ବେସରକାରୀ ଡାକ୍ତରଖାନା କର୍ମଚାରୀ ପାଇବେ ବୀମା ସୁବିଧା

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କରୋନା ରୋକିବା ପାଇଁ ଆଗଧାଡିରେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟ, କର୍ମୀ ଓ ପାରାମେଡିକାଲ କର୍ମଚାରୀଙ୍କ ସକାଶେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି। କର୍ତ୍ତବ୍ୟ ସମ୍ପାଦନ ବେଳେ ଯଦି କାହାର ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ସହିତ ସରକାରୀ କର୍ମଚାରୀଙ୍କୁ ଅବସର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦରମା ଓ ପେନ୍‌ସନ୍‌ ଦେବାକୁ ଘୋଷଣା କରିଛନ୍ତି। ଏ ନେଇ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ୯୦ ଦିନ ଲାଗି କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଦେବାକୁ ଘୋଷଣା କରିଛନ୍ତିି। କେନ୍ଦ୍ର ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲ ସହିତ ବେସରକାରୀ ହସ୍ପିଟାଲ କର୍ମଚାରୀ, ସ୍ବେଚ୍ଛାସେବୀ, ପୌରପାଳିକାରେ କାର୍ଯ୍ୟରତ ଠିକା ସଫେଇ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅଧୀନରେ ଘୋଷଣା କରାଯାଇଥିବା ସ୍ବାସ୍ଥ୍ୟ ବୀମା ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତିି। ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ସରକାରୀ, ବେସରକାରୀ,ସ୍ବେଚ୍ଛାସେବୀ, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକୁ ସାମିଲ କରିଛନ୍ତିି। ଯେଉଁମାନେ କୋଭିଡ୍‌-୧୯ ମୁକାବିଲା ପାଇଁ ସମ୍ମୁଖ ଭାଗରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଏହି ସୁବିଧା ମିଳିବ। ଏହାଛଡା ଯେଉଁ କର୍ମଚାରୀ କେନ୍ଦ୍ର ସରକାରଙ୍କ ବୀମା ଯୋଜନା ପରିସରରେ ଆସୁନାହାନ୍ତିି ସେମାନଙ୍କୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଯୋଜନାରେ ସାମିଲ କରାଯିବ ବୋଲି ବୁଧବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ-ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ,ସ୍ବାମୀ ଗୁରୁତର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ-ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀଙ୍କୁ...

୧୦ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ...

ମହାରାଷ୍ଟ୍ର ସ୍ଥିତି ଅସମ୍ଭାଳ: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଲା

ମୁମ୍ବାଇ,୨୨।୩: କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦ ହଜାର ୫୩୫ ଜଣ...

୨୫,୨୬ରେ ଝଡ଼ତୋଫାନ ସମ୍ଭାବନା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବର୍ଷା ଲାଗି ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ...

ଟିମ୍‌ ଇଣ୍ଡିଆ ବିପକ୍ଷରେ ହାଫ୍‌ସେଞ୍ଚୁରି ମାରିଥିବା ଅନ୍ତର୍ଜାତୀୟ ଖେଳାଳି ଏବେ ଓଡ଼ିଶା ଦଳରେ

ଭୁବନେଶ୍ୱର,୨୯।୮: ହଂକଂର ପୂର୍ବତନ ଅଧିନାୟକ ଅଂଶୁମାନ ରଥ ଚଳିତ ଘରୋଇ ସିଜନରେ ଓଡ଼ିଶା ପାଇଁ ଖେଳିବେ। ଭାରତୀୟ ପାସପୋର୍ଟଧାରୀ ରଥ ଜଣେ ଓଡ଼ିଆ ଖେଳାଳି। ଗତ...

ନକଲି ଡାକ୍ତରଙ୍କ କ୍ଲିନିକ୍‌ରେ ଚଢ଼ାଉ ଘଟଣା: ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶିକ୍ଷାଗତ ଯୋଗ୍ୟତା ନ ଥାଇ ନିଜକୁ ଜଣେ ହୋମିଓପାଥିକ୍‌ ଡାକ୍ତର କହୁଥିଲେ। ‘ଷ୍ଟପ କରୋନା’ ଔଷଧ ଦେଇ ଲୋକଙ୍କୁ ଠକୁଥିଲେ। ଏପରି ଏକ ସଙ୍ଗିନ...

ଆନ୍ଦୋଳନକୁ ଓହ୍ଲାଇଲେ ୮୧୦୨ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ୨୦୧୫ରେ ନିଯୁକ୍ତି ପାଇଥିବା ୮୧୦୨ଜଣ କନିଷ୍ଠ ଶିକ୍ଷକଙ୍କ ଚୁକ୍ତି ସମୟ ପୂରଣ ହୋଇଥିଲେ ମଧ୍ୟ ରାଜ୍ୟ...

ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକ

ପୁରୁଣା ଭୁବନେଶ୍ୱର, ୧୯।୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଏକ ପ୍ରଶାସନିକସ୍ତରୀୟ ବୈଠକ ନୂତନ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲାପାଳ...

Advertisement
Archives

Model This Week