ବୈତରଣୀ ନଦୀଶଯ୍ୟାରୁ ବାଲି ଲୁଟ୍‌

ଯାଜପୁର ରୋଡ,୩୦ା୮(ଡି.ଏନ.ଏ.):ନଦୀଶଯ୍ୟାରୁ ବାଲି ଖନନ ପାଇଁ କୌଣସି ମେଶିନ ବ୍ୟବହାର ଅନୁମତି ଦିଆଯିବ ନାହିଁ। ଏହାସହ ବାଲିଖାଦାନଗୁଡ଼ିକରେ ସିସିଟିଭି ଏବଂ ପରିବହନ ଗାଡ଼ିରେ ଜିପିଏସ୍‌ ସ୍ଥାପନ କରିବାକୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ପକ୍ଷରୁ ନିକଟରେ ନିର୍ଦ୍ଦେଶ ହୋଇଛି। କିନ୍ତୁ ବୈତରଣୀ ନଦୀରେ ଏହାର ଖୋଲାଖୋଲି ଉଲ୍ଲଂଘନ କରି ଜନବସତି ରାସ୍ତାରେ ଓଭରଲୋଡିଂ ପରିବହନ ସାଧାରଣ ଲୋକଙ୍କ ପାଇଁ ବିପଦ ସାଜିଛି। ଏଥିପାଇଁ ଯାଜପୁରରୁ କେନ୍ଦୁଝର ଜିଲାକୁ ସଂଯୋଗ କରୁଥିବା ଏକମାତ୍ର ମଥୁରାପୁର ସେତୁ କେତେବେଳେ ଭୁଶୁଡି ପଡ଼ିବ ବୋଲି ସନ୍ଦେହ ହୋଇଛି। ଏହିକ୍ରମରେ କେରେଇ ସଂଗ୍ରାମ ସମିତି ପକ୍ଷରୁ ଏକାଧିକ ଥର ଆନ୍ଦୋଳନ ଓ ପ୍ରତିବାଦ କରାଯାଇଥିଲେ ହେଁ କିଛି ସୁଫଳ ମିଳି ପାରୁନାହିଁ। ତେଣୁ ସମିତି ଆଗାମୀ ଦିନରେ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୋମବାର ଏକ ବୈଠକରେ ଚେତାବନୀ ଦେଇଛି। ଅଭିଯୋଗ ଅନୁସାରେ ବୈତରଣୀ ନଦୀର ସାଆଁଳା-୨, ମୁକୁନ୍ଦପୁର-୨, ସାଲବା, ରଣପାଳ, ଧନତ୍ରୀ, ନିଶଙ୍ଖପୁର, ବରପଦା ଆଦି ବାଲିଘାଟରୁ ୨୪,୭୯୫ ଘନମିଟର ବାଲି ଉତ୍ତୋଳନ କରିବାକୁ ଅନୁମତି ମିଳିଛି। ଅନୁମତି ପତ୍ରରେ ପୋକଲିନ ବ୍ୟବହାର ହୋଇପାରିବ ନାହିଁ ଏବଂ ମାନୁଆଲ ଭାବେ ଉତ୍ତୋଳନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ହେଲେ ପ୍ରାୟ ସମସ୍ତ ବାଲିଘାଟରେ ୭/୮ଟି ଲେଖାଏ ପୋକଲିନ ମେଶିନ ବ୍ୟବହାର କରାଯାଇ ଅନୁମୋଦନଠାରୁ ବହୁ ଗୁଣ ବାଲି ଉତ୍ତୋଳନ ହେଉଥିବା ଦେଖିବାକୁ ମିଳିଛି। ଏହାର ପ୍ରତିବାଦରେ ସମିତି ପକ୍ଷରୁ ତହସିଲ ଅଫିସ ଆଗରେ ପାଞ୍ଚ ଦିନ ଧାରଣା ଦିଆଯିବା ପରେ ଦିନରେ ମଥୁରା ପୋଲ ଦେଇ ବିିଭିନ୍ନ ଗ୍ରାମ ରାସ୍ତାରେ ପରିବହନ ନିଷେଧ କରାଯିବା ସହ ଭାରିଯାନ ଯାଇପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାପରେ ଆନ୍ଦୋଳନ ସ୍ଥଗିତ କରାଯାଇଥିଲା। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କୋରେଇ ଓ ପାଣିକୋଇଲି ଥାନା ଅଧିକାରୀଙ୍କୁ କୁହାଯାଇଥିଲା। ଏହି ନିର୍ଦ୍ଦେଶ କିଛି ଦିନ କାର୍ଯ୍ୟକାରୀ ହେବା ପରେ ଏବେ ପୁଣି ବେଧଡକ ଭାବେ ପୂର୍ବ ପରି ଭାରିଯାନ ପରିବହନ ଆରମ୍ଭ ହୋଇଛି। ଏହାକୁ ତୁରନ୍ତ ରୋକା ନ ଗଲେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ କରିବାକୁ ସମିତି ନିଷ୍ପତ୍ତି ନେଇଛି। ଏହିମର୍ମରେ ଏକ ଜରୁରୀ ବୈଠକରେ ସମିତିର ସଭାପତି ବିଦ୍ୟାଧର ମହାନ୍ତି, ସମ୍ପାଦକ ଅଭିମନ୍ୟୁ ମିଶ୍ର, ଆଲୋକ ମହାନ୍ତି, ମନୋରଞ୍ଜନ ନାୟକ, ଦୀପ୍ତିମୟୀ କୁଅଁର, ପ୍ରଦ୍ୟୁମ୍ନ ବୋଇତେଇ, ସୀତାକାନ୍ତ କୁଅଁର, ପ୍ରମୋଦ ପାତ୍ର, ପ୍ରହଲ୍ଲାଦ ଦେଓ ପ୍ରମୁଖ ଆଲୋଚନା କରିବା ସହିତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri