ବ୍ରହ୍ମପୁରରୁ ପଶ୍ଚିମ ଓଡ଼ିଶା ଅଭିମୁଖେ ଶ୍ରମିକ

ଭଞ୍ଜନଗର,୨୩ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ଯୋଗୁ ବ୍ରହ୍ମପୁରରେ ପରିବାର ସହ ଫସି ରହିଥିବା ପଶ୍ଚିମ ଓଡ଼ିଶାର କେତେକ ଶ୍ରମିକ ଘରମୁହାଁ ହୋଇଛନ୍ତି। ଏକ ପୋଲ କାମ କରିବାକୁ ଗତ ଡିସେମ୍ବରରେ ବଲାଙ୍ଗୀର ଓ ବରଗଡ଼ ଜିଲାରୁ ଏହି ଶ୍ରମିକମାନେ ପରିବାର ସହ ବ୍ରହ୍ମପୁରକୁ ଆସିଥିଲେ। କାମ ନ ହେବାରୁ ସେମାନେ ଅନ୍ୟ ଧନ୍ଦା କରୁଥିଲେ। କରୋନା ପାଇଁ ଲକ୍‌ଡାଉନ ଲାଗୁ ହୋବରୁ ଆଉ କାମ ମିଳିଲାନି। ଖାଇବା ପାଇଁ ପଇସା ନାହିଁ। ତେଣୁ ସମସ୍ତେ ଘରକୁ ଫେରିବାକୁ ସୋମବାରରୁ ବ୍ରହ୍ମପୁରରୁ ଚାଲିବା ଆରମ୍ଭ କରିଛନ୍ତି। ଜଣେ ଗର୍ଭବତୀ, ୧୩ ଶିଶୁଙ୍କ ସମେତ ୬୦ ଜଣ ୩ ଦିନ ହେଲା ଚାଲୁଥିଲେ ମଧ୍ୟ ବାଟରେ ପୋଲିସ କିମ୍ବା ପ୍ରଶାସନ କେହି ହେଲେ ଅଟକାଉ ନାହାନ୍ତି।
ବୁଧବାର ସେମାନେ ଭଞ୍ଜନଗରରେ ପହଞ୍ଚିଥିଲେ। ଦମକଳ କେନ୍ଦ୍ର ନିକଟରେ ଗର୍ଭବତୀ ଜଣକ ଚାଲିବା ବେଳେ ପଡ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା କେତେକ ଯୁବକ ଏବଂ ସରକାରୀ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସା ପରେ କିଛି ଘଣ୍ଟା ସେଠାରେ ରହିବା ପରେ ମହିଳା ଜଣକ ପୁଣି ତାଙ୍କ ପରିବାର ଲୋକଙ୍କ ସହ ଚାଲିଥିଲେ। ସୋରାଦେବୀ ମନ୍ଦିରଠାରେ ହେଲପିଂ ହ୍ୟାଣ୍ଡ କ୍ଲବ ସହାୟତାରେ ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଖାଇବାକୁ ଦିଆଯାଇଥିଲା। ତାହା ପୂର୍ବରୁ ଏନ୍‌ଏସି ଓ ବ୍ଲକ ପ୍ରଶାସନ ପକ୍ଷରୁ ଜଳଖିଆ ଦିଆଯାଇଥିଲା। ସେହିପରି କଣ୍ଟେଇପଲ୍ଲୀର କେତେକ ଯୁବକ ଏବଂ ଭଞ୍ଜନଗରର କେତେଜଣ ଖାଦ୍ୟ ଖାଇବାକୁ ଦେଇଥିଲେ। ଚାଲୁଥିବା ଶ୍ରମିକଙ୍କ ମଧ୍ୟରୁ ବରଗଡ଼ ଜିଲା କଁଷଡ଼ା ପଞ୍ଚାୟତର ତେଜରଞ୍ଜନ ମହାର କହିଛନ୍ତି, ବ୍ରହ୍ମପୁର କନିଷିରେ ଫସି ରହିଥିବା ବେଳେ ପ୍ରଶାସନ ପକ୍ଷରୁ କେଉଁଠି ଖାଦ୍ୟ ଦିଆଯାଉଛି ତାହା ଜାଣିପାରି ନ ଥିଲୁ। ଖାଇବାକୁ ନ ପାଇବାରୁ ଚାଲି ଚାଲି ଘରକୁ ଫେରିବା ପାଇଁ ନିଷ୍ପତ୍ତିି ନେଇଥିଲୁ। ବାଟରେ ଆମକୁ କେହି ସାହାଯ୍ୟ କରି ନ ଥିଲେ। ଏ ନେଇ ଭଞ୍ଜନଗର ବିଡିଓ ଅନୀଲ ସେଠୀଙ୍କୁ ପଚାରିବାରୁ ଶ୍ରମିକମାନଙ୍କୁ ଏଠାରେ ରହିବା ପାଇଁ କୁହାଯାଇଛି। ହେଲେ ସେମାନେ ଶୁଣିଲେ ନାହିଁ। ସେମାନେ ଚାହିଁଲେ ରହିବା ବ୍ୟବସ୍ଥା କରାଯିବବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ପାଇଁ ଗଛଟିଏ: ଚାରାରୋପଣ ପାଇଁ ଆଗ୍ରହ ଦେଖାଦେଉଛନ୍ତି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୭୭ତମ ବନ ମହୋତ୍ସବ ତଥା ମା’ଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

ସ୍କୁଲ ଯାଉଥିଲେ ରୋନକ, ଧକ୍କା ଦେଲା ବସ୍‌: ଆଉ ତା’ପରେ…

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ):ବରଗଡ ଘରୋଇ ବସଷ୍ଟାଣ୍ଡ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି। ମୃତ…

ପ୍ରଧାନଶିକ୍ଷକ ମାଗୁଛନ୍ତି ଫେବର: ଡିଡବ୍ଲ୍ୟୁଓଙ୍କୁ ଅଭିଯୋଗ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁରର ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସ୍କୁଲର ମେଟ୍ରନ ଓ ୨ ଏଲ୍‌ସିସିଏଙ୍କୁ…

ଗୋଟିଏ ରନ୍‌ଓ୍ବେରେ ୨ ବିମାନ ମୁହାଁମୁହିଁ, ଗୋଟିଏ କଲ୍‌ ପରେ…

ମୁମ୍ବାଇ,୮ା୭: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୋଟିଏ ରନଓ୍ବେରେ ଏୟାର ଇଣ୍ଡିଆର  ବିମାନ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ମୁହାଁମୁହିଁ ହେବା ପରେ ମୁମ୍ବାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri