Posted inଖେଳ

ବେଦୀ, ଚୌହାନଙ୍କୁ ଗମ୍ଭୀରଙ୍କ ସମାଲୋଚନା

ନୂଆଦିଲ୍ଲୀ, ୫ା୮ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ପକ୍ଷରୁ ପଦାର୍ପଣ କରିଥିବା ଦ୍ରୁତ ବୋଲର ନବଦୀପ ସଇନି ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ସେ ୧୭ ରନ ବିନିମୟରେ ୩ ଉଇକେଟ୍‌ ଅକ୍ତିଆର କରିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ହାସଲ କରିଥିଲେ। ୨୬ ବର୍ଷୀୟ ସଇନିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଗୌତମ ଗମ୍ଭୀର ପୂର୍ବତନ ଭାରତୀୟ ଅଧିନାୟକ ବିଶେନ ସିଂ ବେଦୀ ଓ ଚେତନ ଚୌହାନଙ୍କୁ ଟୁଇଟର୍‌ ଜରିଆରେ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ କିଛି ବର୍ଷ ତଳେ ଦିଲ୍ଲୀ ରଣ୍‌ଜୀ ଦଳ ଚୟନବେଳେ ସଇନିଙ୍କୁ ସ୍ଥାନ ନ ଦେବା ପାଇଁ ଉଭୟ ବେଦୀ ଓ ଚୌହାନ ବିରୋଧ କରିଥିଲେ। ତେବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସଇନିଙ୍କ ଦମ୍‌ଦାର ବୋଲିଂ ପରେ ଦୁଇ ପ୍ରାକ୍ତନ ଖେଳାଳିଙ୍କୁ ସମାଲୋଚନା କରିବା ପାଇଁ ଗମ୍ଭୀରଙ୍କୁ ସୁଯୋଗ ମିଳିଯାଇଥିଲା। ‘ଭାରତୀୟ ଦଳ ପକ୍ଷରୁ ପଦାର୍ପଣ ପରେ ତୁମକୁ ଅଭିନନ୍ଦନ। ତୁମେ ବୋଲିଂ କରିବା ପୂର୍ବରୁ ବିଶେନ ସିଂ ବେଦୀ ଓ ଚେତନ ଚୌହାନଙ୍କ ରୂପରେ ୨ଟି ଉଇକେଟ୍‌ ଅକ୍ତିଆର କରିସାରିଛ। ଜଣେ ଖେଳାଳି ପଡ଼ିଆରେ ପାଦ ଥାପିବା ପୂର୍ବରୁ ତା’ର କ୍ରିକେଟ୍‌ କ୍ୟାରିୟରକୁ କବର ଦିଆଯିବା ପାଇଁ ଗାତ ଖୋଳାଯାଇ ସାରିଥିଲା। ସେହି ଖେଳାଳିର ଏଭଳି ପଦାର୍ପଣ ଦେଖି ସେମାନଙ୍କ ମିଡ୍‌ଲ ଷ୍ଟମ୍ପ୍ସ ତୁମେ ଉପାଡ଼ି ଦେଇଛ। ଲଜ୍ଜାଜନକ ଘଟଣା’ ବୋଲି ଗମ୍ଭୀର ତାଙ୍କୁ ଟୁଇଟର୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ୨୦୧୩ରେ ଗମ୍ଭୀର ଦିଲ୍ଲୀ ଦଳର ଅଧିନାୟକ ରହିଥିବାବେଳେ ହରିୟାଣର ସଇନିଙ୍କୁ ତାଙ୍କ ଦଳରେ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ସେତେବେଳେ ଦିଲ୍ଲୀ ଆଣ୍ଡ୍‌ ଡିଷ୍ଟ୍ରିକ୍ଟ କ୍ରିକେଟ୍‌ ଆସୋସିଏଶନ (ଡିଡିସିଏ) ସଦସ୍ୟ ଥିବା ବେଦୀ ଓ ଚୌହାନ ଏହାକୁ ଦୃଢ଼ ବିରୋଧ କରିଥିଲେ। ରାଜ୍ୟ ବାହାର ଖେଳାଳିଙ୍କୁ କାହିଁକି ଦିଲ୍ଲୀ ଦଳରେ ସାମିଲ କରାଯିବ ବୋଲି ପ୍ରଶ୍ନ ଉଠାଇଥିଲେ। ବିରୋଧ ସତ୍ତ୍ୱେ ଗମ୍ଭୀର ବିଦର୍ଭ ବିପକ୍ଷ ମ୍ୟାଚ୍‌ ଲାଗି ସଇନିଙ୍କୁ ଦିଲ୍ଲୀ ଦଳରେ ନେଇଥିଲେ। ଏହାପରେ ସଇନି ଆଉ ପଛକୁ ଫେରି ଚାହିଁନାହାନ୍ତି। ଗମ୍ଭୀରଙ୍କ ସମାଲୋଚନା ପରେ ବେଦୀ ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ‘ମୁଁ କିଏ? ଡିଡିସିଏର କୌଣସି ପୋଜିସନରେ ମୁଁ ଜଡ଼ିତ ନ ଥିଲି। ମୁଁ ଦେଖୁଛି ଏମ୍‌ପି ହେଲା ପରେ ମଧ୍ୟ ତାଙ୍କର (ଗୌତମ ଗମ୍ଭୀର) କୌଣସି ପରିବର୍ତ୍ତନ ହୋଇନାହିଁ’ ବୋଲି ବେଦୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri