ବେଆଇନ ମାଂସ ଶିଳ୍ପ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ସାରା ଦେଶରେ ବେଆଇନ ‘ଶୀତଳ ଭଣ୍ଡାର’ ଓ ‘ମାଂସ ପ୍ରକ୍ରିୟାକରଣ’ ଶିଳ୍ପଗୁଡିକର ଏକ ର଼୍ୟାକେଟ୍‌ ଚାଲିଛି। ଗତବର୍ଷକର୍ନାଟକର ବେଲାଗାଭି ଅଞ୍ଚଳର ଲୋକଙ୍କ ଅନୁରୋଧ ରକ୍ଷା କରି ମୁଁ ସେଠାକୁ ଯାଇଥିଲି। ସେମାନେ ସେଠାରେ ଲୁଚାଚୋରାରେ କେତେକ ବେଆଇନ ଶୀତଳଭଣ୍ଡାର/ମାଂସ ପ୍ରକ୍ରିୟାକରଣ ଶିଳ୍ପ ଚାଲୁଥିବା ମୋତେ ଜଣାଇଥିଲେ, ଯେଉଁଠାରେ ବେଆଇନ ଭାବେ ହଜାର ହଜାର ମଇଁଷିଙ୍କୁ ମରାଯାଉଥିଲା। ମୁଁ ସ୍ଥାନୀୟ ରାଜନେତାଙ୍କୁ ସାଙ୍ଗରେ ଧରି ସେହିସବୁ ଫ୍ୟାକ୍ଟ୍ରିଗୁଡିକୁ ଯାଇଥିଲି। ତା’ ଭିତରକୁ ପଶିିବା ମୁସ୍କିଲ ଥିଲା। କାରଣ ଯେମିତି ଫ୍ୟାକ୍ଟ୍ରି ମାଲିକ ଶୁଣିଲେ ମୁଁ ଆସିଛି, ସେମାନେ ପଳାଇଲେ ଓ ଫ୍ୟାକ୍ଟ୍ରି ବନ୍ଦ କରିଦେଲେ। ତଥାପି ଆମେ ତା’ ଭିତରକୁ ପ୍ରବେଶ କଲୁ ଏବଂ ଆଣ୍ଠୁଏ ରକ୍ତ, ସଦ୍ୟ କଟା ମଇଁଷିର ଅସ୍ଥି ଓ ଭଣଭଣ ମାଛିର ପରିବେଶ ଦେଖିବାକୁ ପାଇଲୁ। ଏହି ସ୍ଥାନ ନର୍କଠାରୁ ବି ଖରାପ। ଏହାକୁ ଟିଭିରେ ବାରମ୍ବାର ପ୍ରସାରଣ କରାଯାଇଥିଲା ଓ ଏବେ ମଧ୍ୟ ଆପଣ ତାହାକୁ ନେଟ୍‌ରେ ଦେଖିପାରିବେ।
ଫ୍ୟାକ୍ଟ୍ରିରେ କିଛି ଗୁପ୍ତରେ ଚାଲୁ ନ ଥିଲା। ଏହା ଏକ ବଡ଼ ବିଲ୍ଡିଂରେ ଚାଲୁଥିଲା ଏବଂ ଯଦି ପୋଲିସ ଲାଞ୍ଚ କାରବାରରେ ଲିପ୍ତ ନ ଥାନ୍ତା ହୁଏତ ଏହା ଚାଲିପାରି ନ ଥାନ୍ତା। ସ୍ଥାନୀୟ ପୋଲିସ କମିଶନର ଏଥିରେ ଜଡିତ ଥିବା ଜଣାପଡିଥିଲା। ପ୍ରଥମେ ସେ ଏମିତି ଏକ ଫ୍ୟାକ୍ଟ୍ରି ଥିବା କଥା ଅସ୍ବୀକାର କରିଥିଲେ। ପରେ ନିଜ ସପକ୍ଷରେ ସଫେଇ ଦେଇଥିଲେ। ସେଠାକୁ ଗୋଆରୁ ଗାଈମାନଙ୍କୁ ଚୋରାରେ ଅଣାଯାଉଥିଲା ଓ ଏକ ପଡିଆରେ ସେମାନଙ୍କୁ କଟାଯାଉଥିଲା। ଏହାପରେ ମୃତ ଗାଈଗୁଡ଼ିକୁୁ ଫ୍ୟାକ୍ଟ୍ରିକୁ ଅଣାଯାଇ କଟାକଟି କରି ପ୍ୟାକେଜିଂ କରାଯାଇ ରପ୍ତାନି କରାଯାଉଥିଲା। ସେହି ଫ୍ୟାକ୍ଟ୍ରିଟି ବର୍ଷ ବର୍ଷ ଧରି ବିନା ଲାଇସେନ୍ସରେ ଚାଲୁଥିଲା। ଏହାକୁ ବନ୍ଦ କରାଗଲା ଏବଂ ପରେ ସ୍ଥାନୀୟ ସାଂସଦଙ୍କ ଦ୍ୱାରା ପୁଣି ଖୋଲାଗଲା। ଏହାର କାରଣ ଆପଣ ଜାଣିପାରୁଥିବେ।
ବିହାରରେ ମୋ ଦ୍ୱାରା ଆଉ ଏକ ର଼୍ୟାକେଟ ଧରାପଡ଼ିଥିଲା। ପୋଲିସ ଫାଣ୍ଡି ନିକଟରେ ଏକ ଶୀତଳଭଣ୍ଡାରରେ ତାଲା ପଡ଼ିଥିଲା। ପୋଲିସର କହିବା ଅନୁଯାୟୀ ଏହା ଅନେକ ବର୍ଷ ହେବ ବନ୍ଦ ରହିଥିଲା। ଶେଷରେ ମୁଁ ରାଜ୍ୟ ଦାୟିତ୍ୱରେ ରହିଥିବା ନେତାମାନଙ୍କୁ ନେଇ ସେହି ଶୀତଳଭଣ୍ଡାର ଭିତରେ ପଶିଥିଲି। ସେଠାରେ ଆମେ ଅତିକମ୍‌ରେ ୧୫,୦୦୦ ମୃତ ଗାଈଙ୍କ ଶରୀର/ମାଂସ ଦେଖିବାକୁ ପାଇଥିଲୁ। ଏହି ଫ୍ୟାକ୍ଟ୍ରିର ମାଲିକ ଥିଲେ ଦିଲ୍ଲୀର ଜଣେ ହିନ୍ଦୁ ରପ୍ତାନିକାରୀ। ତାଙ୍କ ଅଫିସ୍‌ ଉପରେ ଚଢ଼ାଉ କରାଗଲା। ସେ ବହୁ ବର୍ଷ ଧରି ମାଂସ ରପତ୍ାନି କରୁଥିଲେ। ସେ ବିଦେଶକୁ ପଲାଇଗଲେ ଏବଂ ପରେ ସମ୍ଭବତଃ ପୋଲିସ କିଛି ହେବନି ବୋଲି ଆସ୍ବାସନା ଦେବାରୁ ଫେରିଆସିଥିଲେ।
ମାଂସ ଶିଳ୍ପ ତିନିଭାଗରେ ବିଭକ୍ତ। ପ୍ରଥମେ ପ୍ରାଣୀଙ୍କୁ କାଟି ଚମଡା ଛାଲିବା ପାଇଁ କଂସେଇଖାନା ରହିଛି। ଦ୍ୱିତୀୟରେ ମାଂସ ବିକ୍ରି କରିବା ପାଇଁ ମାଂସ ଦୋକାନ ରହିଛି। ତୃତୀୟରେ ରହିଛି ମାଂସ ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରି। କଂସେଇଖାନାରେ ପ୍ରାଣୀମାନଙ୍କୁ ମାରି ଚମଡା ଛାଲିବା ପରେ ତାହାକୁ ଖଣ୍ଡ ଖଣ୍ଡ କରି ସେଥିରୁ ହାଡ଼ ବାହାର କରି ରପ୍ତାନି ଲାଗି ପ୍ୟାକ୍‌ କରି ରେଫ୍ରିଜରେଟରରେ ରଖାଯାଏ। ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରିରେ କୌଣସି ପ୍ରାଣୀକୁ ମରାଯାଏ ନାହିଁ।
ମାଂସ ପ୍ରକ୍ରିୟାକରଣର ପ୍ରତ୍ୟେକ ବିଭାଗ ଲାଗି ଅଲଗା ଅଲଗା ଲାଇସେନ୍ସ ଦେବା ପାଇଁ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ୨୦୦୬ ରହିଛି। ଏଠାରେ ନୂୂଆଦିଲ୍ଲୀର ଏକ ଉଦାହରଣ ଦେଉଛି। ଦିଲ୍ଲୀରେ କେବଳ ଗୋଟିଏ ଲାଇସେନ୍ସପ୍ରାପ୍ତ କଂସେଇଖାନା ରହିଛି ଯାହାର ନିଜସ୍ବ ମାଂସ ପ୍ରକ୍ରିୟାକରଣ କେନ୍ଦ୍ର ଗାଜିପୁରରେ ଅଛି। କିନ୍ତୁ ରପ୍ତାନି ପାଇଁ କେଶବପୁରମ୍‌ର ଲରେନ୍ସ ରୋଡ୍‌ ଶିଳ୍ପାଞ୍ଚଳରେ ବହୁ ସଂଖ୍ୟାରେ ମାଂସ ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରି ଗଢିଉଠିଛି। ଦିଲ୍ଲୀ ଷ୍ଟେଟ୍‌ ସ୍ଲଟରହାଉସ ମନିଟରିଂ କମିଟି ଦ୍ୱାରା ଏହାର ତଦନ୍ତ ହେବା ଯାଏ କେଉଁଠି ପ୍ରାଣୀମାନଙ୍କୁ ହତ୍ୟା କରାଯାଉଛି ତାହା କେହି ଚିନ୍ତା କରି ନ ଥିଲେ। ତଦନ୍ତ ପରେ ନିକଟରେ ଦିଲ୍ଲୀ ସରକାର ଉତ୍ତର ଦିଲ୍ଲୀରେ ଦୁଇଟି ବେଆଇନ ପ୍ରୋସେସିଂ ୟୁନିଟକୁ ବନ୍ଦ କରି ଦେଇଛନ୍ତି। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ଜୁନ ୨୦୧୯ରେ ଏମ୍‌ସିଡିକୁ ଅବଗତ କରାଯାଇଥିଲା। ପ୍ରାଣୀପାଳନ ବିଭାଗ କିଛି କରିବା ପାଇଁ ମନା କରିଦେଲା। ଜାନୁୟାରୀ ୨୦୨୦ରେ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ପରେ ସେମାନଙ୍କ ଲାଇସେନ୍ସ ରଦ୍ଦ ହୋଇଥିଲା। ବହୁ ବର୍ଷଧରି ଏହି ମିଟ୍‌ ଫ୍ୟାକ୍ଟ୍ରିଗୁଡିକ ସୁଶୀଲ ଆଇସ୍‌ ଫ୍ୟାକ୍ଟ୍ରି ଓ ଜଗଦୀଶ ଆଇସ୍‌ ଫ୍ୟାକ୍ଟ୍ରି ନାମରେ ଚାଲିଆସୁଥିଲା। ଏହି ଫ୍ୟାକ୍ଟ୍ରିଗୁଡିକ ରପ୍ତାନି ପାଇଁ ପ୍ରତିମାସରେ ୮ ଶହ ମଇଁଷି ମାରି ପ୍ରକ୍ରିୟାକରଣ କରୁଥିଲେ। କିନ୍ତୁ ଏହି ପ୍ରାଣୀଙ୍କୁ କେଉଁଠି ମରାଯାଉଥିଲା ତା’ର କୌଣସି ରେକର୍ଡ ନ ଥିଲା। ବାସ୍ତବରେ ପ୍ରକ୍ରିୟାକରଣ ଲାଗି ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରୁ ମଇଁଷିମାନଙ୍କୁ ମାରି ଅଣାଯାଉଥିଲା। ଏମ୍‌ସିଡିର ପ୍ରାଣୀ ଚିକିସତ୍କ ଓ ନିରୀକ୍ଷକଙ୍କୁ ସାମାନ୍ୟ ଜରିମାନା ଦେଇ ଏହି ବେଆଇନ କାର୍ଯ୍ୟକୁ ନିୟମିତ କରାଯାଉଥିଲା। ଏହି ପ୍ରକ୍ରିୟାକୁ ମିଟ୍‌ ଲଣ୍ଡରିଂ କୁହାଯାଇପାରେ।
