ବୌଦ୍ଧରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବୌଦ୍ଧ,୩୦ା୧୦(ସ୍ବ.ପ୍ର.): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ମାମଲାର ସିବିଆଇ ତଦନ୍ତ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ହେଉଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ଦାବିରେ ଶନିବାର ବୌଦ୍ଧ ଜିଲା ଭାଜପା ପକ୍ଷରୁ ବୌଦ୍ଧ ଜିଲା ବନ୍ଦ ଡାକରା ଦିଆଯାଇଛି। ଶନିବାର ସକାଳ ୬ଟାରୁ ଜିଲାର ନେତା ଓ କର୍ମୀମାନେ ସହରର ବ୍ରିଜ୍‌ ଛକ, ଏଏନ୍‌ସି ଛକ, ବୁଟୁପାଲି ଛକ ଉପରେ ଠିଆ ହୋଇ ବନ୍ଦପାଳନ କରିଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ବିଭିନ୍ନ ନାରାଦେଇ ନେତା ଓ କର୍ମାମାନେ ବନ୍ଦ କରିଥିଲେ। ଏହି ବନ୍ଦ ଯୋଗୁ ଜିଲାର ସମସ୍ତ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଦୋକାନ ବଜାର, ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟ, କୋର୍ଟଗୁଡ଼ିକ ବନ୍ଦ ହୋଇଯାଇଛି । ପୂର୍ବାହ୍ନରେ ନେତା ଓ କର୍ମୀମାନେ ସମସ୍ତ ସରକାରୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ବନ୍ଦ କରିଥିଲେ। ବନ୍ଦରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦିଆଯାଇଛି। ସେହିପରି ଜିଲାର ଚାରିଛକ, ପୁରୁଣାକଟକ, ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟମାଳ ଆଦି ଅଞ୍ଚଳରେ ମଧ୍ୟ ବନ୍ଦ ପାଳନ ହୋଇଛି। ବନ୍ଦପାଳନରେ ଜିଲା ଭାଜପା ସଭାପତି ବିପ୍ର ଚରଣ ମହାନ୍ତି, ଯୁବ ମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର ଓ ଉପସଭାନେତ୍ରୀ ନମିତାରାଣୀ ଦାଶ, ମନୋରଞ୍ଜନ ଦାସ, ବନମାଳୀ ରଣା, ଶ୍ୟାମସୁନ୍ଦର ପୁରୋହିତ, ମାଗୁଣି ଗାଇଗୌରିଆଙ୍କ ସମେତ ବହୁ ନେତା ଓ କର୍ମା ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଅଭିଯୁକ୍ତ ଗିରଫ

ବାଲେଶ୍ୱର, ୧୩।୯(ମାନସ ବିଶ୍ୱାଳ): ବାଲେଶ୍ୱର ସହରରେ କିଛିଦିନ ଧରି ଅପରାଧିକ କାର୍ଯ୍ୟକଳାପ ବନ୍ଦ ଥିଲା ବେଳେ ଗତ ସୋମବାର ଅପରାହ୍ନରେ ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳର...

ଓଡ଼ିଶା ହାଇକୋର୍ଟରେ ପଡ଼ିରହିଛି ୧,୭୩,୫୧୦ ମାମଲା

କଟକ ଅଫିସ,୨୨ା୬: ଓଡ଼ିଶା ହାଇକୋର୍ଟରେ ୨୦୨୧ ସୁଦ୍ଧା ୧ ଲକ୍ଷ ୭୩ ହଜାର ୫୧୦ ମାମଲା ପଡ଼ିରହିଛି। ସେହିପରି ୧ ଲକ୍ଷ ୨୮ ହଜାର ୯୪୩ଟି...

ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର

କେନ୍ଦୁଝର,୧୦।୨(ସ୍ବ.ପ୍ର.) : ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସ୍ଥାନୀୟ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଛାତ୍ରୀଛାତ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଧାରଣାରେ ବସିଛନ୍ତି।...

କରୋନା ସଚେତନତା ନେଇ ଆରପିଏଫର ନିଆରା ଉଦ୍ୟମ

ଟିଟିଲାଗଡ଼, ୧୪।୪ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଟିଟିଲାଗଡ ଆରପିଏଫ ପକ୍ଷରୁ କରୋନା ମହାମାରୀ ସଚେତନତା ନେଇ ମଙ୍ଗଳବାର ନିଆରା ପ୍ରୟାସ ଆଲୋଚନାର ବିଷୟ ହୋଇଛି। ଆରପିଏଫର...

୫-ଟି ସଚିବଙ୍କୁ ଭେଟିଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ

ଗଞ୍ଜାମ,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ନେଇ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଭୁବନେଶ୍ୱରରେ...

ବରଗଡ଼ରୁ ଆଜି ୬୨ ପଜିଟିଭ୍‌ ଚିହ୍ନଟ, ୮୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୨୨ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ କମିବାର ନାଁ ନେଉନି। ଗୁରୁବାର ଜିଲାରେ ପୁଣି ୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ...

କାନ୍ତକବିଙ୍କ ସ୍ମୃତି ରକ୍ଷା ପାଇଁ ପଦକ୍ଷେପ ନିଆଯିବ: ପର୍ଯ୍ୟଟନ ମନ୍ତ୍ରୀ

ଭଦ୍ରକ ଅଫିସ,୧୦।୬: କାନ୍ତକବି ଲଷ୍ମୀକାନ୍ତ ମହାପାତ୍ର ସ୍ମୃତି ରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ...

୧୧ ବର୍ଷ ପରେ ଗିରଫ ହେଲେ ବ୍ୟବସାୟୀ

ବ୍ରହ୍ମପୁର,୧୯ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗୋଷାଣିନୂଆଗାଁ ଥାନା ପୋଲିସ ୱାରେଣ୍ଟ ବଳରେ ଆନ୍ଧ୍ରପ୍ରଦେଶରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ଆର. କିଶୋର ପଟ୍ଟନାୟକ(୪୫)। ଗୋଷାଣିନୂଆଗାଁ...

Advertisement
Archives

Model This Week