ବ୍ରାହ୍ମଣୀରୁ ବେଧଡକ ବାଲି ଚାଲାଣ

ଓଡ଼ାପଡ଼ା,୧୬ା୫(ଡି.ଏନ.ଏ) – ଲକ୍‌ଡାଉନ୍‌ ସମୟରେ ଢେଙ୍କାନାଳ ଜିଲା ବ୍ରାହ୍ମଣୀ ନଦୀରୁ ବେଧଡକ୍‌ ଚାଲିଛି ବାଲି ଚାଲାଣ। କରୋନା ସଂକ୍ରମଣ ନିରୋଧୀ ଅଭିଯାନରେ ଅଧିକାରୀମାନେ ନିୟୋଜିତ ହୋଇଥିବାବେଳେ ଏହାର ସୁଯୋଗ ନେଉଛନ୍ତି ଅସାଧୁ ବ୍ୟବସାୟୀ। ଶୁକ୍ରବାର ନାଧରା ଘାଟ ଉପରେ ଚଢ଼ାଉ ବେଳେ ବାଲି ମାଫିଆଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରଶାସନିକ ଅଧିକାରୀ। ଆକ୍ରମଣର ଭୟ ଦେଖାଇ ଜଣେ ଅଭିଯୁକ୍ତ ଏକ ଟ୍ରାକ୍ଟର ଇଞ୍ଜିନ ଛଡ଼ାଇ ନେଇଛନ୍ତି। ଘଟଣାସ୍ଥଳରୁ ୩ ଟ୍ରାକ୍ଟର ଇଞ୍ଜିନ, ଅଭିଯୁକ୍ତ ଛଡ଼ାଇ ନେଇଥିବା ଟ୍ରାକ୍ଟର ଇଞ୍ଜିନର ଡାଲା ଏବଂ ଗୋଟିଏ ଟିପ୍ପର ଜବତ କରାଯାଇଛି।
ବାଲି ଚାଲାଣରେ ସମ୍ପୃକ୍ତ ବ୍ୟକ୍ତି ତଳିଆ ପୋଲିସ କର୍ମଚାରୀଙ୍କୁ ହାତ କରି ତହସିଲ ଅଧିକାରୀଙ୍କ ଗାଡି ଉପରେ ଲଗାତର ନଜର ରଖୁଥିଲେ। ସେମାନଙ୍କ ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହ କରି ତଦନୁଯାୟୀ ବାଲି ଚାଲାଣରେ ସହାୟତା କରୁଥିଲେ। ପୂର୍ବରୁ ଏପରି ବାଲି ଚାଲାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ହେଲେ ବ୍ୟବସାୟୀମାନେ ଲୋକଙ୍କୁ ଧମକଚମକ ଦେଇ ବେନିୟମ କାର୍ଯ୍ୟ ଜାରି ରଖିଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଶୁକ୍ରବାର ଅପରାହ୍ନରେ ଉପଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ବାଲିଘାଟ ଉପରେ ଅତର୍କିତ ଚଢ଼ାଉ କରିଥିଲା। ରାଜସ୍ବ ବିଭାଗ ଅଧିକାରୀମାନେ ପହଞ୍ଚତ୍ ଗାଡ଼ିଗୁଡ଼ିକୁ ଅଟକ ରଖିଥିବାବେଳେ ଜଣେ ଅଭିଯୁକ୍ତ ଲୁହାରଡ୍‌ ଧରି ଆକ୍ରମଣ କରିବାକୁ ଧମକ ଦେଇଥିଲେ। ଏଥିସହ ସେଠାରେ ଥିବା ଏକ ଟ୍ରାକ୍ଟର ଇଞ୍ଜିନକୁ ନେଇ ପଳାଇଥିଲେ। ଚଢ଼ାଉରୁ ବର୍ତ୍ତିବାକୁ ଅଭିଯୁକ୍ତମାନେ ଟ୍ରାକ୍ଟର ନମ୍ବର ଲିଭାଇ ଦେଇଥିଲେ। ତେବେ ଇଞ୍ଜିନ ଓ ଚେଚିସ୍‌ ନମ୍ବରରୁ ଗାଡ଼ି ମାଲିକଙ୍କ ସମ୍ପର୍କରେ ତଥ୍ୟ ମିଳିଯିବ ବୋଲି ଚଢ଼ାଉରେ ସାମିଲ ଥିବା ଅଧିକାରୀମାନେ କହିଛନ୍ତି।
ଅତିରିକ୍ତ ତହସିଲଦାର ସାଗରିକା ସାହୁ, ଓଡ଼ାପଡ଼ା ଆର୍‌ଆଇ ଚିନ୍ମୟ ଦାସ, ମୋଟଙ୍ଗା ଆର୍‌ଆଇ ନିବେଦିତା ନାୟକ, ଷଡଙ୍ଗୀ ଆର୍‌ଆଇ ବୀରେନ୍ଦ୍ର ସିଂ, ପିଙ୍ଗୁଆ ଆର୍‌ଆଇ ପ୍ରସାଦ ସିଂ, ଗଦାଶିଳା ଆରଆଇ ଉଚ୍ଛବ ଦେହୁରୀ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ଉପଜିଲାପାଳ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ରିପୋର୍ଟ ଲେଖାଯିବା ଯାଏ ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଡିଏଫ୍‌ଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ଆଜି ପର୍ଯ୍ୟନ୍ତ ପରଦା ହଟିପାରିନାହିଁ।  ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ପୋଲିସ ଏବଂ...

ହୀରାକୁଦ ଡ୍ୟାମ୍‌ରେ ବୁଡିଯାଇ ୨ ଅଧିକାରୀ ନିଖୋଜ, ଜଣେ ଉଦ୍ଧାର

ସମ୍ବଲପୁର,୭ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ...

ଖୁଲୁଡି ହେବ ଅଗ୍ରଣୀ ପର୍ଯ୍ୟଟନୀ ସ୍ଥଳୀ; ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବ ୫ କୋଟି: ବିଧାୟକ

ପାଲଲହଡା,୨୯।୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡର ପ୍ରସିଦ୍ଧ ଶୈବପୀଠ ଝାରବେଡାସ୍ଥିତ ଖୁଲୁଡି ଗିରିଶ୍ୱର ମନ୍ଦିରର ବିକାଶ ପାଇଁ ଆଗାମୀ ୫ ବର୍ଷରେ ୫ କୋଟିରୁ ଊର୍ଦ୍ଧ୍ୱ...

କଣ୍ଟିଲୋ ମାଘମେଳା ପଡ଼ିଆ ବିକ୍ରି ପାଇଁ ମସୁଧା, ଆଖପାଖ ଅଞ୍ଚଳରେ ବିରୋଧ

ନୟାଗଡ଼ ଅଫିସ,୧୫ା୧୨: ଶ୍ରୀଜଗନ୍ନାଥ ସଂସ୍କୃତିର ଆଦିପୀଠ ତଥା ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ ନୟାଗଡ଼ ଜଲା ଖଣ୍ଡପଡ଼ା ବ୍ଲକ ଅଧନ ପ୍ରଭୁ ଶ୍ରୀନୀଳମାଧବ ଜୀଉଙ୍କ...

ଶିଁକ୍‌ଲା ବଁଧା ଜୀବନ୍‌ ବିତଉଛନ୍‌ ଟୁନୁରାମ

ସିନାପାଲି, ୧।୧୧(ଡି.ଏନ୍‌.ଏ.)- ସରକାର ମାନସିକ୍‌ ରୁଗୀକର ଚିକିଛା ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ୍‌ ଜାଗାରେ ସଚେତନତା ଅଭାବୁ ଗରିବ୍‌ଦୁଖି ସରକାରକଁର ଇ...

କୁକୁର କାମୁଡ଼ି ଦେବାରୁ ବିଲ ମଝିରେ ଫୁଟିଲା ବୋମା

ପାଟଣା,୧୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ଡୁମୁରିଆ ପଞ୍ଚାୟତ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟ ବିଲ ମଝିରେ ଶନିବାର ସାରେ ବୋମା ବିସ୍ଫୋରଣ...

କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା ମାମଲା: ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ

ପୁରୀ ଅଫିସ,୨୧।୩: ଶ୍ରୀମନ୍ଦିର ସେବାୟତ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ (କାଳିଆ)ଙ୍କୁ ଗୁଳିକରି ହତ୍ୟା ମାମଲାରେ ରବିବାର ପୁରୀ ପୋଲିସ ୪ଜଣଙ୍କୁ...

ପୂରଣ ହେଲାନି ମାଛ ଝୋଳ ଖାଇବା ଇଚ୍ଛା

ନନ୍ଦପୁର,୧୧ା୩ : କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ପଡ଼ଇସିଂହ ଗ୍ରାମ ନିକଟସ୍ଥ ପାତାଳି ନଦୀର ହଳଦୀଘାଟକୁ ଗୁରୁବାର ୨ ଜଣ ନାବାଳିକା...

Advertisement
Archives

Model This Week