Posted inଜାତୀୟ

ବେଙ୍ଗାଲୁରୁରେ ପ୍ରଚଣ୍ଡ ଶବ୍ଦ

ନୂଆଦିଲ୍ଲୀ,୨୧ା୫(ପି.ଟି.): ବୁଧବାର ଅପରାହ୍ଣ ୧ଟା ୨୦ ମିନିଟ୍‌। ସାରା ବେଙ୍ଗାଲୁରୁ ସହରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ଶବ୍ଦ ଶୁଣି ଲୋକେ ଛାନିଆ ହୋଇଗଲେ। କେଉଁଠୁ ଏହି ଶବ୍ଦ ଆସିଲା ଜଣାପଡିଲାନି। ଏହା ଭୂମିକମ୍ପ, ଘଡ଼ଘଡ଼ି ନା ବିମାନ ଶବ୍ଦ କେହି କହିପାରୁନାହାନ୍ତି। ଶବ୍ଦ କେଉଁଠୁ ଆସିଲା ତାହାର ତଦନ୍ତ କରାଯାଉଛି ବୋଲି ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ କହିଛନ୍ତି। ଉକ୍ତ ଅଞ୍ଚଳରେ ଯୁଦ୍ଧବିମାନ ସେହି ସମୟରେ ଉଡୁଥିଲା କି ନାହିଁ ଜଣାଇବାକୁ ବାୟୁସେନାକୁ କୁହାଯାଇଛି।
ଏହା ଭୂକମ୍ପ ବୋଲି କେତେଜଣ ସନ୍ଦେହ କରୁଥିବାବେଳେ ଯୁଦ୍ଧବିମାନର ‘ସୋନିକ୍‌ ବୁମ୍‌’ ହୋଇଥାଇପାରେ ବୋଲି ଅନ୍ୟ କେତେଜଣ ଅନୁମାନ କରୁଛନ୍ତି। ତେବେ ଉକ୍ତ ସମୟରେ ବାୟୁସେନାର କୌଣସି ବିମାନ ବେଙ୍ଗାଲୁରୁ ଉପରେ ଉଡୁ ନ ଥିଲା ବୋଲି ଏହାର ପ୍ରଶିକ୍ଷଣ କମାଣ୍ଡ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ଏଏସ୍‌ଟିଇ ଏବଂ ହାଲ୍‌ ପରୀକ୍ଷାମୂଳକ ଉଡାଣ କରାଇଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି। ଭୂକମ୍ପକୁ ମଧ୍ୟ ଖଣ୍ଡନ କରାଯାଇଛି। କାରଣ ସିସ୍‌ମୋମିଟରରେ ଭୂପୃଷ୍ଠରେ କମ୍ପନ ହେବାର କୌଣସି ସୂଚନା ନାହିଁ। ଏହା ସମ୍ପୂର୍ଣ୍ଣ ଅଜଣା ପ୍ରଚଣ୍ଡ ଶବ୍ଦ ବୋଲି କର୍ନାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ କୁହାଯାଇଛି। ସାମୁଦ୍ରିକ ଝଡ଼ ପ୍ରବାହିତ ହେଉଥିବାରୁ ଗରମ ଓ ଥଣ୍ଡା ପବନ ପରସ୍ପର ମଧ୍ୟରେ ଧକ୍କା ହୋଇ ଶୂନ୍ୟସ୍ଥାନ ସୃଷ୍ଟି କରିବା ଯୋଗୁ ଏଭଳି ଶବ୍ଦ ହୋଇଥିବା ଅନ୍ୟ କେତେଜଣ ସନ୍ଦେହ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri