ବ୍ରହ୍ମପୁରର ୨ ଛାତ୍ରଙ୍କ ଉଦ୍ୟମ: ମଙ୍ଗଳରେ ଜୀବନ ସନ୍ଧାନ ପ୍ରୟାସ

ବ୍ରହ୍ମପୁର ଅଫିସ୍‌,୨୦ା୧୧- ମଙ୍ଗଳରେ ଜୀବନ ସନ୍ଧାନକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ ବ୍ରହ୍ମପୁରର ୨ଜଣ ଛାତ୍ର ଏଦିଗରେ ନିଜ ଉଦ୍ୟମରେ ପ୍ରୟାସ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ଗୋଷାଣୀନୂଆଗଁା ଡିଏଭି ପବ୍ଲିକ ସ୍କୁଲ ଦଶମ ଶ୍ରେଣୀ ଛାତ୍ର ସୁମିତ ପଟ୍ଟନାୟକ ଏବଂ ପୀୟୂଷ ରଞ୍ଜନ ପାଢୀ। ଏମାନଙ୍କ କହିବାନୁଯାୟୀ, ୩ ମାସ ହେଲା ପରିଶ୍ରମ କରି ଏହି ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏକ ବକ୍ସ ଭିତରେ ଦୁଇଟି ଉଦ୍ଭିଦକୁ ରଖାଯାଇଛି। ସେହି ବକ୍ସକୁ ଏକ ହଟ୍‌ ବେଲୁନ୍‌ ମାଧ୍ୟମରେ ଆକାଶକୁ ଛଡ଼ାଯିବ। ବେଲୁନ୍‌ ଭିତରେ ହିଲିୟମ୍‌ ଗ୍ୟାସ୍‌ ରଖାଯାଇଛି। ଏହି ଗ୍ୟାସ୍‌ ବେଲୁନ୍‌କୁ ଉପରକୁ ନେବାରେ ସାହାଯ୍ୟ କରିବ। ବେଲୁନଟି ଏହି ବକ୍ସକୁ ଧରି ଷ୍ଟ୍ରାଟସ୍‌ଫିୟର୍‌ ବା ଆକାଶମାର୍ଗରେ ୩୦ରୁ ୫୦ କି.ମି. ଉପରକୁ ଯିବ। କାରଣ ପୃଥିବୀର ଷ୍ଟ୍ରାଟସ୍‌ଫିୟର ଏବଂ ମଙ୍ଗଳ ଗ୍ରହରେ ସ୍ଥିତି ପ୍ରାୟ ସମାନ। ବାୟୁର ଉତ୍ତାପ, ବିଭିନ୍ନ ଗ୍ୟାସ୍‌ର ଉପସ୍ଥିତି, ମଙ୍ଗଳ ଗ୍ରହ ସହ ସମାନ। ବକ୍ସରେ ଏକ କ୍ୟାମେରା ଖଞ୍ଜା ଯାଇ ଜିପିଏସ୍‌ ଲାଗିଛି। ଶୂନ୍ୟରେ ଏହି ବେଲୁନ୍‌ଟି ୩ଘଣ୍ଟା ରହି ପାରିବ। ଏହି ସମୟ ଭିତରେ ବେଲୁନ୍‌ଟି ଷ୍ଟ୍ରାଟସ୍‌ଫିୟର୍‌ରେ ପହଞ୍ଚିବା ପରେ ସେଠାରୁ ଭୂପୃଷ୍ଠକୁ ଫେରିବ। ପ୍ରାୟ ୧୨୦କି.ମି. ଅଞ୍ଚଳ ଭିତରେ ବକ୍ସଟି ଅବତରଣ କରିବ। ଅବତରଣ ସମୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ବେଗ ୨୫ଶହ କି.ମି. ଘଣ୍ଟା ପ୍ରତି ରହିବ। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ଭୂପୃଷ୍ଠର ନିକଟତର ହେଲେ ବେଗ କମି ସେକଣ୍ଡକୁ ୩ମିଟର ରହିବ। ତେବେ ବକ୍ସକୁ ସୁରକ୍ଷିତ ଅବତରଣ କରିବା ପାଇଁ ଏକ ପାରାଚ୍ୟୁଟ୍‌ ମଧ୍ୟ ରହିଛି। ଅବତରଣ ସମୟରେ ପାରାଚ୍ୟୁଟ୍‌ଟି ସ୍ବତଃପ୍ରବୃତ୍ତ ଭାବେ ଖୋଲିଯିବ। କେଉଁଠାରେ ଏହି ବେଲୁନ୍‌ ଅବତରଣ କରିବ, ତାହା ଜାଣିବା ପାଇଁ ଜିପିଏସ୍‌ ଲଗାଯାଇଛି। ପାରାଚ୍ୟୁଟ୍‌ଟି ବକ୍ସର ବେଗକୁ କମାଇବାରେ ସାହାଯ୍ୟ କରିବ। ଯଦି ଅବତରଣ ପରେ ଉଭୟ ଉଦ୍ଭିଦ ସୁରକ୍ଷିତ ଥିବ, କୌଣସି କ୍ଷତି ହୋଇ ନ ଥିବ, ତେବେ ମଙ୍ଗଳରେ ମଧ୍ୟ ଉଦ୍ଭିଦ ବଞ୍ଚିପାରିବା ପ୍ରମାଣିତ ହେବ ବୋଲି ଉଭୟ ଛାତ୍ର ପ୍ରକାଶ କରିଛନ୍ତି। କେବଳ ଉଦ୍ଭିଦ ନୁହଁ, ମଣିଷ ମଧ୍ୟ ବଞ୍ଚିପାରିବ । ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୯ଟାରେ ବେଲୁନ୍‌କୁ ଉପରକୁ ଛଡ଼ାଯାଇଥିଲା । ଖବର ଲେଖାହେବା ସୁଦ୍ଧା ଅବତରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଜିପିଏସ୍‌ ମାଧ୍ୟମରେ ବକ୍ସର ସ୍ଥିତି ସମ୍ପର୍କରେ ସନ୍ଧାନ ଚାଲିଛି ବୋଲି ଛାତ୍ରଦ୍ୱୟ ପ୍ରକାଶ କରିଛନ୍ତି ।ଏହି ପ୍ରକଳ୍ପ ନିର୍ମାଣ କରିବା ପାଇଁ ପ୍ରାୟ ୩୭ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା ଅଭିଭାବକ ଏବଂ ସାଙ୍ଗସାଥୀମାନଙ୍କ ସୂତ୍ରରୁ ସଂଗ୍ରହ କରାଯାଇଛି। ବକ୍ସକୁ ପଠାଇବା ସମୟରେ ଭାରପ୍ରାପ୍ତ ଅଧ୍ୟକ୍ଷା ଧାରାଶ୍ରୀ ପାଢୀଙ୍କ ସମେତ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଶ୍ୱବିଦ୍ୟାଳୟରେ ପୂରଣ ହେବ ଖାଲି ପଦବୀ, ଜୁଲାଇ ପୂର୍ବରୁ ହେବ…

ଭୁବନେଶ୍ୱର,୪ା୪: ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଥିବା ୧୪୦୦ ପଦବୀ ପୂରଣ ହେବ। ଏନେଇ ବଡ଼ ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କୁଳପତି ନିଯୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

ଷ୍ଟୋଭ ନିଆଁରୁ ହୁତୁହୁତୁ ହୋଇ ଜଳିଗଲା ସି-ଫୁଡ ଟ୍ରକ, ଡ୍ରାଇଭର…..

ବାଲେଶ୍ୱର,୪ା୪( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଢ଼ାବା ନିକଟରେ ଜଳିଲା ଟ୍ରକ । ଶନିବାର ଏକ ସି ଫୁଡ…

ବାପା-ଝିଅ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍‌  ଜଳିଲା ବାଇକ୍‌ 

କେନ୍ଦୁଝର,୪।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ନିକଟରେ ଏକ ଚଳନ୍ତା ବାଇକ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।…

ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ଜଙ୍ଗଲ ଜମି ଅନୁମତି

ପୁରୀ,୪ା୪: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଛି ଜଙ୍ଗଲ ଜମି ଅନୁମତି। ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ କେନ୍ଦ୍ର ସରକାର ଷ୍ଟେଜ୍‌-୧ ଅନୁମୋଦନ କରିଛନ୍ତି। ପ୍ରକଳ୍ପକୁ ବାସ୍ତବରେ ରୂପାୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri