ବୌଦ୍ଧରେ ରଥଯାତ୍ରା ସମ୍ପନ୍ନ: ହରିଗୁଢି ରଥ ଟାଣିଲେ ମହିଳା ଭକ୍ତ

ବୌଦ୍ଧ, ୪।୭(ସ୍ବ.ପ୍ର): ବୌଦ୍ଧର ରଥଯାତ୍ରା ଗୁରୁବାର ସମ୍ପନ୍ନ ହୋଇଛି । ସକାଳେ ପ୍ରଥମେ ସୁଦର୍ଶନଙ୍କୁ ରଥାଋଢ କରିବା ପରେ ପହଣ୍ଡି ହୋଇଥିଲା। ତିନି ଠାକୁର ଗୋଟି ପହଣ୍ଡିରେ ଯାଇ ରଥାଋଢ ହୋଇଥିଲେ । ଗୋଟି ପହଣ୍ଡି ଯୋଗୁ ଭକ୍ତମାନେ ତିନି ଠାକୁରଙ୍କୁ ବାଟ ଭୋଗ କରିଥିଲେ । ରଥଖଳାରେ ଶ୍ରୀ ଜିଉମାନେ ପହଞ୍ଚତ୍ବା ପରେ ଚାରିବେଢା ରଥ ପରିକ୍ରମା କରାଇ ଅପରାହ୍ନରେ ରଥ ଉପରକୁ ମହାପ୍ରଭୁଙ୍କୁ ବିଜେ କରାଯାଇଥିଲା । ପରେ ଛୁଆମାନଙ୍କୁ ରଥ ଛୁଆଁ ଯାଇଥିଲା । ରଥ ଉପରେ ଗଡଜାତ ରାଜାଙ୍କ ସ୍ବତ୍ତ୍ୱାଧିକାରୀ ଦେବେନ୍ଦ୍ର ପ୍ରସାଦ ଦେବଙ୍କ ଦ୍ୱାରା ଛେରାପହଁରା ସରିବା ପରେ ରଥଟଣା ହୋଇଥିଲା ା ସେହିପରି ସହରର ପୋଡାପଡା ହରିଗୁଢି ରଥରେ ମଧ୍ୟ ପାରମ୍ପରିକ ରୀତିରେ ଠାକୁରମାନଙ୍କୁ ରଥାଋଢ କରାଯାଇଥିଲା। ଏହି ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥିଲେ। ଉଭୟ ରଥ ଆଗ ପଛ ହୋଇ ଗୋଟିଏ ଜାଗାରେ ଥିବା ମାଉସୀ ମା’ ମନ୍ଦିରକୁ ଯାଇଥିଲେ । ସେଠାରେ ପହଣ୍ଡି କରି ମାଉସୀ ମା’ ଘରେ ମହାପ୍ରଭୁଙ୍କୁ ବିଜେ କରାଯାଇଥିଲା । ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲାପାଳ ରମାକାନ୍ତ ସେଠୀ, ଉପ ଜିଲାପାଳ ଏନସି ଜ୍ୟୋତି ରଞ୍ଜନ ନାୟକ, ଜିଲା ଓକିଲ ସଂଘ ସଭାପତି ତାରେଣୀ ମହାପାତ୍ର, ଓକିଲ ନାରାୟଣ ପରିଜା , ଶିବ ପ୍ରସାଦ ମିଶ୍ର, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢୀ ଏବଂ ସମସ୍ତ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ସମାପନ ହୋଇଥିଲା। ଆଇନଶୃଙ୍ଖଳା ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଏସଡିପିଓ ସାଲେଷ୍ଟିନ ଟିଗା, ଥାନା ଅଧିକାରୀ ତପସ୍ବିନୀ କହଁରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ସୁରକ୍ଷା ଦାୟିତ୍ୱ ତଦାରଖ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ସହଯୋଗରେ ଧାରା ବିବରଣୀ କେନ୍ଦ୍ର ଖୋଲାଯାଇ ଶ୍ରୀଜଗନ୍ନାଥଙ୍କ କଥାମୃତକୁ ପ୍ରସାରଣ କରାଯାଇଥିଲା। ସେହିପରି ଜିଲା ସ୍ବାସ୍ଥ୍ୟ ଓ ପାନୀୟଜଳ ବିଭାଗ ପକ୍ଷରୁ ଲୋକଙ୍କୁ ସେବା ଯୋଗାଇ ଦିଆଯାଇଥିଲା। ପାଗ ଅନୁକୁଳ ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri