ବେଲପାହାଡ଼ରେ ବିଧାୟକଙ୍କ ସମୀକ୍ଷା ବୈଠକ

ବେଲପାହାଡ଼,୧୪ା୯ (ଡ଼ି.ଏନ୍‌.ଏ.)
ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ତଥା ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ପୌରାଧ୍ୟକ୍ଷ ପର୍ଶୁରାମ ସାହୁ, ନିର୍ବାହୀ ଅଧିକାରୀ ଲୋକନାଥ କୁମାର ତିୱାରୀ, ଲଖନପୁର ତହସିଲଦାର ଜ୍ୟୋତ୍ସ୍ନାରାଣୀ ସାହୁ, ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ପି.କେ.ନାଥ, ରୋଡ଼ ଆଣ୍ଡ ବ୍ରିଜ ଏସ୍‌ଡିଓ ଗାୟତ୍ରୀ ପଟେଲ, ୱେସ୍କୋ ଏସ୍‌ଡିଓ କାହ୍ନୁ କୁମାର ଟପ୍ପୋ, ଲଖନପୁର କୋଇଲା ଖଣି ମହାପ୍ରବନ୍ଧକ ଏ.କେ.ସିଂ, ବେଲପାହାଡ଼ ଥାନା ଆଇ.ଆଇ.ସି. ରଶ୍ମିତା ବେହେରା ଓ ବନ ବିଭାଗ ରେଞ୍ଜର ସୁବାସ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ବିଧାୟକ ଅଞ୍ଚଳର ରାସ୍ତାଘାଟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତୀକରଣ ଓ ଟ୍ରାଫିକ ବ୍ୟବସ୍ଥା ସମ୍ବନ୍ଧୀୟ ଯୋଜନା ଉପରେ ସମୀକ୍ଷା କରିଥିଲେ। ଅଟକି ରହିଥିବା କାର୍ଯ୍ୟଗୁଡ଼ିକୁ ଯଥାଶ୍ରୀଘ୍ର ତ୍ୱରାନ୍ବିତ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷା ବେଳେ ଲଖନପୁର ତହସିଲଦାର କୋଇଲା ଖଣିରୁ ବାହାରୁଥିବା ଟ୍ରକଗୁଡ଼ିକର ଚଳାଚଳ ପାଇଁ ଏକ ବାଇପାସ ରାସ୍ତା ନିର୍ମାଣ ପାଇଁ ଶୀଘ୍ର ମ୍ୟାପ୍‌ ପ୍ରସ୍ତୁତ କରାଯିବ ଓ ଡିପିଆର୍‌ ଅନୁମୋଦନ ଲାଗି ଜିଲା ପ୍ରଶାସନ ନିକଟକୁ ପଠାଯିବ। ସେହିପରି ଟ୍ରକ୍‌ ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ଲଖନପୁର କୋଇଲାଖଣି ମହାପ୍ରବନ୍ଧକ ଗର୍ରାଖାଇ ଚେକ୍‌ ଡ୍ୟାମ୍‌ର ମରାମତି ଓ ବିଭିନ୍ନ ଛକରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ଏକ ଅଭିଯୋଗର ସ୍ପଷ୍ଟୀକରଣ ଦେଇ କୌଣସି ପରିବହନ ସଂସ୍ଥାକୁ ବିଳମ୍ବିତ ରାତିରେ ଗୁମାଡ଼େରା-ବେଲପାହାଡ଼ ରାସ୍ତାରେ ଟ୍ରକ ଚଳାଚଳ ପାଇଁ ଅନୁମତି ଦିଆଯାଇନାହିଁ, ଏହା ବେଆଇନ ବୋଲି ସେ ସଫେଇ ଦେଇଥିଲେ। ସମ୍ପ୍ରତି ପୌରାଞ୍ଚଳରେ ଜଳ ଯୋଗାଣ ପ୍ରକଳ୍ପ ଉଦ୍ଦେଶ୍ୟରେ ପାଇପ୍‌ ବିଛାଇବା ପାଇଁ ସର୍ବସାଧାରଣ ବ୍ୟବହୃତ ରାସ୍ତାଗୁଡ଼ିକୁ ଖୋଳି ଦିଆଯାଇଥିବାରୁ ଜନସାଧାରଣଙ୍କ ଯାତାୟାତରେ ନାନା ସମସ୍ୟା ଦେଖାଦେଇଛି। ରାସ୍ତାଗୁଡ଼ିକୁ ଦୁର୍ଗାପୂଜା ପୂର୍ବରୁ କଂକ୍ରିଟ କରିବା ପାଇଁ ବିଧାୟକ ବିଭାଗୀୟ ଏସ୍‌ଡିିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୌରାଞ୍ଚଳରେ ଇଇଏସ୍‌ଏଲ ସଂସ୍ଥା ପକ୍ଷରୁ ଲଗାଯାଇଥିବା ଷ୍ଟ୍ରିଟ୍‌ଲାଇଟ୍‌ ଗୁଡ଼ିକ ଠିକ ଭାବେ କାମ କରୁ ନ ଥିବାରୁ ବିଧାୟକ ଦୁର୍ଗାପୂଜା ପୂର୍ବରୁ ଲାଇଟ୍‌ପୋଷ୍ଟ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ସଂସ୍ଥାର ପ୍ରତିନିଧିଙ୍କୁ ତାଗିଦ କରିଥିଲେ। ବୈଠକରେ ଘିଚାଘାଟଠାରେ ଉନ୍ନତୀକରଣ ପାଇଁ ଆବଶ୍ୟକତା ଥିବା ଏନ୍‌ଏଚ୍‌ ବିଭାଗର ଅନୁମୋଦନ, ବନ୍ଧବାହାଲ ଲିଲାରି ବ୍ରିଜ୍‌ ଉନ୍ନତୀକରଣ, ଗର୍ରାଖାଇ ଠକ୍କରବାପା ସେବାଶ୍ରମ ପାଇଁ ଆପ୍ରୋଚିଂ ରୋଡ଼ ଓ ବିଭିନ୍ନ ପଞ୍ଚାୟତରେ ଏମ୍‌ସିଏଲ ପକ୍ଷରୁ ଲାଗିବାକୁ ଥିବା ହାଇମାଷ୍ଟ ଲାଇଟ୍‌ ବ୍ୟବସ୍ଥାର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ ବିଧାୟକ ଲଖନପୁର ମହାପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri