ବେଆଇନ ପିଚୁ ପ୍ଲାଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୧୭।୧୦: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନରେ ଥିବା ୫ଟି ବେଆଇନ ପିଚୁ ପ୍ଲାଣ୍ଟକୁ ବନ୍ଦ କରିବାକୁ ଯାଜପୁର ଜିଲାପାଳ ଦୁଇଟି ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଛନ୍ତି। ଏହାକୁ ଧର୍ମଶାଳା ତହସିଲଦାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପରିଚାଳନା କରିବେ। ବେଆଇନ ପିଚୁ ପ୍ଲାଣ୍ଟଗୁଡିକର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଓ ମେଶିନାରୀ ସାମଗ୍ରୀ ଜବତ କରିବା ସହ ବନ୍ଦ କରିବାକୁ ଏହି ସ୍ବତନ୍ତ୍ର ସ୍କ୍ବାର୍ଡ କାର୍ଯ୍ୟ କରିବ। ବେଆଇନ ପିଚୁ ପ୍ଲାଣ୍ଟଗୁଡ଼ିକର ବନ୍ଦ ଅଗ୍ରଗତି ରିପୋର୍ଟ ଥରକୁ ଥର ଜଣାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଯାଜପୁର ଜିଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ ତରଙ୍ଗିଆ ପଞ୍ଚାୟତ ଅଞ୍ଚଳର ରଥିଆ, ସାରୋଇ, ମାଣ୍ଡିଆ, ବାଲିସାହି ଆଦି ସ୍ଥାନରେ ବିନା ପରିବେଶ ମଞ୍ଜୁରିରେ ଦୀର୍ଘଦିନ ହେଲା ପିଚୁ ପ୍ଲାଣ୍ଟ ଚାଲି ଆସୁଛି ା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ଏସ୍‌ପିସିବି ଆଞ୍ଚଳିକ କାର୍ଯ୍ୟାଳୟରୁ ବନ୍ଦ ନୋଟିସ ଦେବା ପରେ ବି ପିଚୁ ପ୍ଲାଣ୍ଟ ମାଲିକ ଖାତିର କରୁନାହାନ୍ତି। ଦିନ ଦ୍ୱିପହରରେ ପିଚୁ ଉପତ୍ାଦନ ଜାରି ରହିଛି। ଏହାପରେ ବି ଏସ୍‌ପିସିବି ଓ ଜିଲା ପ୍ରଶାସନ ନୀରବ ରହି ଆସୁଥିଲା। ଏସଂକ୍ରାନ୍ତରେ ଧରିତ୍ରୀରେ ନିୟମିତ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନର ଚେତା ପଶିଛି। ଏହିସବୁ ବେଆଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସ୍ବତନ୍ତ୍ର ସ୍କ୍ବାର୍ଡ-୧ରେ ଏସ୍‌ପିସିବିର ପରିବେଶ ଯନ୍ତ୍ରୀ ମଦନମୋହନ ସାହୁ, ଡଙ୍କାରୀ ରାଜସ୍ବ ନୀରିକ୍ଷକ ସୁଶାନ୍ତ କୁମାର ସ୍ବାଇଁ, ଧର୍ମଶାଳା ତହସିଲ ଅମିନ ହିତେଶ ସାମଲ, ଧର୍ମଶାଳା ତହସିଲ ପିଅନ ମଦନମୋହନ ବାରିକ, ଧର୍ମଶାଳା ଅତିରିକ୍ତ ତହସିଲଦାର ଶୀତଳ ଅଗ୍ରୱାଲ ରହିଥିବାବେଳେ ତହସିଲଦାର ସରୋଜ କୁମାର ପଣ୍ଡା ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଛନ୍ତି। ସେହିପରି ୨ ନମ୍ବର ସ୍କ୍ବାର୍ଡରେ ଏସ୍‌ପିସିବି ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା, ଆରୁହାର ସହକାରୀ ରାଜସ୍ବ ନୀରିକ୍ଷକ ଜଗବନ୍ଧୁ ଜେନା, ଧର୍ମଶାଳା ତହସିଲ ଅମିନ ମାନସ କୁମାର ବେଜ, ଅଭିମନ୍ୟୁ ବାରିକ, ଧର୍ମଶାଳା ଅତିରିକ୍ତ ତହସିଲଦାର ଦେବୀପ୍ରସାଦ ମହାନ୍ତିଙ୍କୁ ସାମିଲ କରାଯାଇଥିବାବେଳେ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଛନ୍ତି ା ତେବେ ବେଆଇନ ପିଚୁ ପ୍ଲାଣ୍ଟଗୁଡିକୁ ଚଢ଼ାଉ କରାଯାଇ କେବେ ବନ୍ଦ କରାଯିବ ସେ ନେଇ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନାହିଁ। ଜିଲାପାଳ ରଞ୍ଜନ କୁମାର ଦାସ ଧର୍ମଶାଳା ତହସିଲଦାର ଓ ଏସପିସିବିର ଆଞ୍ଚଳିକ ଅଧିକାରୀଙ୍କୁ ଚଢାଉ ତାରିଖ ଧାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ପିସିବି ପତ୍ରସଂଖ୍ୟା ୧୬୬୨/୫ା୯ା୨୦୧୯ ଓ ୩୨୫/୧୨ା୨ା୨୦୧୯ରେ ଯାଜପୁର ଜିଲାପାଳଙ୍କୁ ବେଆଇନ ଭାବେ ଚାଲିଥିବା ପିଚୁ ପ୍ଲାଣ୍ଟଗୁଡିକୁ ବନ୍ଦ କରିବାକୁ ସୂଚିତ କରାଯାଇଥିଲା। ଏସ୍‌ପିସିବି ପତ୍ରର ପ୍ରାୟ ୪୦ଦିନ ପରେ ଜିଲାପାଳଙ୍କ ପକ୍ଷରୁ ତପତ୍ରତା ପ୍ରକାଶ ପାଇ ସ୍କ୍ବାର୍ଡ ଗଠନ କରାଯାଇଛି। ଜାତୀୟ ରାଜପଥ ଓ ଜନବସତି ଅଞ୍ଚଳରେ କେତେକ ପ୍ରଭାବଶାଳୀ ଲୋକ ପିଚୁ ପ୍ଲାଣ୍ଟ ସ୍ଥାପନ କରି ପରିବେଶଗତ ସମସ୍ୟାକୁ ଦ୍ୱିଗୁଣିତ କରୁଛନ୍ତି। ଫଳରେ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ୨୦୧୭ ନଭେମ୍ବର ମାସରୁ ଏହି ବେଆଇନ ପିଚୁ ପ୍ଲାଣ୍ଟଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ଆସୁଛି। କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ଏଯାଏ ନିଆଯାଇ ପାରିନାହିଁ। ଏଭଳିସ୍ଥିତିରେ ଏବେ ଗଠିତ ସ୍କ୍ବାର୍ଡ ପିଚୁ ପ୍ଲାଣ୍ଟ ବନ୍ଦ କରିବାରେ ସକ୍ଷମ ହୋଇ ପାରିବ କି ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ବେଆଇନ ପିଚୁ ପ୍ଲାଣ୍ଟଗୁଡ଼ିକ ଚଳାଇବାରେ କେତେକ ପ୍ରଭାବଶାଳୀ ରାଜନେତାଙ୍କ ହାତ ରହିଥିବା କୁହାଯାଉଛି। ଏସଂକ୍ରାନ୍ତରେ ଏସ୍‌ପିସିବି କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ପିଚୁ ପ୍ଲାଣ୍ଟଗୁଡିକୁ ବନ୍ଦ କରିବାକୁ ଜିଲାପାଳଙ୍କୁ ସୂଚିତ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ ମୁତାବକ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Test news 2

Test news 2

Test new post

Test new post

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ମୃତକଙ୍କୁ ଜୀବିତ ଦର୍ଶାଇ ୧୪ ଏକର ଜମି କିଣାବିକାରେ ଜାଲିଆତି: ଧାନ ପଞ୍ଜିକରଣରୁ ବାଦ୍ ପଡ଼ିଲେ ଚାଷୀ,ରାଜରାସ୍ତାକୁ…

ଛତ୍ରପୁର, ୯।୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ମୌଜାରେ ଜମି କିଣାବିକାକୁ ନେଇ ଏକ ବଡ଼ ଧରଣର ଜାଲିଆତି ହୋଇଥିବା…

ଟ୍ୟୁସନ ସାରି ଘରକୁ ଫେରୁଥିଲେ, ସ୍କୁଟି ଆଗକୁ ଚାଲିଆସିଲା କୁକୁର: ନାବାଳକ ଗୁରୁତର, ମାନବିକତା ଦେଖାଇଲେ…

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼-ଭଟଲି ମୁଖ୍ୟ ରାସ୍ତାର ଡାଙ୍ଗ ପେଟ୍ରୋଲ ପମ୍ପ ସମ୍ମୁଖରେ ବୁଧବାର ଏକ ଶୋଚନୀୟ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୧୫…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ବିବାହ ପରେ ବି ପିଛା ଛାଡ଼ୁ ନ ଥିଲେ! ନାବାଳିକାଙ୍କୁ ଅସଦାଚରଣ କରି ବ୍ରହ୍ମପୁର ଜେଲ୍‌ ଗଲେ ରାଜମିସ୍ତ୍ରୀ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri