ବେଆଇନ ଘରେ ମଦ କାରବାର

ବିରିଡି, ୨୯।୨ (ଡି.ଏନ୍‌.ଏ.): ବିରିଡ଼ି ବ୍ଲକ ଅଧୀନ ବିଲୁଆଖାଇ କେନାଲ ସବ୍‌ଡିଭିଜନ ବାଲିଆ ଅଧୀନରେ ଥିବା ୬ ନଂ. କେନାଲ ବନ୍ଧ ପାର୍ଶ୍ୱରେ ବେଆଇନ୍‌ ଭାବେ ନିର୍ମିତ ଏକ ଟିଣ ଛପର ଘରକୁ ଶୁକ୍ରବାର ଜଳସମ୍ପଦ ବିଭାଗ ପକ୍ଷରୁ ଭଙ୍ଗାଯାଇଛି। ଉକ୍ତ ଗୃହରେ ଚୋରାମଦ କାରବାର ଚାଲୁଥିବା ନେଇ ଦୀର୍ଘଦିନ ଧରି ସ୍ଥାନୀୟ ଲୋକେ ଅଭିଯୋଗ କରୁଥିଲେ। ତେବେ ଚୋରା ମଦ ବିକ୍ରି ଯୋଗୁ କେନାଲ ବନ୍ଧରେ ଅସାମାଜିକଙ୍କ ଆଡ୍ଡା ଜମିବା ସହ ବିଭିନ୍ନ ଆପରାଧିକ କାର୍ଯ୍ୟ ଘଟୁଥିଲା। ଏ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଓ ପୋଲିସ ଉପସ୍ଥିତିରେ ଉକ୍ତ ବେଆଇନ ଘରକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦିଆଯାଇଛି। ଉକ୍ତ ଘରକୁ ଉଠାଇବା ପାଇଁ ବହୁ ଦିନରୁ ଦାବି ହୋଇଆସୁଥିଲା। ଘରଭଙ୍ଗା ସମୟରେ ରଘୁନାଥପୁର ତହସିଲଦାର ରୁପାଲିକା ଦାସ, ଅତିରିକ୍ତ ତହସିଲଦାର ମାନସ କୁମାର ତ୍ରିପାଠୀ, ବିଲୁଆଖାଇ କେନାଲ ସବ୍‌ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଦଳପତି ମଣ୍ଡଳଙ୍କ ସମେତ ରଘୁନାଥପୁର ଥାନା ପୋଲିସ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ମଣ୍ଡଳଙ୍କୁ ପଚାରିବାରେ ଚୋରା ମଦ କାରବାର ଯୋଗୁ କେନାଲ ବନ୍ଧରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବା ବେଳେ ସାଧାରଣ ଲୋକଙ୍କ ଯା’ଆସ ବେଳେ ଅସୁବିଧା ହେଉଥିଲା। ତେବେ ଆଗାମୀ ଦିନରେ ଏଭଳି ପରିସ୍ଥିତି ଯେପରି ସୃଷ୍ଟି ନ ହେବ, ସେ ନେଇ ଉକ୍ତ ବେଆଇନ ଘରକୁ ଭାଙ୍ଗି ଦିଆଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଡାଗୁଡାରେ ଆଉ ୯ ଝାଡାବାନ୍ତିରେ ଆକ୍ରାନ୍ତ

ଦାରିଙ୍ଗବାଡ଼ି,୨୮।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ପଞ୍ଚାୟତ ଅଞ୍ଚଳର କଡ଼ଗାବାଲି ଏବଂ ପଡ଼ିକିଆରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ଆଉ ୨ଜଣଙ୍କୁ...

ସର୍ବୋଚ୍ଚ ଜୁଆର ଚିହ୍ନଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଅଫିସ, ୧୩।୭: ବିଶ୍ୱତାପନର ସମୁଦ୍ର ଉପରେ ପ୍ରଭାବ ପଡୁଛି। ଏହାର ପ୍ରଭାବରେ ଉତ୍ତାଳ ହୋଇ ଜୁଆର ପାଣି ଗ୍ରାମ ମଧ୍ୟକୁ ପଶୁଛି। ଲୁଣା ବନ୍ଧ...

‘କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି’

କେନ୍ଦୁଝର,୧୫।୩(ସ୍ବ.ପ୍ର.): କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ(କେସିସିବି)ର ସମସ୍ତ ଗ୍ରାହକଙ୍କ ଜମା ଟଙ୍କା ସୁରକ୍ଷିତ ଅଛି। ୟେସ ବ୍ୟାଙ୍କ ସହିତ ଏହି ବ୍ୟାଙ୍କର କୌଣସି ସମ୍ପର୍କ ନାହିଁ।...

ଲ୍ୟାଣ୍ଡଫଲକୁ ନେଇ କ’ଣ କହିଲେ ଆଇଏମ୍‌ଡି ଡିଜି

ଭୁବନେଶର,୬।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଆକଳନ ହୋଇନି ବୋଲି ଶୁକ୍ରବାର ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।...

ଓକିଲଙ୍କଠାରୁ ୨ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

ବୌଦ୍ଧ, ୨୪।୧(ସ୍ବ.ପ୍ର): ବୌଦ୍ଧ ସହରରେ ଲୁଟପାଟ ଏକ ନିତିଦିନିଆ ଘଟଣା ପାଲଟିଛି ା କେତେବେେଳେ ଦୁର୍ବୁତ୍ତ ରାସ୍ତା ଉପରୁ ଲୁଟ କରୁଥିବା ବେଳେ ଆଉ କେତେବେଳେ...

ବଦଳିଲେ ବିବାଦୀୟ ଶିକ୍ଷୟିତ୍ରୀ

ମ.ରାମପୁର,୨୭ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମଦନପୁର ରାମପୁର ସହର ମଧ୍ୟରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିବାଦୀୟ ପ୍ରଧାନଶିକ୍ଷୟିତ୍ରୀ ଯଶୋବନ୍ତୀ ସେନାପତିଙ୍କୁ ବଦଳି କରାଯାଇଛି। ଜିଲା...

ସ୍ଥିତି ହରାଇଛି ଚଳଚ୍ଚିତ୍ର ପତ୍ରିକା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ) ଶର୍ମିଷ୍ଠା ପାଣିଗ୍ରାହୀ: ସମୟ ଥିଲା ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ପଢ଼ିବାକୁ ସହରଠୁ ଗାଁ  କାହିଁକେତେ ଉତ୍କଣ୍ଠା ପ୍ରକାଶ ପାଉଥିଲା। କେଉଁ ଗାଁକୁ ଜଣେ ଅଧେ...

କାର୍‌ ଆଗ ସିଟ୍‌ରେ ବେଲ୍ଟ ବାନ୍ଧି ଶିଶୁଙ୍କୁ ନେବା ମନା : ପୋଲିସ କମିଶନରଙ୍କ ଚିଠିର ଉତ୍ତର ରଖିଲେ ଆର୍‌ଟିଓ

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : କାର୍‌ର ଆଗ ସିଟ୍‌ରେ ୬ବର୍ଷ କିମ୍ବା ଏହାଠାରୁ କମ୍‌ ବର୍ଷ ବୟସର ପିଲାଙ୍କୁ ବସାଇ ନେବା ମନା। ଏପରିକି ସିଟ୍‌ ବେଲ୍ଟ ବାନ୍ଧି...

Advertisement
Archives

Model This Week