ବେଆଇନଭାବେ ରାସ୍ତା ପାର୍ଶ୍ୱରେ ଗାଡି ପାର୍କିଂକୁ ବିରୋଧ

ଯାଜପୁର ରୋଡ଼,୧୭।୧୦(ନି.ପ୍ର.): ଯାଜପୁର-କେନ୍ଦୁଝର ରୋଡ ଆର୍‌ପିଏଫ୍‌ ପକ୍ଷରୁ ଟ୍ରାଫିକ୍‌ ଜାମ୍‌ ନେଇ ବିଭିନ୍ନ ସ୍ଥାନରୁ ଜବର ଦଖଲ ଉଚ୍ଛେଦ କରାଯାଉଛି। ଏହି କ୍ରମରେ କିଛିଦିନ ତଳେ ଷ୍ଟେସନ ବଜାର, ଗୋପବନ୍ଧୁ ଛକ ଓ ଡାକବଙ୍ଗଳା ଛକ ଅଞ୍ଚଳରେ ଠେଲା ଦୋକାନଙ୍କୁ ଉଚ୍ଛେଦ କରାଯାଇଛି। ପରିବାର ପ୍ରତିପୋଷଣ ଆଶାରେ ଜାଗା ନ ପାଇ ରାସ୍ତା କଡ଼ରେ ଛୋଟଛୋଟ ଦୋକନ କରି ଜୀବନଜୀବକା ବିତାଉଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି। ହେଲେ ରେଲ୍‌ଓ୍ବେ ଷ୍ଟେଶନଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରେଳବାଇ ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନଭାବେ ଟ୍ୟାକ୍ସି ଓ ଅଟୋ ପାର୍କିଂ କରାଯାଉଛି। ଫଲରେ ଟ୍ରାଫିକ ପୂର୍ବ ଅପେକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି। ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାବେଳେ ଉଠାଦୋକାନୀଙ୍କ କ୍ଷେତ୍ରରେ ବାରମ୍ବାର ନିମୟକାନୁନ ଲାଗୁ କରିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକେ ଉଠାଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ସେମାନଙ୍କୁ ଥଇଥାନ କରି ଉଚ୍ଛେଦ କରିବାର ନିୟମ ଥିଲେ ମଧ୍ୟ ସେମାନଙ୍କୁ ଥଇଥାନ କରାଯାଇନାହିଁ। ରେଳବାଇ ପକ୍ଷରୁ ଅଟୋ ଓ ଟ୍ୟାକ୍ସି ରଖିବା ପାଇଁ ସ୍ବତନ୍ତ୍ର ଷ୍ଟାଣ୍ଡ୍‌ କରାଯାଇଛି। କନ୍ତୁ ଟ୍ୟାକ୍ସିଗୁଡିକ ଷ୍ଟାଣ୍ଡରେ ନ ରଖି ଯାଇ ରାସ୍ତାର ଦୁଇ ପାର୍ଶ୍ୱରେ ରଖାଯାଉଛି। ଅନ୍ୟପକ୍ଷରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯାଉଥିବା କମ୍ପାନୀ ବସ୍‌ଗୁଡିକ ରାସ୍ତା ଉପରେ ରହୁଛି। ଏଥିପ୍ରତି ଆର୍‌ପିଏଫ୍‌ର ନଜର ପଡୁ ନାହଁି। ଏ ସମ୍ପର୍କରେ ଯାଜପୁର-କେନ୍ଦୁଝର ରୋଡ ରେଲ୍‌ଓ୍ବେ ଷ୍ଟେଶନର ଆରପିଏଫ୍‌ ଥାନାର ଇନ୍‌ସ୍ପେକ୍ଟର ରମାକାନ୍ତ ବାରିକଙ୍କୁ ପଚାରିବାରୁ, ଟ୍ୟାକ୍ସି ଓ ବସ୍‌ଗୁଡିକୁ ରାସ୍ତାକଡ଼ରେ ନ ରଖିବା ପାଇଁ ବାରମ୍ବାର ତାଗିଦ୍‌ କରାଯାଇଛି । ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଅମଳରେ ପଞ୍ଜୀକୃତ ଶ୍ରମିକଙ୍କୁ ନିୟୋଜନ ଦାବିକଲା ଚାଷୀ ସଂଗଠନ

ବରଗଡ଼ ଅଫିସ୍‌,୧।୫: ବରଗଡ଼ ଜିଲାରେ ଧାନ ଅମଳ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ମାତ୍ର ଲକ୍‌ ଡାଉନ୍‌ ଯୋଗୁ ଧାନ ଅମଳରେ କୃଷି ଶ୍ରମିକଙ୍କ...

ପୁଣି ଚାଲିବ ନୂଆଗାଁ-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌

ନୟାଗଡ଼ ଅଫିସ,୧ା୧୦: ନୂଆଗଁା- ଭୁବନେଶ୍ୱର ପାସେଞ୍ଜର ଟ୍ରେନ ପୁଣି ଚାଲିବ। ଅକ୍ଟୋବର ୧ରୁ ଏହି ଟ୍ରେନ ଯାତାୟାତ କରିବ। ସେହିପରି ୧ ତାରିଖରୁ ନୟାଗଡ଼-ଭୁବନେଶ୍ୱର ସେବା...

ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ତଥାପି ଖୋଲୁନାହାନ୍ତି ମୁହଁ

ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ସୋମବାର ସରୁଛି। ମାତ୍ର ଅର୍ଚ୍ଚନା ଇଡିକୁ ସହଯୋଗ କରୁ ନ ଥିବାରୁ ତଦନ୍ତରେ ବାଧା...

ମହିଳାଙ୍କୁ ନିର୍ଯାତନା, ବଳାତ୍କାର ଅଭିଯୋଗ: ସ୍ବାମୀ, ଦିଅର ଗଲେ ଜେଲ

ଜଗନ୍ନାଥପ୍ରସାଦ,୨୫ା୯(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ନିର୍ଯାତନା ଓ ବଳାତ୍କାର ଅଭିଯୋଗରେ ମଙ୍ଗଳବାର ପୋଲିସ ସ୍ବାମୀ, ଦିଅରଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଦିଅର...

ବାତ୍ୟାଞ୍ଚଳ ବୁଲିଲେ କୃଷକ ମୋର୍ଚ୍ଚା ପ୍ରତିନିଧି: ‘କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅ’

ଢେଙ୍କାନାଳ ଅଫିସ, ୧୫।୫- ବାତ୍ୟା ‘ଫନୀ’ ପ୍ରଭାବରେ ଢେଙ୍କାନାଳ ଜିଲାର ଆମ୍ବ, କାଜୁ, ପରିବା ଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଇତିମଧ୍ୟରେ ସରକାରୀସ୍ତରରେ କ୍ଷୟକ୍ଷତି...

ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଲିଙ୍ଗରାଜ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ...

ବାଣ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ଚର୍ଚ୍ଚା

ଖମାର, ୨୨।୧୦ (ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଖମାର ଥାନା ଇଞ୍ଜିଡ଼ ପଞ୍ଚାୟତସ୍ଥିତ ସାଆନ୍ଦା ଗ୍ରାମରେ ଶୁକ୍ରବାର ସକାଳେ ବାଣ ତିଆରିବେଳେ ବିସ୍ଫୋରଣ ଘଟି...

ବଡ଼ଦାଣ୍ଡ ସଫେଇରେ ମୁସଲିମ ଯୁବକ ସାମିଲ

ବାରିପଦା ଅଫିସ,୧୫।୭- ବାରିପଦା ସହରରେ ସଫେଇ ସଚେତନତା ଦିଗରେ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ସାମାଜିକ ଅନୁଷ୍ଠାନ ‘ସବୁଜ ସୁନ୍ଦର ବାରିପଦା’ ପକ୍ଷରୁ ରଥଯାତ୍ରା ଆରମ୍ଭରୁ...

Advertisement
Archives

Model This Week