ବୋରିଂ ହେବାର ବର୍ଷେ ବିତିଲାଣି: ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ

ବାହାନଗା, ୩।୬(ଅରୂପ କୁମାର ଦାସ)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କରଞ୍ଜାବିନ୍ଧା ଗ୍ରାମରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ଲାଗି ପ୍ରଶାସନ ତରଫରୁ ଏକ ବୋରିଂ କରାଯାଇଥିଲା। ତାହା ହେବାର ବର୍ଷେ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଫଳରେ ଗ୍ରାମବାସୀ ଦୀର୍ଘବର୍ଷ ହେଲା ଜଳକଷ୍ଟ ଭୋଗି ଆସୁଛନ୍ତି।
୩ଟି ଓ୍ବାର୍ଡକୁ ନେଇ କରଞ୍ଜାବିନ୍ଧା ଗ୍ରାମ ଗଠିତ। ଏହାର ଜନସଂଖ୍ୟା ୨ ହଜାରରୁ ଊର୍ଦ୍ଧ୍ୱ ହେବ। ତେବେ ଗ୍ରାମର ୮୦ଭାଗ ଲୋକ ଅନୁସୂଚିତ ଜାତିର। ଏମାନଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ବର୍ଷେ ତଳେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତରଫରୁ ୩ଲକ୍ଷ ଟଙ୍କା ବ୍ୟୟରେ ଶୁଦ୍ଧ ପାନୀୟଜଳ ଯୋଗାଇ ଦେବା ପାଇଁ ଏକ ଭୂତଳ ବୋରିଂ କରାଯାଇଥିଲା। ସେହି ସ୍ଥାନରେ ଏକ ଓଭରହେଡ଼ ପାଣି ଟାଙ୍କି ନିର୍ମାଣ କରାଯାଇ ଲୋକମାନଙ୍କୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ସେହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ନ ହେବାରୁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ଚୈତ୍ର, ବୈଶାଖ ମାସରେ କରଞ୍ଜାବିନ୍ଧା ଗ୍ରାମରେ ଜଳକଷ୍ଟ ଦେଖାଦେଉଥିବା ବେଳେ ଲୋକମାନେ ପୋଖରୀ ପାଣି କିମ୍ବା ଯେଉଁମାନେ ଘରେ ନଳକୂପ ବସାଇଛନ୍ତି ସେମାନଙ୍କ ଘରୁ ପାଣି ଆଣି ବ୍ୟବହାର କରୁଛନ୍ତି। ସରକାରୀ ନଳକୂପଗୁଡିକ ଡ୍ର ଡାଉନ୍‌ ହୋଇଯାଉଥିବାରୁ ତାହା ବ୍ୟବହାର ଅନୁପଯୋଗୀ ହୋଇପଡୁଛି। ମରାମତି ଲାଗି ସରକାରୀ ଭ୍ରାମ୍ୟମାଣ ଗାଡ଼ି ନିୟୋଜିତ ହୋଇଥିଲେ ମଧ୍ୟ ପଞ୍ଚାୟତ ଟଙ୍କା ଦେଉ ନ ଥିବାରୁ ତାହା ମରାମତି ହୋଇପାରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମର ପ୍ରସନ୍ନ ଦଳେଇ କୁହନ୍ତି, ଦୀର୍ଘବର୍ଷ ହେଲାଣି ଆମ ଗ୍ରାମରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଛି। ପୂର୍ବରୁ ଗୀଲିଦା ଗ୍ରାମରେ ହୋଇଥିବା ପାନୀୟ ଜଳ ପ୍ରକଳ୍ପରୁ ପାଇପ୍‌ ଯୋଗେ ପାଣି ଆସୁଥିଲେ ମଧ୍ୟ ପର ମୁହୂର୍ତ୍ତରେ ତାହା ବନ୍ଦ ହୋଇଯାଇଥିଲା। ଆମେ ଅନୁସୂଚିତ ଜାତି ସମ୍ପ୍ରଦାୟର ହୋଇଥିବାରୁ ଆମକୁ କେହି ସହଯୋଗ କରୁନାହାନ୍ତି।
ସେହିପରି କାଦୁଆ ଯେନା କହନ୍ତି, ବର୍ଷେ ପୂର୍ବେ ଆମ ଗ୍ରାମର ପୋଖରୀ ଆଡ଼ିରେ ସରକାରଙ୍କ ତରଫରୁ ଏକ ବୋରିଂ କରାଯାଇଥିଲା। ଭାବିଥିଲୁ ସୁବିଧା ପାଣି ଟୋପାଏ ପାଇବୁ। ହେଲେ ସେହି କାର୍ଯ୍ୟ ବି ବନ୍ଦ ହୋଇଗଲା। ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହି ପ୍ରକଳ୍ପ ଆଗକୁ ଯାଇପାରୁନାହିଁ।
ପାନୀୟଜଳ ସମସ୍ୟା ନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗର ସବ୍‌ଡିଭିଜନ ଅଫିସର ରୌପ୍ୟରଞ୍ଜନ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି ଯେ, ସେହି ପ୍ରକଳ୍ପ ପାଇଁ ଏଷ୍ଟିମେଟ ଏ ପର୍ଯ୍ୟନ୍ତ ପାସ୍‌ ହୋଇନାହିଁ ା ତେବେ ବୋରିଂ କରାଯାଇ ଜଳଉତ୍ସ ଦେଖି ରଖାଯାଇଛି ା ପ୍ରକଳ୍ପର ଏଷ୍ଟିମେଟ ପାସ୍‌ ହେବା ପରେ ପ୍ରକଳ୍ପର କାମ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri