ବେଧଡ଼କ ଚାଲିଛି ବେଆଇନ କରତକଳ

ରୂପ୍‌ସା,୭।୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ସଦର ବ୍ଲକ ସମେତ ବସ୍ତା, ବାଲିଆପାଳ ଓ ଭୋଗରାଇ ଆଦି ଅଞ୍ଚଳରେ ଅବାଧରେ ବେଆଇନ ଭାବେ କରତକଳ ଚାଲୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଜଙ୍ଗଲରୁ ଗଛକଟା ଯାଇ କରତକଳରେ ଚିରାଯିବାପରେ ଅନ୍ୟତ୍ର ଚାଲାଣ କରାଯାଉଛି। ଏଭଳି ସ୍ଥିତିରେ ପ୍ରଶାସନ ଓ ବନବିଭାଗ ନୀରବଦ୍ରଷ୍ଟା ସାଜି ବସିଥିବା ଅଭିଯୋଗରେ ଦର୍ଶାଯାଇଛି। ଉଲ୍ଲେଖନୀୟ ଯେ, ଗତ ସେପ୍ଟେମ୍ବର ଓ ଅକ୍ଟୋବରରେ ବନବିଭାଗ ଜିଲାର ବିଭିନ୍ନ ସ୍ଥାନରେ ଥିବା କରତକଳ ଉପରେ ଚଢ଼ାଉ କରି କାଠ, ଯନ୍ତ୍ରାଂଶ ଆଦି ଜବତ କରିଥିଲା। ସଦର ଥାନା ପଦାଗାଁ, ବସ୍ତା ଥାନା ଧପାଖନ୍ଦ ଓ ପୋଡ଼ାପୋଡ଼ା ଗ୍ରାମ ନିକଟରେ ଥିବା ୩ କରତକଳ ଉପରେ ଚଢ଼ାଉ ହୋଇଥିଲା। ସେହିପରି ସଦର ଥାନା ଅଧୀନ ଅନନ୍ତପୁର ଓ ରୂପ୍‌ସା ଥାନା ଜାମୁନିଆ ଅଞ୍ଚଳର ୩ କରତକଳ ସମେତ ଭୋଗରାଇ ବ୍ଲକରେ ୪ଟି କରତକଳ ଉପରେ ଚଢ଼ାଉ କରାଯାଇଥିଲା। ଅନୁରୂପ ବାଲିଆପାଳ ବ୍ଲକରେ ମଧ୍ୟ ଧରପଗଡ଼ କରାଯାଇଥିଲା। ପରେ ବିଭାଗ ଏ ଦିଗରେ ଶିଥିଳତା ଅବଲମ୍ବନ କରିବାରୁ ବିଭିନ୍ନ ସ୍ଥାନରେ ପୁଣି ବେଆଇନ କରତକଳ ମୁଣ୍ଡ ଟେକିଥିବା ରୂପ୍‌ସାର ପରିବେଶପ୍ରେମୀ ରବୀନ୍ଦ୍ର କୁମାର ବେହେରା ଅଭିଯୋଗ କରିିଛନ୍ତି। ଏପରି କି ପରିକ୍ଷୀ, ରୂପ୍‌ସା, ଲଛମନଖୁଣ୍ଟା, ମଧୁପୁରା, ହଳଦୀପଦା ଆଦି ଅଞ୍ଚଳରେ ଏବେ ଅନେକ ବେଆଇନ କରତକଳ ଚାଲିଛି। ଏ ଦିଗରେ ପ୍ରଶାସନିକ ପଦକ୍ଷେପ ନିଆ ନ ଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଚାନ୍ଦିପୁର ରେଞ୍ଜ ଅଫିସର କ୍ଷୀରାବ୍ଧତ୍ ପ୍ରଧାନଙ୍କୁ ପଚରାଯିବାରୁ ଅଭିଯୋଗ ମୁତାବକ ବେଆଇନ କରତକଳ ବନ୍ଦ ଦିଗରେ ନିଶ୍ଚୟ ବିଭାଗୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିବେଶକଙ୍କ ପାଇଁ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ

ନୂଆଦିଲ୍ଲୀ,୨୩।୯: ନିବେଶକ ଏବଂ ବିଜ୍‌ନେସ୍‌ ଲାଗି ବହୁ ପ୍ରତୀକ୍ଷିତ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଉନ୍ମୋଚିତ ହୋଇଛି। କେନ୍ଦ୍ର ଏବଂ ରାଜ୍ୟ ସ୍ତରର ସମସ୍ତ ମଞ୍ଜୁରୀ ବ୍ୟବସ୍ଥାକୁ...

ନାବାଳିକାଙ୍କୁ ଭେଟିଲେ ଅଧିକାରୀ

ବନ୍ତ,୧୧।୪(ଡି.ଏନ.ଏ.) ଏକ ପରିତ୍ୟକ୍ତ ବ୍ୟାଗ୍‌ରେ ଥିବା ବୋମା ଫୁଟି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଟିଲୋ ପଞ୍ଚାୟତ ଦେବତାଗଢ଼ିଆ ଗ୍ରାମର ୩ ଆଦିବାସୀ ନାବାଳିକା...

ଆଜି ଭୁବନେଶ୍ୱରରୁ ୩ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସମସ୍ତେ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ସହିପରି ଆଜି ଭୁବନେଶ୍ୱରରୁ...

କୃମି ଔଷଧ ଖାଇ ୩୬ ଶିଶୁ ଅସୁସ୍ଥ ହେବା ଘଟଣା ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : କେନ୍ଦ୍ରାପଡା ଜିଲା ଗରଦପୁରରେ କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଥିଲେ। ୨୦୧୪ରେ ଘଟିଥିବା ଏହି ଘଟଣାକୁ ନେଇ ସାରା...

ଆଜିଠୁ ୪ ଦିନ ବର୍ଷା

ଭୁବନେଶ୍ୱର, ୧-୧(ବ୍ୟୁରୋ):ନୂଆବର୍ଷ ଆରମ୍ଭରେ ଭିଜିବ ଓଡ଼ିଶା। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ନୂଆବର୍ଷର ପ୍ରଥମ ଦିନରେ...

ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନ: ଲୋକ ସଭାରେ ଉଠିଲା ଡିଭିଜନ ମାନ୍ୟତା ଦାବି

ଯାଜପୁର ଅଫିସ,୫ା୧୨: ଲୋକ ସଭାର ଚଳିତ ଶୀତ ଅଧିବେଶନରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ବୁଧବାର ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ସ୍ବତନ୍ତ୍ର ରେଳ ଡିଭିଜନ ମାନ୍ୟତା ଦେବାକୁ...

ବେଳାଭୂମିରେ ଜମିବ ଗହଳି

ପୁରୀ ଅଫିସ,୧।୮: କୋଭିଡ୍‌ କଟକଣା ନେଇ ଶନିବାର ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ ଲାଇନ୍‌ ଆସିବା ପରେ ଶ୍ରୀମନ୍ଦିର ଖୋଲିବା ଓ ବେଳାଭୂମି ପୁଣି ଚଳଚଞ୍ଚଳ...

ବିଧାନସଭା ଷ୍ଟାଣ୍ଡିଂ କମିଟି ରିପୋଟ: ବୃକ୍ଷରୋପଣ ପାଇଁ ଆଉ ୩୨୯.୧୭ କୋଟି ଆବଶ୍ୟକ

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତିର ମୁକାବିଲା ତଥା ସବୁଜୀକରଣ ପାଇଁ ବହୁ ମାତ୍ରାରେ ବୃକ୍ଷରୋପଣର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ସରକାର...

Advertisement
Archives

Model This Week