ବେଆଇନ ବାଲି ଉଠାଣକୁ ଗ୍ରାମବାସୀଙ୍କ ବିରୋଧ

କପ୍ତିପଦା,୧୭ା୩(ଡି଼.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ସୋନ ନଦୀର ବିଶୋଳ ପଞ୍ଚାୟତ ନିକଟ ଏକ ବାଲି ଘାଟରୁ ଜେସିବି ଲଗାଇ ବେଆଇନ ଭାବେ ବାଲି ଉତ୍ତୋଳନ ଘଟଣାକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ମଧ୍ୟ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ଜେସିବି ମାଧ୍ୟମରେ ବାଲି ଉତ୍ତୋଳନ ହୋଇ ପାରିବ ନାହିଁ ବୋଲି ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରି ରବିବାର ରାତି ସମୟରେ ବାଲି ଉତ୍ତୋଳନ ହେଉଥିବା ଖବର ପାଇ ଗ୍ରାମବାସୀ ତହସିଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତହସିଲ ପକ୍ଷରୁ ଏ ସମ୍ପର୍କରେ କପ୍ତିପଦା ଥାନାଧିକାରୀ ସଞ୍ଜୟ ପ୍ରଧାନଙ୍କୁ ଅବଗତ କରାଯିବା ପରେ ପୋଲିସ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସକୁ ଦେଖି ଗାଡ଼ି ମାଲିକ ନଦୀ ଉପରକୁ ଗାଡ଼ି ଉଠାଇ ଆଣିଥିଲେ। ଏ ସଂକ୍ରାନ୍ତରେ ଥାନାଧିକାରୀ ତହସିଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ମାତ୍ର ତହସିଲ ପକ୍ଷରୁ ଗାଡ଼ିି ମାଲିକଙ୍କୁ ତାଗିଦ କରି ଛାଡ଼ି ଦିଆଯାଇ ଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ପ୍ରଶାସନର ଏଭଳି ପଦକ୍ଷେପକୁ ତୀବ୍ର ବିରୋଧ କରାଯିବ ବୋଲି ସେମାନେ କହିଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଅଜୟ କୁମାର ଦାସ, ରବୀନ୍ଦ୍ର କୁମାର ସାହୁ, ରସାନନ୍ଦ ମହାନ୍ତି, ନରେନ୍ଦ୍ର ବେହେରା ଓ ଜଗନ୍ନାଥ ଖଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତିି ଯେ, ମେଶିନ ଲଗାଇ ବାଲି ଉତ୍ତୋଳନ କରାଯିବାରୁ ନଦୀ ଗର୍ଭ ଅଧିକ ଗଭୀର ହେବାରେ ଲାଗିଛି। ଫଳରେ ଗୋରୁ, ଗାଈ, ଛେଳି, ମେଣ୍ଢା ଆଦି ଗୃହପାଳିତ ପଶୁ ନଦୀକୁ ଓହ୍ଲାଇ ପାଣି ପିଇବାକୁ ସମସ୍ୟାର ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଟ୍ରକ୍‌, ଡମ୍ଫର ଓ ଟ୍ରାକ୍ଟରରେ ରାତିଦିନ ଗ୍ରାମ ମଧ୍ୟଦେଇ ବାଲି ପରିବହନ କରାଯାଉଥିବାରୁ ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଛି । ଟ୍ରକ୍‌ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଦେଖି ଗ୍ରାମବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ପ୍ରତିକାର ନ ହେଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତାନି ବୋଝ: ଗଣଶିକ୍ଷା ବିଭାଗକୁ ରିପୋର୍ଟ ତଲବ; ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ,୨୭।୧: ଶିଶୁ କାନ୍ଧରେ ବହିବସ୍ତାନି ବୋଝକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ସୋମବାର ଆବେଦନକାରୀ ଆଡଭୋକେଟ କହ୍ନେୟାଲାଲ ଶର୍ମା ସତ୍ୟପାଠ ଦାଖଲ କରିଛନ୍ତି।...

ଷ୍ଟ୍ରେଚର ଅଭାବ, କାନ୍ଧରେ ବୁହା ହେଉଛନ୍ତି ରୋଗୀ

କଟକ ଅଫିସ, ୨୦-୯:କଟକ ଏସ୍‌ସିବି ମେଡିକାଲରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। ପ୍ରତିଦିନ ୫ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। ସେମାନଙ୍କ...

ନକଲି ଔଷଧ କାରବାର: ମୁହଁ ଖୋଲିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୪।୯(ବ୍ୟୁରୋ): ରାଜ୍ୟରେ କିଛିଦିନ ତଳେ ନକଲି ଔଷଧ ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଏ ନେଇ ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ...

ଦବିଗଲା ମାର୍କଣ୍ଡପୁର, ବଡ଼ଚଣା ପାକ୍ସ ଦୁର୍ନୀତି

ଯାଜପୁର ଅଫିସ,୨୬ା୧୨: ଯାଜପୁର ଜିଲାରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥର ୧୨୨ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)...

ବଜ୍ରପାତରେ ୬ ମୃତ, ୪ ଗୁରୁତର

ଭୁବନେଶ୍ୱର, ୨୧ା୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ଟଳି ନ ଥିବାବେଳେ ପୁଣି ଆରମ୍ଭ ହୋଇଛି ବର୍ଷା। ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି...

ପିପିଏ ଅଧ୍ୟକ୍ଷ ପି.ଏଲ.ହାରାନ୍ଧଙ୍କୁ କୋଲକାତା ପୋର୍ଟର ଅତିରିକ୍ତ ଦାୟିତ୍ୱ

ପାରାଦୀପ,୧୦।୧୦(ସ୍ବ.ପ୍ର.): କେନ୍ଦ୍ର ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ପାରାଦୀପ ବନ୍ଦର ଅଥରିଟି(ପିପିଏ) ଅଧ୍ୟକ୍ଷ ପି.ଏଲ୍‌. ହାରାନ୍ଧଙ୍କୁ ରବିବାର କୋଲକାତାର ଶ୍ୟାମାପ୍ରସାଦ ମୁଖାର୍ଜୀ ପୋର୍ଟ...

ପୂର୍ବତନ ସିଡିଭିଓଙ୍କୁ ୨ ବର୍ଷ ଜେଲ ସହ ୫ ହଜାର ଜରିମାନା

ବ୍ରହ୍ମପୁର ଅଫିସ,୧୨।୫ : ଗଜପତି ଜିଲା ପାରଳାଖେମୁଣ୍ଡି ପୂର୍ବତନ ସିଡିଭିଓ ଡକ୍ଟର ଜଳଧର ମଲ୍ଲିକଙ୍କୁ ୨ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା। ବ୍ରହ୍ମପୁର...

ଖୁବ୍‌ଶୀଘ୍ର ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା

ଭୁବନେଶ୍ୱର,୭।୬(ବ୍ୟୁରୋ): ଏସ୍‌ସିବି ମେଡିକାଲରେ ଏକ୍‌ମୋ ଚିକିତ୍ସା ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ୬ଟି ମେଶିନ ଆସିବାକୁ ଥିବାବେଳେ କାର୍ଡିଓଥେରାସିସ୍‌ ବିଭାଗରେ ସ୍ଥାପନ ପ୍ରକ୍ରିୟା ଆରମ୍ଭ...

Advertisement
Archives

Model This Week