ବୈରୀ ଷ୍ଟେଶନ୍‌ରେ ରହିଲା କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର

ଛତିଆ,୧।୨(ଡି.ଏନ୍‌.ଏ.): ବୈରୀ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ସଫଳ ହୋଇଛି। ଶୁକ୍ରବାରଠାରୁ ବୈରୀ ଷ୍ଟେଶନରେ କେନ୍ଦୁଝର, ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ରହଣୀ ହୋଇଛି। ଉଭୟ ପଟୁ ୧ ମିନିଟ୍‌ ଲେଖାଏ ରହିବା ପାଇଁ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗାଡି ନଂ ୫୮୪୨୫ କେନ୍ଦୁଝର ପଟୁ ସକାଳ ୯ ଘଟିକା ୫୯ ମିନିଟ୍‌ ସମୟରେ ବୈରୀରେ ପହଞ୍ଚତ୍ ଓ ୧୦ ଘଟିକାରେ ଛାଡ଼ିଥିଲା। ସେହିପରି ୫୮୪୨୬ ଗାଡିଟି ଭୁବନେଶ୍ୱର ପଟୁ ଅପରାହ୍ନ ୫.୨୪ ମି ରେ ପହଞ୍ଚତ୍ ୫.୨୬ ମିନିଟରେ ଛାଡ଼ିଥିଲା। ଶୁକ୍ରବାର ସକାଳୁ ଟ୍ରେନ୍‌ଟି ବୈରୀରେ ଷ୍ଟେଶନରେ ପହଞ୍ଚତ୍ବା ପରେ ଅନେକ ଯାତ୍ରୀ ଟ୍ରେନ୍‌କୁ ସ୍ବାଗତ କରିଥିଲେ। ପ୍ରଥମ ଦିନରେ ଉକ୍ତ ଷ୍ଟେଶନ୍‌ରୁ ୧୧୭ଜଣ ଯାତ୍ରୀ କଟକ ବାରଙ୍ଗ ଓ ଭୁବନେଶ୍ୱର ଯାତ୍ରା କରିଥିଲେ। ଉକ୍ତ ସ୍ବାଗତ ଉତ୍ସବରେ ବେଣୁଧର ବିଶ୍ୱାଳ, ଦିନବନ୍ଧୁ ସାମଲ, ବିରଞ୍ଚତ୍ ନାରାୟଣ ମହାନ୍ତି, ଶିଶିର ସ୍ବାଇଁ, ଇଶ୍ୱର ଚନ୍ଦ୍ର ନାୟକ, ଗଙ୍ଗାଧର ଦାସ, ରାଜକିଶୋର ସ୍ବାଇଁ, ରାଜା ରଣେନ୍ଦ୍ର ପ୍ରତାପ ଲେଙ୍କା ପ୍ରମୁଖ ଶତାଧିକ ଲୋକ ଉପସ୍ଥିତ ଥିଲେ। କିଛି ଦିନ ପୂର୍ବରୁ ବଡ଼ଚଣା ଅଞ୍ଚଳବାସୀ ସ୍ଥାeନୀୟ ଭାଜପା ନେତା ଅମର ନାୟକଙ୍କ ନେତୃତ୍ୱରେ କେନ୍ଦ୍ର ପେଟ୍ରୋଲିୟମ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ରାଷ୍ଟ୍ରମନ୍ତ୍ରୀ ପିୟୁଶ ଗୋୟେଲଙ୍କୁ ଭେଟି ଉକ୍ତ ଟ୍ରେନ୍‌ ସହିତ ସମ୍ବଲପୁର ହାଓ୍ବଡା ସାପ୍ତାହିକ ଟ୍ରେନ୍‌କୁ ବୈରୀ ଷ୍ଟେଶନ୍‌ରେ ରହଣୀ ପାଇଁ ଦାବି ଜଣାଇଥିଲେ। ଉକ୍ତ ଦାବିକୁ ବିଚାର କରି କେନ୍ଦୁଝର ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ବୈରୀ ଷ୍ଟେଶନରେ ରହଣୀ ହୋଇଛି। ଅଞ୍ଚଳବାସୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅମର ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାନୁଷ୍ଠାନ ପୃଥକୀକରଣ ପ୍ରସ୍ତୁତି

ଢେଙ୍କାନାଳ ଅଫିସ, ୪।୩ – ଢେଙ୍କାନାଳ ଜିଲାରେ ପ୍ରସ୍ତାବିତ ଶିକ୍ଷାନୁଷ୍ଠାନ ପୃଥକୀକରଣ କାର୍ଯ୍ୟ ଲାଗି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଜିଲା ସଦ୍‌ଭାବନା...

ଏକତରଫା ପ୍ରେମ କରି ନିରାଶ ହେବା ପରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ ଅଫିସ,୧ା୧୧: ଏକତରଫା ପ୍ରେମ କରି ନିରାଶ ହେବା ପରେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ କଲେ ଯୁବକ। ଏଥିରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗଭୀର...

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳୁ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଏହାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏନେଇ ଶୁକ୍ରବାର କେନ୍ଦ୍ର ଶିକ୍ଷା...

ହିଙ୍ଗୁଳାଙ୍କ ପୀଠରେ ଲକ୍ଷାଧିକ ଭକ୍ତ

ବାରିପଦା ଅଫିସ,୩।୩- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ କଉଡ଼ିଖଣିସ୍ଥିତ ଶାଳଜଙ୍ଗଲ ପରିସରରେ ମା’ ହିଙ୍ଗୁଳାଙ୍କ ବାର୍ଷିକ ବଡ଼ପୂଜା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ୧୪୪ ଧାରା ଜାରି...

ଜିପିଆର୍‌୧୪୧ ପ୍ରୋଟିନ ସ୍ତନ କର୍କଟ ବଢ଼ାଏ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ବିଶ୍ୱରେ ଏବେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେବଳ ରୋଗୀ ସଂଖ୍ୟା ନୁହେଁ, ରୋଗୀଙ୍କ ମୃତ୍ୟୁ ମଧ୍ୟ ବୃଦ୍ଧି ପାଉଛି। ତେଣୁ...

ନାବାଳିକା ବଳାତ୍କାର ଘଟଣା: ମାମୁଙ୍କୁ ମାଡ଼,୩ ଗିରଫ

ଅନୁଗୋଳ ଅଫିସ, ୫।୮: ଅନୁଗୋଳ ସହର ବସ୍‌ଷ୍ଟାଣ୍ଡ ନିକଟରେ ଗତ ୨୧ ତାରିଖରେ ବଳାତ୍କାର ଶିକାର ହୋଇଥିବା ୮ ବର୍ଷୀୟା ନାବାଳିକାଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିବା ଅଭିଯୋଗରେ...

ଭୁବନେଶ୍ୱରରୁ ଆଜି ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୬।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୮୬...

ବାଲେଶ୍ୱର ଏସ୍‌ପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର,୧ା୬(ବ୍ୟୁରୋ): ବାଲେଶ୍ୱର ଜିଲା ଔପଦା ବ୍ଲକ ସୋରିଷପାଳ ଗ୍ରାମର ଅନ୍ନପୂନ୍ନା ପାଢୀଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ପରେ ମୃତ୍ୟୁ ହୋଇଥିଲା। ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାରକୁ ପରିବାର ଲୋକେ...

Advertisement
Archives

Model This Week