ରପ୍ତାନି କରାଯାଉଥିବା ମାଂସର ଅଧିକ ଭାଗ ନିୟମାନୁଯାୟୀ କଂସେଇଖାନାରୁ ଆସୁନାହିଁ, ବରଂ ମିଟ୍‌ ଲଣ୍ଡରିଂରୁ ଆସୁଛି। ବେଆଇନ ଭାବେ ପ୍ରାଣୀ ହତ୍ୟା କରିବା ପାଇଁ ଏହା ଏବେ ଏକ ନୂଆ ପଦ୍ଧତି। ଏଥିରେ ବିନା ଲାଇସେନ୍ସରେ ପ୍ରାଣୀଙ୍କୁ ଅନ୍ୟ ଏକ ସ୍ଥାନରେ ମାରି ରପ୍ତାନି ଲାଗି ପ୍ୟାକେଜ୍‌ କରାଯାଉଛି। ନିୟମ ଭଙ୍ଗ ଓ ମାଂସ ରପ୍ତାନିିକୁ ନିୟମିତ କରିବା ଲାଗି ସ୍ଥାନୀୟ ପ୍ରଶାସନକୁ କିଛି ହାତଗୁଞ୍ଜା ଦିଆଯାଉଛି। ଏହା ଦେଶର ସବୁଆଡେ ଘଟୁଛି ଏବଂ ଭାରତ ବିଶ୍ୱର ସବୁଠୁ ଅଧିକ ମାଂସ ରପ୍ତାନିକାରୀ ଦେଶ ହେବାର ଏହା ଏକ ମୁଖ୍ୟ କାରଣ। ପ୍ରାଣୀଙ୍କୁ କାଟିବାଠାରୁ ଆରମ୍ଭ କରି ମାଂସ ପ୍ୟାକେଜିଂ ଯାଏ ସବୁ କିଛି ଲାଗି ଅନେକ ନିୟମ ରହିଛି। ଏହି ସବୁ ଆଇନ ମଧ୍ୟରେ ରହିଛି ଖାଦ୍ୟ ସୁରକ୍ଷା ଓ ମାନକ ନିୟମ ୨୦୦୬, ରାଜ୍ୟର ଫ୍ୟାକ୍ଟ୍ରି ଲାଇସେନ୍‌ସିଂ ନିୟମ, ପରିବେଶ ସୁରକ୍ଷା ନିୟମ ଏବଂ ୧୯୬୦ର ପ୍ରାଣୀ ନିର୍ଯାତନା ନିରାକରଣ ନିୟମ। ରପ୍ତାନି ପାଇଁ କୃଷି ଓ ପଞ୍ଜୀକୃତ ଖାଦ୍ୟ ରପ୍ତାନି ବିକାଶ ପ୍ରାଧିକରଣ (ଏପିଇଡିଏ) ସହ ଅତିରିକ୍ତ ପଞ୍ଜୀକରଣ କରିବା ଦରକାର। ଏପିଇଡିଏ ସହ ପଞ୍ଜୀକୃତ ଅଧିକାଂଶ ମାଂସ ରପ୍ତାନିକାରୀ କମ୍ପାନୀ ଖାଦ୍ୟ ସୁରକ୍ଷା ଓ ପ୍ରଦୂଷଣ ନିୟମର ଉଲ୍ଲଂଘନ କରୁଛନ୍ତି। ବିନା ତଦନ୍ତରେ ଏବଂ ମାଂସ କେଉଁଠାରୁ ଆସୁଛି ତା’ର ଯଥୋଚିତ କାରଣ ନ ଦର୍ଶାଇ ବି ଏପିଇଡିଏରେ ପଞ୍ଜୀକରଣ କରାଯାଉଛି। ଏଥିପାଇଁ ପ୍ରବଳ ଲାଞ୍ଚ କାରବାର ହୋଇଥାଏ।
ପ୍ରତ୍ୟେକ ମିଟ୍‌ ପ୍ରୋସେସିଂ ୟୁନିଟ୍‌ ଆଇସ୍‌ ଫ୍ୟାକ୍ଟ୍ରି ଭିତରେ ଚାଲୁଛି। ଏଠାରେ ରପ୍ତାନି ପାଇଁ ୨୦ ପ୍ରକାର ବ୍ରାଣ୍ଡ୍‌ର ମାଂସ ପ୍ୟାକେଜ୍‌ କରାଯାଉଛି। କଂସେଇଖାନା କିମ୍ବା କେଉଁଠାରୁ ମାଂସ ଆସୁଛି ସେ ସମ୍ପର୍କରେ କିଛି ବି ରେକର୍ଡ ରଖାଯାଉନି। ଏହା ସୂଚାଉଛି ଯେ, ଅଣପଞ୍ଜୀକୃତ ସ୍ଥାନରେ ପ୍ରାଣୀ ହତ୍ୟା କରାଯାଉଛି। ବିଶେଷକରି ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଏହା ହେଉଛି। ନିୟମ ଅନୁସାରେ ଏଭଳି ମାଂସ କାରବାରକୁ ଏମ୍‌ସିଡି କିମ୍ବା ଦିଲ୍ଲୀ ସରକାର ଏବଂ ତଦନ୍ତକାରୀ ଅଧିକାରୀମାନେ ରାଜ୍ୟ ସୀମାରେ ଯାଞ୍ଚ କରିବା କଥା। ତେବେ ଏଯାବତ୍‌ ସୀମାରେ ହେଉ କି ଫ୍ୟାକ୍ଟ୍ରିଗୁଡିକରେ, ବେଆଇନ ପ୍ରସେସିଂକୁ ବନ୍ଦ କରାଯାଇ ନାହିଁ। ଏହା ଏକ ଧାରାବଦ୍ଧ ଦୁର୍ନୀତିର ପର୍ଦ୍ଦାଫାଶ କରୁଛି ଯେଉଁଠି ମାଂସ ବ୍ୟବସାୟୀଙ୍କ ସହ ସଲାସୁତୁରା ହୋଇଥିବା ମ୍ୟୁନିସିପାଲିଟି ଡାକ୍ତର ଏବଂ ପୋଲିସ ହିଁ ଦୋଷୀ। ତଦନ୍ତରୁ ଜଣାପଡିଥିଲା ଯେ, ସୁସ୍ଥ ପରିବେଶରେ ଏହି ଫ୍ୟାକ୍ଟ୍ରିଗୁଡିକ ଚାଲୁ ନ ଥିଲା। ପରିମଳ ସୁବିଧା ତଥା ବର୍ଜ୍ୟବସ୍ତୁ ନିଷ୍କାସନ ସହ ମିଟ୍‌ ପ୍ରସେସିଂ ଲାଗି ଆବଶ୍ୟକ ମେଶିନର ଅଭାବ ରହିଥିଲା। ଫ୍ୟାକ୍ଟ୍ରିରେ ଶ୍ରମିକମାନଙ୍କୁ କମ୍‌ ଦରମା ଦିଆଯାଉଥିଲା। ଏହା ଶ୍ରମ ନିୟମର ବିରୁଦ୍ଧାଚରଣ। ପ୍ରତ୍ୟେକ କ୍ଷେତ୍ରରେ ଖାଦ୍ୟ ସୁରକ୍ଷା ନିୟମର ଉଲ୍ଲଂଘନ କରାଯାଇଥିଲା।
ବିହାର, ମହାରାଷ୍ଟ୍ର ଓ କର୍ନାଟକରେ ବହୁ ମାଂସ ପ୍ରକ୍ରିୟାକରଣ ୟୁନିଟ୍‌ ଏହି ଧାରାରେ ଚାଲିଛି ଏବଂ ଏହାକୁ ଆଇନ ପରିସରକୁ ଆଣିବା ଦରକାର। ମାଂସ ରପ୍ତାନି ଉପରେ ଧ୍ୟାନ ଦେଇ ଗୋସୁରକ୍ଷାର ମୂଲ୍ୟକୁ ଅଣଦେଖା କରିବା ଉଚିତ ନୁହେଁ, ଯାହା ଭାରତୀୟ ସମ୍ବିଧାନର ଧାରା ୪୮ରେ ସନ୍ନିବେଶିତ ହୋଇଛି। ଭାରତ ସବୁଠୁ ବଡ଼ ମାଂସ ରପ୍ତାନିକାରୀ ଦେଶ ବୋଲାଉଛି। ୨୦୧୮-୧୯ରେ ୧,୨୩,୬୬,୩୮, ୩୯୮ କିଲୋଗ୍ରାମ୍‌ ମାଂସ ୮୪ଟି ଦେଶକୁ ରପ୍ତାନି ହୋଇଥିଲା। ରପ୍ତାନି ପାଇଁ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ମଇଁଷି ପ୍ରତିବର୍ଷ ମରାଯାଉଛି। ଏହା ମଧ୍ୟରୁ ୭୫ ପ୍ରତିଶତ ବେଆଇନ ଭାବେ କଟାଯାଉଛି। ଏଥିରୁ ଅନୁମାନ କରୁଥିବେ ଯେ, କେତେ ପୋଲିସ, ନିଗମ ଅଧିତ୍କାରୀ, ଏପିଇଡିଏ ଏବଂ ଲାଇସେନ୍ସ ପ୍ରଦାନକାରୀ ମୁଖ୍ୟ ସେମାନଙ୍କ ପକେଟ ଭରିପାରିଛନ୍ତି।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri