବେ ଇଞ୍ଜିନ ଓ ଚେଚିସ୍‌ ନମ୍ବରରୁ ଗାଡ଼ି ମାଲିକଙ୍କ ସମ୍ପର୍କରେ ତଥ୍ୟ ମିଳିଯିବ ବୋଲି ଚଢ଼ାଉରେ ସାମିଲ ଥିବା ଅଧିକାରୀମାନେ କହିଛନ୍ତି।
ଅତିରିକ୍ତ ତହସିଲଦାର ସାଗରିକା ସାହୁ, ଓଡ଼ାପଡ଼ା ଆର୍‌ଆଇ ଚିନ୍ମୟ ଦାସ, ମୋଟଙ୍ଗା ଆର୍‌ଆଇ ନିବେଦିତା ନାୟକ, ଷଡଙ୍ଗୀ ଆର୍‌ଆଇ ବୀରେନ୍ଦ୍ର ସିଂ, ପିଙ୍ଗୁଆ ଆର୍‌ଆଇ ପ୍ରସାଦ ସିଂ, ଗଦାଶିଳା ଆରଆଇ ଉଚ୍ଛବ ଦେହୁରୀ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ଉପଜିଲାପାଳ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରିପୋର୍ଟ ଲେଖାଯିବା ଯାଏ ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଭତ୍ତାରୁ ବଞ୍ଚିତ ହେଉଛନ୍ତି ୭୫% ଭିନ୍ନକ୍ଷମ ଛାତ୍ରୀ, ଗୁହାରି କରିବା ପରେ ବି…

ମୋହନା,୩୧।୭(ମନ୍ମଥ ମିଶ୍ର): ସରକାରୀ ସହାୟତା ଅପେକ୍ଷାରେ ଭିନ୍ନକ୍ଷମ ଛାତ୍ରୀ । ୭୫% ଭିନ୍ନକ୍ଷମ ହୋଇ ମଧ୍ୟ ଭିନ୍ନକ୍ଷମ ଭତ୍ତାରୁ ଦୀର୍ଘ ବର୍ଷ ହେବ ବଞ୍ଚିତ ଅଛନ୍ତି ।…

ନିଶା କାରବାରୀଙ୍କୁ ଝଟକା: ୨୭ କେଜି ଗଞ୍ଜେଇ ସହ ଜଣଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର, ୩୧୭(ବାବୁଲା ପ୍ରଧାନ):ନିଶା କାରବାର ବିରୋଧରେ ଗଞ୍ଜାମ ପୋଲିସର କଡ଼ା ଅଭିଯାନ ଜାରି ରହିଥିବାବେଳେ ଭଞ୍ଜନଗର ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବେଆଇନ ଗଞ୍ଜେଇ ଚାଲାଣ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

ବନ୍ୟାରେ ୨୪ ଘଣ୍ଟା ଧରି ତାଳ ଗଛରେ ଆଶ୍ରୟ ନେଇଥିଲେ ଚାଷୀ, ତା’ପରେ ଘଟିଲା…

ଧାମନଗର,୩୧ା୭(ସନ୍ତୋଷ କୁମାର ମହାପାତ୍ର):ବିଲକୁ ଯାଇ ବନ୍ୟାରେ ଘରକୁ ଫେରିପାରିଲେନି। ଭୟଙ୍କର ବନ୍ୟାରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ୨୪ ଘଣ୍ଟା ଏକ ତାଳଗଛରେ ଆଶ୍ରୟ ନେଇଥିଲେ ଜଣେ…

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri