ବୃଦ୍ଧା ମା’ ସାଜିଛି ଦୃଷ୍ଟିହୀନ ପୁଅର ସାହାରା, ଭିକ୍ଷାବୃତ୍ତି କରି ପୋଷୁଛନ୍ତି ପେଟ

ଯାଜପୁର ଟାଉନ,୧୧।୮(ଡିଏନଏ)- ଅନେକ ସ୍ଥାନରେ ପୁଅ ବୃଦ୍ଧ ମା’ବାପାଙ୍କୁ ନ ପଚାରିବା ଓ ଘରୁ ତଡ଼ି ଦେଉଥିବା ଭଳି ଘଟଣା ପ୍ରତିଦିନ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି। ମାତ୍ର ଯଦି ସନ୍ତାନ ଅସହାୟ ଥାଏ, ସେଠାରେ ନିଜ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସନ୍ତାନ ସନ୍ତତିଙ୍କ ସାହାରା ପାଲଟିଥାନ୍ତି ମା’ବାପା। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା ଦଶରଥପୁର ବ୍ଲକରେ। ଏହି ବ୍ଲକ ଅନ୍ତର୍ଗତ ତରେଇ ସାହିର ଜଣେ ୮୦ ବର୍ଷୀୟ ବୃଦ୍ଧା ମା’ ନିଜ ଦୃଷ୍ଟିହୀନ ପୁଅର ସାହାରା ପାଲଟିଛନ୍ତି। ବୃଦ୍ଧା ଜଣକ ହେଉଛନ୍ତି ଜାନୁ ଖଟୁଆ (୮୦)। ଯେଉଁ ବୟସରେ ସେ ଅନ୍ୟର ସାହାରା ଲୋଡ଼ିବା କଥା, ସେଭଳି ସ୍ଥିତିରେ ସେ ନିଜେ ପୁଅ ଅମର ଖଟୁଆ (୫୨)ଙ୍କ ସାହାରା ପାଲଟିଛନ୍ତି। ବୟସର ଅପରାହ୍ନରେ ଥକି ଯାଇନି ତାଙ୍କ ପାଦ। ପ୍ରତ୍ୟେକ ଦିନ ଯାଜପୁର ସହରକୁ ଆସି ବୃଦ୍ଧା ମା’ ଓ ଦୃଷ୍ଟିହୀନ ପୁଅ ଲୋକଙ୍କଠାରୁ ଭିକ୍ଷା ମାଗି ପରିବାର ପ୍ରତିପୋଷଣ କରୁଛନ୍ତି। ଅମର ଖଟୁଆ ପୂର୍ବରୁ ମାଛ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରିଆସୁଥିଲେ। ହଠାତ୍‌ ୨୦୦୫ରେ ତାଙ୍କ ଆଖି ଖରାପ ହେବାକୁ ଲାଗିଲା। ଅନେକ ଚିକିତ୍ସା ପରେ ତାଙ୍କର ୨ଟି ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ସେ ଏବେ ଦୃଷ୍ଟିହୀନ ପାଲଟି ଯାଇଛନ୍ତି। ଅମରଙ୍କ ପରିବାରରେ ୬ଜଣ କୁଟୁମ୍ବ ଥିବାବେଳେ ସ୍ତ୍ରୀ, ୨ଟି ବଡ଼ ଝିଅ ଓ ଗୋଟିଏ ୧୦ବର୍ଷର ପୁଅ ଅଛି। ୨୦୧୦ରେ ଅମରଙ୍କ ବାପା ଗୋକୁଳାନନ୍ଦ ମୃତ୍ୟୁବରଣ କରିବା ପରେ ପରିବାର ପ୍ରତିପୋଷଣ କରିବା ପାଇଁ କୌଣସି ପନ୍ଥା ନ ଥିଲା। ଅମରଙ୍କ ପରିବାରକୁ ବ୍ଲକ ପ୍ରଶାସନ ପକ୍ଷରୁ ମାସିକ ୫ଶହ ଟଙ୍କା ଭତ୍ତା ଓ ଚାଉଳ ମିଳୁଥିବାବେଳେ ବୃଦ୍ଧା ମା’କୁ ୫ଶହ ଟଙ୍କା ଭତ୍ତା ମିଳୁଛି। ମାତ୍ର ଏତିକିରେ ପରିବାର ପ୍ରତିପୋଷଣ କରିବା ସମ୍ଭବପର ହେଉନାହିଁ। ଦୈନିକ ଭିକ୍ଷାବୃତ୍ତି କରି ୧ଶହରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ନିଜ ପରିବାରକୁ ଦାନା ଯୋଗାଇଥାନ୍ତି। ବୃଦ୍ଧା ମା’ ବ୍ଲକକୁ ବାରମ୍ବାର ଦୌଡି ଚଳିତ ବର୍ଷ ତାଙ୍କୁ ପ୍ରଶାସନ ପକ୍ଷରୁ ଏକ ଇନ୍ଦିରାଆବାସ ଯୋଗାଇ ଦିଆଯାଇଛି। ଏବେ ବୃଦ୍ଧା ମା’ ତାଙ୍କ ନାତୁଣୀଙ୍କ ବାହାଘର ପାଇଁ ଜିଲାପାଳଙ୍କୁ ନିବେଦନ କରିବା ପାଇଁ ଆସୁଥିଲେ ହେଁ ଏଯାବତ୍‌ ଦେଖା କରିପାରି ନାହାନ୍ତି। ସହରର ଦୋକାନ ଦୋକାନ ବୁଲି ମା’ ପୁଅ ଭିକ୍ଷା ସଂଗ୍ରହ କରି ଘରକୁ ଫେରିଥାନ୍ତି। ମାତ୍ର ସେମାନେ ଅନେକ ସମୟରେ ଭିକ୍ଷା ପାଇଁ ଆସିପାରୁ ନ ଥିବା ମଧ୍ୟ କହିଛନ୍ତି। ସେମାନଙ୍କୁ ପ୍ରଶାସନ ତରଫରୁ କିଛି ସହାୟତା ମିଳି ପାରିଲେ ଏହି ପରିବାର ଭଲରେ ଚଳି ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସତ୍ୟପୀରଙ୍କୁ କରମବୀର ଚକ୍ର ପୁରସ୍କାର

ଭବାନୀପାଟଣା,୧୪।୧୦(ଡି.ଏନ୍‌.ଏ.): ଓଡ଼ିଶାର ପଞ୍ଚ୍‌ମ୍ୟାନ୍‌ ଭାବେ ପରିଚିତ କଳାହାଣ୍ଡି ଜିଲା ସଦର ବ୍ଲକ ଅନ୍ତର୍ଗତ ଦେପୁର ଗାଁର ଡ. ସତ୍ୟପୀର ପ୍ରଧାନଙ୍କୁ ରବିବାର କରମବୀର ଚକ୍ର ପୁରସ୍କାରରେ...

ଖରିଫ୍‌ରେ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): କରୋନା ଓ ଲକ୍‌ଡାଉନ୍‌ ପାଇଁ କୃଷି କାର୍ଯ୍ୟ ପ୍ରଭାତିତ ହୋଇଛି। ତେଣୁ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ...

ଜିଲା ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଆତଙ୍କ

ଅନୁଗୋଳ ଅଫିସ, ୨୪।୪: କ୍ରମିକ ସଂଖ୍ୟା ଅନୁଯାୟୀ ଧାଡ଼ିରେ ଛିଡ଼ା ହୋଇଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଅଣଦେଖା କଲେ। ପଛରେ ଆସିଥିବା ଲୋକଙ୍କୁ ଆଗୁଆ ଡାକ୍ତରଙ୍କ...

୬ ବଖରା ଭସ୍ମ, ୩ ଲକ୍ଷର କ୍ଷୟକ୍ଷତି

କଣିହାଁ, ୧୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ଦଲକ ଗ୍ରାମରେ ବୁଧବାର ପୂର୍ବାହ୍ନ ୧୧ଟାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଚନ୍ଦ୍ରମଣି ଗଡନାୟକ ଓ ଭୋଳା ଗଡନାୟକଙ୍କ...

ଶାଗୁଆନ କାଠ ସହ ୩ ବାଇକ୍‌ ଜବତ, ୧ ଗିରଫ

କପ୍ତିପଦା,୨୭ା୪(ଡି.ଏନ.ଏ)- ମୟୂରଭଞ୍ଜ କପ୍ତିପଦା ବ୍ଲକ୍‌ ଅଧୀନ ଜଡିଦା ବିଦ୍ୟାଳୟ ନିକଟରୁ ବନବିଭାଗ ଶାଗୁଆନ କାଠ ସହ ୩ଟି ବାଇକ ଜବତ୍‌ କରିଛି। ଏହି ଘଟଣାରେ ଜଣଙ୍କୁ...

ହାର୍ଡକୋର ମାଓବାଦୀ ଚେଣ୍ଟିଙ୍କୁ ଗିରଫ କଲା ଏନ୍‌ଆଇଏ

ମାଲକାନଗିରି,୨୫ା୧(ଡି.ଏନ.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରୁ ହାର୍ଡକୋର ମାଓବାଦୀ ଚେଣ୍ଟିଙ୍କୁ ମଙ୍ଗଳବାର ଏନ୍‌ଆଇଏ ଗିରଫ କରିଛି। ତାଙ୍କ ନାମରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା...

୧୩ରେ ରାଜଭବନ ଘେରିବ କଂଗ୍ରେସ

ଢେଙ୍କାନାଳ ଅଫିସ,୨୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଜପା ସରକାର ନିର୍ଦ୍ଦିଷ୍ଟ ଅଳ୍ପ କିଛି ପୁଞ୍ଜିପତିଙ୍କୁ ଭାରତର ସମସ୍ତ ଜାତୀୟ ସମ୍ପତ୍ତି ଟେକି ଦେଇଛନ୍ତି ବୋଲି ଗୁରୁବାର...

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ତାଳଚେର,୨୯।୩(ଡି.ଏନ୍‌.ଏ.): ତାଳଚେର ଆରଆରଡବ୍ଲ୍ୟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଲାଞ୍ଚ ନେବା ଅଭିଯୋଗରେ ଯନ୍ତ୍ରୀ ସାହୁଙ୍କ...

Advertisement
Archives

Model This Week