ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ୨ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୫ା୮(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନବୀନ ନିବାସଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ୨ଟି ପୁସ୍ତକ ‘ଶେଷ ଚିଠି’ ଓ ‘ଭାଗବତ କଥାମୃତ’ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମହାନ୍ତିଙ୍କୁ ତାଙ୍କ ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଲେଖା ଜାରି ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଶେଷ ଚିଠି ଏକ କ୍ଷୁଦ୍ର ଗଳ୍ପ ସଂକଳନ। ଏଥିରେ ଉପକୂଳ ଓଡ଼ିଶାର ଅର୍ଦ୍ଧ ଶତାଦ୍ଦୀ ତଳର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବସ୍ଥାର ନିଚ୍ଛକ ଚିତ୍ର ପ୍ରତିଫଳିତ ହୋଇଛି। ୨୩ଟି ଗଳ୍ପର ସମାହାରରେ ପ୍ରକାଶିତ ଏହି ପୁସ୍ତକଟି ପାଠକଙ୍କୁୁ ହଜିଯାଇଥିବା ଏକ ସମୟର ପରିଧିକୁ ଫେରାଇ ନେବାରେ ସକ୍ଷମ ହୋଇପାରିଛି। ବିଶିଷ୍ଟ ସାହିତି୍ୟକ ରାମଚନ୍ଦ୍ର ବେହେରା ଏହି ପୁସ୍ତକର ‘ଭୂମିକା’ ଲେଖିଛନ୍ତି। ଭାଗବତ କଥାମୃତ ଏକ ଆଧ୍ୟାତ୍ମିକ ଧର୍ମୀ ପୁସ୍ତକ। ଏଥିରେ ଭାଗବତର ବିଭିନ୍ନ ପ୍ରସଙ୍ଗକୁ ଆଧାରକରି ୪୪ଟି ଆଧ୍ୟାତ୍ମକ କଥାବସ୍ତୁ ସ୍ଥାନ ପାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକରେ ନିଜର ଅଭିମତ ରଖିଛନ୍ତି। ଲେଖକ ମହାନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ ଦୀର୍ଘଦିନ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଉନ୍‌ସିଲର ପ୍ରାର୍ଥୀ ୫୦ ହଜାର, ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ୨ ଲକ୍ଷ ଖର୍ଚ୍ଚ ଅନୁମତି

ଭୁବନେଶ୍ୱର,୧।୩(ବ୍ୟୁରୋ): ଅତାବିରା ଓ ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର କାର୍ଯ୍ୟକାଳ ଏପ୍ରିଲ ୧୨ରେ ଶେଷ ହେବ। ଏହାପୂର୍ବରୁ ନିର୍ବାଚନ ପ୍ର୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ...

ଆଜି ଭାରତ ବନ୍ଦ

ଭୁବନେଶ୍ୱର, ୨୭।୯: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବର୍ଷେ ହେଲା ଚାଷୀ ଆନ୍ଦୋଳନ ଜାରି ରହିଥିବାବେଳେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)ର...

ବିଏମ୍‌ସିର ବଡ଼ ଘୋଷଣା: ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଚିନ୍ତା ବଢ଼ାଉଛି ରାଜଧାନୀ ଭୁବନେଶ୍ୱର। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ବିଏମ୍‌ସି ପକ୍ଷରୁ...

୪୨ ହାବିଲଦାର ମେଜରଙ୍କ ପଦୋନ୍ନତି

କଟକ ଅଫିସ, ୧୦ା୧୦- ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ୪୨ଜଣ ହାବିଲଦାର ମେଜରଙ୍କୁ ଡ୍ରିଲ୍‌ ସବ୍‌-ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ଦିଆଯାଇଛି। ଗୁରୁବାର ଏ ନେଇ ରାଜ୍ୟ...

ମୁଣ୍ଡଳିରେ ଭାଙ୍ଗିଲା ଡଙ୍ଗା, ବର୍ତ୍ତିଲେ ମତ୍ସ୍ୟଜୀବୀ

ନରାଜ,୭ା୧୧(ଡି.ଏନ୍‌.ଏ.) ବାରଙ୍ଗ ବ୍ଲକ ଅନ୍ତର୍ଗତ ମହାନଦୀର ମୁଣ୍ଡଳି ବ୍ୟାରେଜଠାରେ ବୁଧବାର ଏକ ମାଛ ଧରୁଥିବା ଡଙ୍ଗା ହଠାତ୍‌ ଭାଙ୍ଗିଯାଇଥିଲା। ଏହି ସମୟରେ ମାଛ ଧରୁଥିବା ଦୁଇ...

ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧.୭୦ ଲକ୍ଷ

ରୂପ୍‌ସା, ୧୩।୩(ଡି.ଏନ.ଏ.): ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା ଛକ ନିକଟରେ ଶୁକ୍ରବାର ଜଣେ ଗୋରୁ ବ୍ୟବସାୟୀଙ୍କୁ ଭୁଜାଲି ମାଡ଼ କରି...

ନବୀନ ପୁଣି ନମ୍ବର ଓ୍ବାନ୍‌

ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ଓ୍ବାନ୍‌ ହୋଇଛନ୍ତି । ଦେଶର ସବୁଠୁ ଭଲ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ...

ଆଜି ଆଉ ୯ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୫୩୧ରେ ପହଞ୍ଚିଲା

ଭୁବନେଶ୍ୱର,୪ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୯ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୩୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

Advertisement
Archives

Model This Week