ବୋଲେରୋରେ ମୃତଦେହ ଛାଡ଼ି ଫେରାର: ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ଓଡ଼ାପଡ଼ା, ୨।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ୫୫ ନଂ. ଜାତୀୟ ରାଜପଥର ଗଉଡ଼ାକାଟେଣି ଛକ ନିକଟରେ ମଙ୍ଗଳବାର ସକାଳେ ଏକ ବୋଲେରୋ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କିଛି ସମୟଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଉଭୟ କଣ୍ଟାବଣିଆ ଓ ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।
ପ୍ରାଥମିକ ତଦନ୍ତରୁ ମୃତ ବ୍ୟକ୍ତି ସ୍ଥାନୀୟ ଉପରବାଘଲୁଣ୍ଡା ଗ୍ରାମର ଆଦିକନ୍ଦ ବେହେରା (୩୮) ବୋଲି ଜଣାପଡ଼ିଛି। ସେ ସାମଲ ବିଲଡର୍ସ ନାମକ ଠିକା ସଂସ୍ଥାରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସୋମବାର ରାତିରେ ସେ ଟ୍ରକନେଇ ଜିଏମ୍‌ଆର କମ୍ପାନୀ ଆସପଣ୍ଡ ଅଞ୍ଚଳକୁ ପାଉଁଶ ପରିବହନ ପାଇଁ ଯାଇଥିଲେ। ତେବେ ସେଠାରେ କାର୍ଯ୍ୟରତ ସମୟରେ ତାଙ୍କ ଉପରେ ଉକ୍ତ ସଂସ୍ଥାର ଟ୍ରକ (ଓଡି୩୫ଡି୮୮୬୭) ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଉକ୍ତ ଠିକାସଂସ୍ଥାର ଏକ ବୋଲୋରେ(ଓଡି୩୫ସି ୯୩୭୭) ଯୋଗେ ମୃତଦେହକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଡ୍ରାଇଭର ଓ ଗାଡିରେ ଥିବା ଅନ୍ୟମାନେ ଗଉଡକାଟେଣି ନିକଟରେ ବୋଲେରୋ ଭିତରେ ମୃତଦେହ ଛାଡ଼ି ଫେରାର ହୋଇଯାଇଥିଲେ। ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଥିବା ପୋଲିସ ପ୍ରକାଶ କରିଛି। ଏ ନେଇ କଣ୍ଟାବଣିଆ ଥାନାରେ ଏକ ମାମଲା(ନଂ. ୫୨/୨୦) ରୁଜୁ କରିଛି। ମୃତଦେହ ଏବଂ ସମ୍ପୃକ୍ତ ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି: ସବୁ ସରକାରୀ ଅଫିସ ବନ୍ଦ

ବଲାଙ୍ଗୀର ଅଫିସ,୧୭ା୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବି ନେଇ ଗୁରୁବାର ବଲାଙ୍ଗୀରରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଛି। ଆଜି ବଲାଙ୍ଗୀରର...

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ବ୍ରହ୍ମପୁର ଅଫିସ,୧୨ା୫: ଜନୈକା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗଞ୍ଜାମ ଜିଲା ଦିଗପହଣ୍ଡି...

ସଚେତନ ହେଲେ କର୍ମଚାରୀ, ଅଞ୍ଚଳବାସୀ

ଢେଙ୍କାନାଳ ଅଫିସ,୨୯।୩ ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସୁରକ୍ଷା ସଚେତନତା ଅଭିଯାନ ଉଦ୍‌ଯାପିତ ହୋଇଯାଇଛି। ୫୧ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ...

ଅସୁରକ୍ଷିତ ନଦୀତଟ : ସୋନ ନଦୀରେ ଲୀନ ହେବ ୨୧ ଗାଁ

କପ୍ତିପଦା,୧୫ା୬(ଡି.ଏନ୍‌.ଏ) ଆଗକୁ ବଷର୍ର୍ା ଦିନ ଆସୁଥିତ୍ବାରୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ୨୧ଟି ଗ୍ରାମର ଲୋକେ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି। ବର୍ଷା ହେଲେ...

ବିଭିନ୍ନ ସମସ୍ୟା ନେଇ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୨୧।୯: ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଉତ୍ତମ...

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ ଅଫିସ, ୯ା୧୦: ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି ଅର୍ଥାତ୍‌ ବୁଧବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ରତ୍ନସିଂହାସନରେ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି...

ଜେଏସ୍‌ପିଏଲ୍‌ର ସର୍ବକାଳୀନ ରେକର୍ଡ : ଦିନକରେ ୧୦,୮୪୫ ମେଟ୍ରିକ ଟନ୍‌ ଗରମ ମେଟାଲ ଉତ୍ପାଦନ

ଅନୁଗୋଳ ଅଫିସ, ୪।୭- ଅନୁଗୋଳ ସ୍ଥିତ ଜେଏସ୍‌ପିଏଲ୍‌ ପ୍ଲାଣ୍ଟ ବ୍ଲାଷ୍ଟ ଫର୍ନେସରୁ ଜୁଲାଇ ୨ରେ ୧୦,୮୪୫ ମେଟ୍ରିକ ଟନ୍‌ ଗରମ ମେଟାଲ ଉତ୍ପାଦନ ହୋଇଛି, ଯାହା...

ଡ୍ରେନ୍‌ ଭିତରେ ପାନୀୟ ଜଳ ପାଇପ୍‌

ଆନନ୍ଦପୁର,୧୫। ୭(ସ୍ବ.ପ୍ର.)-ଆନନ୍ଦପୁର ପୌରପରିଷଦର ଖପରାଖାଇଠାରୁ ଘସିପୁରା ଗ୍ୟାରେଜ ଛକ ଭିଆଇପି ରୋଡ ପାଇଁ ବିବାଦ ପିଛା ଛାଡୁନି। ନିକଟରେ ସାମାନ୍ୟ ବର୍ଷାରେ ଭିଆଇପି ରୋଡ ଫାଟିବା...

Advertisement
Archives

Model This Week