ବେତନ ବୃଦ୍ଧି ଦାବି କଲା ରାଜସ୍ବ ଅମଲା ସଂଘ

ଢେଙ୍କାନାଳ ଅଫିସ, ୧୮।୨ – ବେତନ ବୃଦ୍ଧି ଦାବି କରିଛି ଢେଙ୍କାନାଳ ଜିଲା ରାଜସ୍ବ ଅମଲା ସଂଘ। ଏ ନେଇ ସୋମବାର ଅପରାହ୍ନ ସାଢ଼େ ୪ଟାରେ ୫ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଦିନକୁ ଦିନ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ବ ଅମଲା ସଂଘର କର୍ମଚାରୀମାନେ ପାଉଥିବା ସ୍ବଳ୍ପ ବେତନରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ତେଣୁ ୨୦୧୯ ଜୁଲାଇ ୧ରୁ ୫% ଡିଏ ତୁରନ୍ତ ପ୍ରଦାନ କରିବାକୁ ସଂଘ ଦାବି କରିଛି। ଜିଲାରେ ସରକାରୀ କ୍ୱାର୍ଟର୍ସ ସଂଖ୍ୟ ନଗଣ୍ୟ। ସବୁ କର୍ମଚାରୀଙ୍କୁ କ୍ୱାର୍ଟର୍ସ ମିଳୁ ନ ଥିବାରୁ ସେମାନେ ବଧ୍ୟହୋଇ ଅଧିକ ଟଙ୍କା ଦେଇ ଭଡ଼ା ଘରେ ରହୁଛନ୍ତି। ତେଣୁ ତୁରନ୍ତ ଘରଭଡ଼ା ଅଲାଉନ୍ସ ଦେବାକୁ ସଂଘର କର୍ମକର୍ତ୍ତା ଦାବି କରିଛନ୍ତି। ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତିରୁ ବଞ୍ଚତ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରମୋଶନ ଅଦାଲତ ଆରମ୍ଭ ହୋଇଛି। ହେଲେ ପରିତାପର ବିଷୟ ପଦୋନ୍ନତିର ଲାଭ କେବଳ ଅଧିକାରୀଙ୍କୁ ମିଳୁଛି। ଯୋଗ୍ୟ କର୍ମଚାରୀମାନେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବେ କାର୍ଯ୍ୟକାରୀ ହେବ ସେ ନେଇ ରାଜସ୍ବ ସହାୟକ ଏବଂ କର୍ମଚାରୀ ଅପେକ୍ଷା କରିଛନ୍ତି। ଏଥିସହ ପୁନର୍ବାସ ଥଇଥାନ ନୀତିରେ ଗ୍ରୁପ-ଡିରେ ନିଯୁକ୍ତିକୁ ରଦ୍ଦ କରାଯିବାକୁ ସଂଘ ପକ୍ଷରୁ ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଦାବିଗୁଡ଼ିକୁ ବିଚାରକୁ ନେଇ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ରାଜସ୍ବ ସଂଘ ପକ୍ଷରୁ ଦାବି କରାଯାଇଛି ।
ଦାବିପତ୍ର ପ୍ରଦାନ ବେଳେ ସଂଘ ସଭାପତି ବିଭୂତି ଭୂଷଣ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ପାଦକ ପ୍ରକାଶ ସ୍ବାଇଁ, କର୍ମକର୍ତ୍ତା ପ୍ରମୋଦ ବାରିକ, ରବିନାରାୟଣ ସାହୁ, ପ୍ରତାପହରି ପ୍ରଧାନ, ଗୋବିନ୍ଦ ଦାସ, ଦେବଦର୍ଶିନୀ ସ୍ବାଇଁ, ପ୍ରଦୀପ୍ତାରାଣୀ ଶତପଥୀ, ପ୍ରିୟଙ୍କା ମିଶ୍ର, ସୁରମା ପଟ୍ଟନାୟକ, ନିରୁପମା ଭୋଇ, ସନାତନ ସାହୁ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗଙ୍କୁ ଘରୁ ଡାକିନେଇ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ରାଜନଗର,୧୧ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କଜଳବନ୍ଧ ଗ୍ରାମରେ ବୁଧବାର ରାତିରେ ଏକ ଦୁଖଃଦ ତଥା ଅଭାବନୀୟ ଘଟଣା ଘଟିଯାଇଛି। ରାତି…

ରବି ଧାନ ଉଠାଣରେ ବିଳମ୍ବ: ବର୍ଷାରେ ଭିଜି ଧାନ ଗଜା, ଜାତୀୟ ରାଜପଥରେ ବସିଲେ ଚାଷୀ

ଭବାନୀପାଟଣା, କେସିଙ୍ଗା, ୧୧।୬(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଏମ.ରାମପୁର ବ୍ଲକର ଅଁଳାପାଲି ଓ ବମକ ମଣ୍ଡିରେ ରବିଧାନ ଉଠାଣ ବିଳମ୍ବକୁ ନେଇ ସ୍ଥାନୀୟ ଚାଷୀଙ୍କ…

ଭଗବାନ ରାମଙ୍କ ବିଷୟରେ ମନ୍ତବ୍ୟ ମାମଲାରେ ବଢ଼ିଲା ରାହୁଲଙ୍କ ଅଡୁଆ, FIR….

ନୂଆଦିଲ୍ଲୀ,୧୧।୬: ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ଝଟକା । ପ୍ରଭୁ ରାମଙ୍କ ବିଷୟରେ ମନ୍ତବ୍ୟ ଦେବା ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ହାଇ-ଏଥାନଲ ପେଟ୍ରୋଲରୁ ଏକ୍ସସାଇଜ ଡ୍ୟୁଟି ସମ୍ପୂର୍ଣ୍ଣ ଛାଡ଼

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆ (West Asia)ରେ ଜାରି ରହିଥିବା ଯୁଦ୍ଧ ଏବଂ ଉତ୍ତେଜନା କାରଣରୁ ବିଶ୍ୱ ଶକ୍ତି ବଜାର (Global Energy Market)ରେ ସୃଷ୍ଟି ହୋଇଥିବା ହାହାକାର…

ଆସୁଛି ରଜ: ହେଲେ ଦରମା ପାଇବାରୁ ବଞ୍ଚିତ ଶିକ୍ଷୟିତ୍ରୀ-ଶିକ୍ଷକ

ପଟାଙ୍ଗି,୧୧ା୬(ଶରତ କୁମାର ଧଳ): ଆଉ କିଛିଦିନ ପରେ ରଜ। ଏହିପରି ସ୍ଥିତିରେ ଏସ୍‌ଏସ୍‌ଏ ଅନୁଦାନରୁ ପାଉଥିବା ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି ଶିକ୍ଷୟିତ୍ରୀ-ଶିକ୍ଷକଙ୍କଠାରୁ ଆରମ୍ଭ କରି ସମସ୍ତ…

ମାସେ ତଳେ ଫୁଲ ତୋଳିବାକୁ ଯାଉ ଆଉ ଫେରି ନ ଥିଲେ ସୁନ୍ଦରୀ: କେନାଲରୁ ମିଳିଲା…

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ପଞ୍ଚାୟତ ଗୁଡିପଦର ଗ୍ରାମ ନିକଟ ଏକ କେନାଲ ପାଖରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ଖବର…

ଭାରତ ଉପରେ ମାଡ଼ିଆସୁଛି ବଡ଼ ସଙ୍କଟ: ହର୍ମୁଜ ପ୍ରଣାଳୀ ବନ୍ଦ ପରେ ଏବେ ବଢିବ…

ନୂଆଦିଲ୍ଲୀ,୧୧।୬: ପଶ୍ଚିମ ଏସିଆରେ ଉତ୍ତେଜନା ଏବଂ ସଙ୍କଟ ବିଶ୍ୱବ୍ୟାପୀ ଅସ୍ଥିରତା ସୃଷ୍ଟି କରିଛ ଭାରତ ଏହି ପରିସ୍ଥିତିରୁ ମୁକ୍ତ ନୁହେଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା, ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଫାଇଲ ଗାଏବ

ଭୁବନେଶ୍ୱର,୧୧।୬ (ପ୍ରସନଜିତ୍‌ ସାହୁ): କନ୍ଧମାଳ ଜଲେଶପେଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା ଘଟଣାକୁ ନେଇ ଏ. ଏସ୍‌. ନାଇଡୁ କମିଶନ ତଦନ୍ତ କରି ସରକାରଙ୍କୁ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri