ବୋମା ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ: ରାଜନୈତିକ ଶତ୍ରୁତାରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭଞ୍ଜନଗର,୧୯।୪(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଗଝୋଳରେ ବୁଧବାର ରାତିରେ ବୋମା ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସଦାଶିବ ପ୍ରଧାନ (୨୬)। ରାଜନୈତିକ ଶତ୍ରୁତାରୁ ସଦାଶିବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ଭାଇ ହାଡ଼ୁ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ହତ୍ୟା ମାମଲା (ନଂ.୧୨୬/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।

ପ୍ରକାଶ ଯେ, ସଦାଶିବ ବୁଧବାର ରାତିରେ ଘରୁ କେଉଁଆଡ଼େ ଯାଇଥିଲେ। ରାତି ପ୍ରାୟ ୨ଟାରେ ଘର ନିକଟରେ ବିସ୍ଫୋରଣ ଶବ୍ଦ ହୋଇଥିଲା। ପରିବାର ଲୋକଙ୍କ ସହ ପଡ଼ୋଶୀ ବାହାରକୁ ଆସି ସଦାଶିବ ଗୁରୁତର ଆହତ ହୋଇ ଛଟପଟ ହେଉଥିବା ଦେଖିଥିଲେ। ତାଙ୍କୁ ତୁରନ୍ତ ଭଞ୍ଜନଗର ହସ୍ପିଟାଲକୁ ନିଆଯାଇଥିଲା। ଚିକିସତ୍ାଧୀନ ଅବସ୍ଥାରେ ସଦାଶିବଙ୍କର ମୃତ୍ୟୁ ଘଟିଥିଲା। ସଦାଶିବ ପୂର୍ବରୁ ଭାଜପା ପାଇଁ ନିର୍ବାଚନୀ ପ୍ରଚାର କରୁଥିଲେ। ପରେ ବିଜେଡି ନେତାଙ୍କ ଚାପରେ ପଡ଼ି ଭାଜପା ଛାଡ଼ି ବିଜେଡିର ପ୍ରଚାର କରିଥିଲେ ବୋଲି ତାଙ୍କ ଭାଇ ହାଡ଼ୁ କହିଛନ୍ତି। ବୁଧବାର ରାତିରେ ଗ୍ରାମର ୩ ଯୁବକ ଭାଇଙ୍କୁ ଘରୁ ଡାକି ନେଇଥିଲେ। ପରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ହାଡ଼ୁ ଏତଲାରେ ଦର୍ଶାଇଛନ୍ତି।  ଏ ନେଇ ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବୋମାଟି ସଦାଙ୍କ ପକେଟରେ ଥିବା ବେଳେ ଫୁଟିଥିବା ଆଶଙ୍କା କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ । ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ନିରପେକ୍ଷ ଶାନ୍ତି ଆନ୍ଦୋଳନ ପୃଥିବୀକୁ ବିପଦରୁ ଉଦ୍ଧାର କରିପାରିବ

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ)- ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ଠାରେ ପାଲେଷ୍ଟାଇନ ସଂହତି ଦିବସ ପାଳନ ଅବସରରେ ‘ଯୁଦ୍ଧ ନୁହେଁ ମୁକ୍ତ ପାଲେଷ୍ଟାଇନ’ ଉପରେ ଏକ...

ପ୍ରାକୃତିକ ବିପର୍ଯ୍ୟୟ ଭୟ: ମୁକାବିଲା ନିମନ୍ତେ ଦିଗପହଣ୍ଡିରେ ବସିଲା ପ୍ରସ୍ତୁତି ବୈଠକ

ଦିଗପହଣ୍ଡି,୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସଭାଗୃହରେ ବୁଧବାର ବ୍ଳକସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।...

ମା’ଙ୍କୁ ମାଡ଼, ଘରୁ ଟଙ୍କା ଚୋରି କରି ନେଉଥିଲେ; ଚନ୍ଦନଙ୍କୁ ଜେଲ ପଠାଇଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ଆର. ଚନ୍ଦନ ପାତ୍ର ଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ...

ମଲାଡ଼ ପଞ୍ଚାୟତରେ ବିକାଶ ବାହନ ଶୁଭାରମ୍ଭ

ଗଞ୍ଜାମ,୧୮ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୁଧବାର ସରକାରଙ୍କ ବିକାଶ ବାହନ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଶୁଭାରମ୍ଭ କରିଥିଲେ।...

ହୃଦୟ ଜିତିଲା ‘ସ୍ବାମୀମାନେ ସାବଧାନ’ ନାଟକ

ଗଞ୍ଜାମ,୧୮ା୬(ବିଦ୍ୟାଧର ସାହୁ):ଗଞ୍ଜାମ ସହର ନିକଟସ୍ଥ ଅଗସ୍ତି ନୂଆଗାଁ ଠାକୁରାଣୀ ଯାତ୍ରା ତ୍ରୟୋଦଶ ଦିବସରେ ପହଞ୍ଚତ୍ଛି। ଏହି ଉପଲକ୍ଷେ ଗ୍ରାମର ମା’ ବୁଢ଼ୀ ଠାକୁରାଣୀ ଯୁବ ନାଟ୍ୟ...

କୂଳ ଲଂଘୁଛି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ; ୨୪ରୁ ଧାରଣା ଦେବେ…

ଛତ୍ରପୁର,୧୮ା୬(ଦିଲୀପ ସାମଲ): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ନିକଟରେ ସମୁଦ୍ର କୂଳ ଲଂଘୁଛି । ପୂର୍ବରୁ ସମୁଦ୍ରଠାରୁ ୨ କି.ମି. ଦୂରରେ ଗାଁଗୁଡିକ ଥିଲା। ବର୍ତ୍ତମାନ...

ଭଞ୍ଜନଗର ଡିଏଫ୍‌ଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା: କାଠ ଚୋରିକୁ ରୋକିବା, ନୂତନ ବନୀକରଣରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭଞ୍ଜନଗର,୧୮।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଅପରାହ୍ନରେ ଡିଏଫ୍‌ଓ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ...

ବନ୍ୟା-ବାତ୍ୟା ବିପର୍ଯ୍ୟୟ ପରିଚାଳନା ପାଇଁ ଦାରିଙ୍ଗବାଡ଼ିରେ ମକ୍‌ଡ୍ରିଲ୍‌, ମହିଳା ଶିଖିଲେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଲେ…

ଦାରିଙ୍ଗବାଡି, ୧୮।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବୁଧବାର ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ପାଇଁ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri