ବେଙ୍ଗାଲୁରୁରେ ରୋଟାରି ଓଡ଼ିଶାର ‘ଜୟ ହୋ’

ଭୁବନେଶ୍ୱର,୨୦।୫: ରୋଟାରି ଓଡ଼ିଶା ପକ୍ଷରୁ ବେଙ୍ଗାଲୁରୁଠାରେ ପ୍ରଥମ ଥର ପାଇଁ ୨ଦିନିଆ ଜିଲା ପ୍ରଶିକ୍ଷଣ ସଭା ‘ଜୟ ହୋ’ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲାରୁ ୪୦୦ରୁ ଅଧିକ ରୋଟାରି ପ୍ରତିନିଧି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅପରପକ୍ଷରେ ରୋଟାରି ବର୍ଷ ୨୦୨୩-୨୪ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ସେବା ପ୍ରକଳ୍ପଗୁଡ଼ିକ ଉପରେ ରୋଟାରି ସଦସ୍ୟମାନେ ବିଶେଷ ତାଲିମ ହାସଲ କରିଥିଲେ।
ସେହିଭଳି ୩୭ ଜଣ ପ୍ରତିଷ୍ଠିତ ଓଡ଼ିଆ ବ୍ୟକ୍ତିତ୍ୱଙ୍କୁ ପ୍ରାଇଡ୍‌ ଅଫ୍‌ ଓଡ଼ିଶା ଏକ୍ସିଲେନ୍ସ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଡିଆର୍‌ଡିଓର ସାଧାରଣ ନିର୍ଦ୍ଦେଶକ ଡ. ବି.କେ. ଦାସ, ହାଲ୍‌ର ସିଇଓ ମିହିରକାନ୍ତି ମିଶ୍ର, ବିଇଏମ୍‌ଏଲ୍‌ର ପୂର୍ବତନ ଏମ୍‌ଡି ମାନସ ମହାନ୍ତି, ଟାଟା ଆଇଅନ୍‌ର ଜିଏସ୍‌ଏସ୍‌ ଗ୍ଲୋବାଲ ହେଡ୍‌ ଗୋପାଳକ୍ରିଷ୍ଣନ୍‌, ଆଇବିଏମ୍‌ର ପାର୍ଟନର ତୁଷାର ମିଶ୍ର, ୱିପ୍ରୋର ସିଆଇଓ କୁମାର ଅୟସକାନ୍ତ, ରୋଡ୍‌ ସାଇନ୍ସର ଲେଖକ ପ୍ରଣବ ପାଣି, ଡିଭି ଆନାଲିଟିକ୍ସର ଅଧ୍ୟକ୍ଷ ଦେବେନ୍ଦ୍ର ରଥ, ସାମ୍ବାଦିକ ରଞ୍ଜନ ଆଚାର୍ଯ୍ୟ, ଓଡ଼ିଶୀ କଳାକାର ସରିତା ମିଶ୍ର ପ୍ରମୁଖ ସାମିଲ ଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ)ର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ‘ସ୍ଥାୟୀ ଉଦ୍ଭାବନ କ୍ଷେତ୍ରରେ ନେତୃତ୍ୱ’ ପ୍ରସଙ୍ଗରେ ବିସ୍ତୃତ ମତ ଉପସ୍ଥାପନ କରିଥିଲେ। ସେହିପରି ଷ୍ଟାଟ୍‌ଅପ୍‌ ଓଡ଼ିଶାର ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ ଡ. ଓମ୍‌କାର ରାୟ ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡ଼ିକୁ ବେଙ୍ଗାଲୁରୁରେ ଆଞ୍ଜେଲ ଫଣ୍ଡ୍‌, ବଜାର ପହଞ୍ଚ, ମାର୍ଗଦର୍ଶକ ଓ ସାଥୀ ନେଟ୍‌ୱର୍କଗୁଡ଼ିକ ସହ ସଂଯୋଗ କରିବା ପାଇଁ ଏକ ଷ୍ଟାର୍ଟଅପ୍‌ ବ୍ରିଜ୍‌ ଅଭିଯାନ ରୋଟାପ୍ରେନ୍ୟୋର୍ସ ଶୁଭାରମ୍ଭ କରିଥିଲେ। ଏଠାରେ ବିଶିଷ୍ଟ ବ୍ୟକ୍ତିଙ୍କ ନିକଟରେ ଓଡ଼ିଶାର ଅନେକ ଷ୍ଟାର୍ଟଅପ୍‌ ପ୍ରଦର୍ଶନ କରିଥିଲେ ଏବଂ ଯଶଦୀପ୍‌ ସିଂହଙ୍କ ଟ୍ରାନ୍ସପୋର୍ଟ ସିମ୍ପଲ ଓ ଅଭିଜିତ ସାହୁଙ୍କ ଫାଷ୍ଟେକ୍‌ ଫ୍ୟାଶନ୍ସ ଭଳି ଯୁବ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri