Posted inଖେଳ

ବେଲଜିୟମ କୋଚ୍‌ ମାର୍ଟିନେଜଙ୍କ ଚୁକ୍ତି ବୃଦ୍ଧି

ବ୍ରସେଲ୍ସ, ୨୦।୫(ଏଏଫ୍‌ପି): ବେଲଜିୟମ ଫୁଟବଲ କୋଚ୍‌ ରୋବେର୍ଟୋ ମାର୍ଟିନେଜଙ୍କ କଣ୍ଟ୍ରାକ୍ଟ ତଥା କାର୍ଯ୍ୟକାଳ ବୃଦ୍ଧି ହୋଇଛି। ୨୦୨୨ ପର୍ଯ୍ୟନ୍ତ ତାଙ୍କର ଚୁକ୍ତି ବୃଦ୍ଧି ହୋଇଛି। ଅର୍ଥାତ କାତାର ଆୟୋଜିତ ହେବାକୁ ଥିବା ୨୦୨୨ ବିଶ୍ୱକପ୍‌ ପର୍ଯ୍ୟନ୍ତ ସେ ଦଳର କୋଚ୍‌ ଦାୟିତ୍ୱରେ ରହିବେ ବୋଲି ବେଲଜିଆନ ଫୁଟବଲ ଫେଡେରେଶନ (ବିଏଫ୍‌ଏଫ୍‌) ତରଫରୁ ଘୋଷଣା କରାଯାଇଛି।
୨୦୧୬ରେ ୪୬ ବର୍ଷୀୟ ଏହି ଇଭରଟନ୍‌ ମ୍ୟାନେଜର ବେଲିଜିୟମ ଫୁଟବଲ ଦଳରେ ଦାୟିତ୍ୱ ନେଇଥିଲେ ଓ ୨୦୧୮ ବିଶ୍ୱକପ୍‌ରେ ଦଳକୁ ତୃତୀୟ ସ୍ଥାନରେ ପହଞ୍ଚାଇଥିଲେ। ସ୍ପେନ୍‌ର ମାର୍ଟିନେଜଙ୍କ ଚୁକ୍ତି ପ୍ରକୃତରେ ୨୦୨୦ ୟୁରୋ କପ୍‌ ପର୍ଯ୍ୟନ୍ତ ଥିଲା। ତେବେ କରୋନା ଭାଇରସ ମହାମାରୀ କାରଣ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ମାର୍ଟିନେଜଙ୍କ ତତ୍ତ୍ୱାବଧାନରେ ବେଲଜିୟମ ୪୩ଟି ମ୍ୟାଚ୍‌ ଖେଳିଛି ଓ ଦମ୍‌ଦାର ପ୍ରଦର୍ଶନ କରି ୩୪ଟିରେ ବିଜୟ ହାସଲ କରିବା ସହ ୩ଟିରେ ପରାଜୟବରଣ କରିଛି, ୬ଟି ମ୍ୟାଚ୍‌ ଡ୍ର ରହିଛି। ଏହି ଉଚ୍ଚକୋଟୀର ପ୍ରଦର୍ଶନ ବଳରେ ବେଲଜିୟମ ଫିଫା ର଼୍ୟାଙ୍କିଙ୍କର ଶୀର୍ଷ ସ୍ଥାନ ହାସଲ କରିଛି। ମାର୍ଟିନେଜ ୨୦୦୭ରେ ସ୍ବାନ୍‌ସି ସହିତ କୋଚିଂ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୯ରେ ସେ ଓ୍ବିଗାନରେ ଯୋଗ ଦେଇଥିଲେ। ୨୦୧୩ ଫା କପ୍‌ରେ ତାଙ୍କ ତତ୍ତ୍ୱାବଧାନରେ ଓ୍ବିଗାନ ମାଞ୍ଚେଷ୍ଟର ସିଟିକୁ ହରାଇ ଟାଇଟଲ ଜିତିଥିଲା। ଏହାପରେ ବେଲଜିୟମ ଦାୟିତ୍ୱ ନେବା ପୂର୍ବରୁ ସେ ଇଭରଟନ୍‌ର କୋଚ୍‌ ଦାୟିତ୍ୱ ସମ୍ଭାଳିଥିଲେ। ମାର୍କ ଓ୍ବିଲମୋଟ୍ସଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri