ବେଆଇନ୍‌ ମାଛମରାକୁ ବିରୋଧ, ଜାଲ ଜବତ କଲେ ମହିଳା

ବଲାଙ୍ଗୀର ଅଫିସ, ୧୭ା୫-ବଲାଙ୍ଗୀର ପୁଇଁତଳା ଥାନା ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମର ପୀତାବଲି କଁଟାରେ ବେଆଇନଭାବେ ମାଛ ମାରୁଥିବାବେଳେ ଗ୍ରାମର ମହିଳାମାନେ ରବିବାର ଧୀବରଙ୍କ ଜାଲ ଜବତ କରିଛନ୍ତି। ଖରାଦିନରେ ପାଣି ଅଭାବଜନିତ ସମସ୍ୟାକୁ ଆଖି ଆଗରେ ରଖି ଗ୍ରାମବାସୀ ପୀତାବଲି କଟାରେ ମାଛ ମରାଯିବାକୁ ବନ୍ଦ କରିଛନ୍ତି ା ଗତ ଦୁଇବର୍ଷ ହେଲା ଏହି କଟାକୁ ଗ୍ରାମବାସୀଙ୍କ ସ୍ନାନ ଶୌଚ ପାଇଁ ରଖାଯାଇଛି ା ଖରାଦିନରେ ମାଛ ମାରିଲେ ପାଣି ଦୂଷିତ ହୋଇଯିବ ବୋଲି ଗ୍ରାମବାସୀ ଏଭଳି ନିଷ୍ପତ୍ତି ନେଇଛନ୍ତି ା ଏଣୁ ପଞ୍ଚାୟତ ତରଫରୁ ଏହି କଟାକୁ ନିଲାମ ପ୍ରକ୍ରିୟାରୁ ବାଦ୍‌ ଦିଆଯାଇଛି ବୋଲି ମହିଳାମାନେ କହିଛନ୍ତି। ଏହାସତ୍ତ୍ୱେ କେତେକ ଧୀବର କଟାରେ ବେଆଇନ୍‌ ଭାବେ ମାଛ ମାରୁଛନ୍ତି ା ଫଳରେ କଟାର ପାଣି ଦୂଷିତ ହୋଇଯାଉଛି ା ଲୋକେ ଦୂଷିତ ପାଣି ଗାଧେଇ ପାରୁନାହାନ୍ତି ା ଏନେଇ ପଞ୍ଚାୟତ ପକ୍ଷରୁ କିଛି କରାନଯିବାରୁ ଶେଷରେ ଗଁାର କେତେକ ମହିଳା ରବିବାର କଟାକୁ ଯାଇ ଧୀବରଙ୍କ ଜାଲ ଜବତ କରିଛନ୍ତି ା ଜାଲ ଜବତ କରିବା ବେଳେ ଜଣେ ଧୀବର ଭୂମିସୂତା ଭୋଇ ନାମକ ଜଣେ ମହିଳାଙ୍କୁ ଧକ୍କା ମାରି ଜାଲ ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି ା ଏନେଇ ପୁଇଁତଲା ଥାନାକୁ ମଧ୍ୟ ସୂଚନା ଦିଆଯାଇ ଏହି ବେଆଇନ୍‌ ଧୀବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ଟିଟିଲାଗଡ଼,୫।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌...

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୫.୦୩୨

ବଲାଙ୍ଗୀର, ୨୭ା୧୧(ବୀରେନ୍ଦ୍ର କୁମାର ଝାଙ୍କର): କରୋନା ମହାମାରୀ ସମୟର ଅନେକ ତଥ୍ୟ ଲୋକଲୋଚନକୁ ଆସିନାହିଁ। ସେହି ତଥ୍ୟ ଜାଣିବାକୁ ଲୋକେ ଆଗ୍ରହୀ ଥିଲେ ମଧ୍ୟ ସରକାରୀ...

ବଲାଙ୍ଗୀରର ଅନନ୍ୟ ପୀଠ ଦଲ୍‌ ତେତେଲ୍‌: ଯେଉଁଠି ମିଛ କହିବା ମନା

ବଲାଙ୍ଗୀର ଜିଲାରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠି ମିଛ କହିବା ସମ୍ପୂର୍ଣ୍ଣ ମନା। ସେଇ ସ୍ଥାନରେ ମିଛ କହିଲେ ଅନେକ ବିପତ୍ାତ୍‌, ଅଘଟଣ ଘଟେ...

ଫାଣ୍ଡିରୁ ଫେରାର ମାରିଲେ ଅଭିଯୁକ୍ତ

ସଇଁତଳା, ୨୬ା୧୧(ରାଖାଲ ପ୍ରସାଦ ଶତପଥି): ରବିବାର ପ୍ରାତଃ ଭ୍ରମଣରେ ଯାଉଥିବା ୩ଜଣ ଯୁବତୀଙ୍କ ମୋବାଇଲ ଫୋନ ଛଡାଇ ନେବା ଅଭିଯୋଗରେ ଲୋକେ ଜଣେ ଯୁବକଙ୍କୁ ଧରି...

ଖୋଲିନି ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର

ଲାଠୋର,୧୯ା୧୧(ଭୁବନେଶ୍ୱର ବାରିକ)ସରକାରୀ ନିୟମ ଅନୁସାରେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଶ୍ରମିକ ପରିବାରର ୬ରୁ ୧୪ ବର୍ଷର ଶିଶୁଙ୍କ ପାଇଁ ପ୍ରତିବର୍ଷ ନଭେମ୍ବର ୧୫...

ବିଧାନସଭା ପୂର୍ବରୁ ଲୋକଙ୍କ ମତ ଲୋଡିଲେ ନରସିଂହ

ବଲାଙ୍ଗୀର,୧୮ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ଆସନ୍ତା ନଭେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ବଲାଙ୍ଗୀର ସମେତ ସମଗ୍ର ପଶ୍ଚିମ ଓଡିଶାର ଶିକ୍ଷା ଓ ସ୍ବାସ୍ଥ୍ୟ...

ରୋଗପୋକ ଉପଦ୍ରବରୁ ଚାଷୀ ଆମତ୍ହତ୍ୟା

ବଲାଙ୍ଗୀର, ୧୬ା୧୧(ବୀରେନ୍ଦ୍ର କୁମାର ଝାଙ୍କର)ଫସଲରେ ରୋଗପୋକ ଉପଦ୍ରବ ଯୋଗୁ ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବୁବେଲ ଗଁାର ଚାଷୀ ରମେଶ ଭୋଇ(୫୦) ବିଷପିଇ ଆମତ୍ହତ୍ୟା...

ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର, ୧୧।୧୧ (ବୀରେନ୍ଦ୍ର କୁମାର ଝାଙ୍କର)-ବଲାଙ୍ଗୀର ଜିଲାର ପୁଣି ଜଣେ ନକଲି ଶିକ୍ଷକ ପୋଲିସ ହାବୁଡରେ ପଡିଛନ୍ତି। ଆଗଲପୁର ବ୍ଲକ ଡୁଡୁକା ପଲ୍ଲୀଶ୍ରୀ ନୋଡାଲ ହାଇସ୍କୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri