ବୁଲାକୁକୁରଙ୍କ ସ୍ମାର୍ଟ ସହର

ପ୍ରଭାତ କୁମାର ଦାସ
ବନେଶ୍ୱର ସ୍ମାର୍ଟ ସହର ହେଲା ପରେ ବୁଲାକୁକୁରଙ୍କ ସଂଖ୍ୟା ଆଶାତୀତ ଭାବରେ ବଢିଛି। ସରକାର ଏ ସହରକୁ ମଳମୁକ୍ତ ସହର ବୋଲି ଘୋଷଣା କଲେଣି। ବାହାରେ ଖୋଲାଜାଗାରେ କେହି ମଳତ୍ୟାଗ କଲେ ମୋଟା ଅଙ୍କର ଜରିମାନା ଆଦାୟ ହେବ ବୋଲି ଘୋଷଣା ହୋଇଛି। କିନ୍ତୁ ବୁଲାକୁକୁରଙ୍କୁ ରାସ୍ତା ଉପରେ ମଳତ୍ୟାଗ ପାଇଁ ଓ ପୋଷାକୁକୁରଙ୍କୁ ବୁଲାଇ, ରାସ୍ତା ଉପରେ ମଳତ୍ୟାଗ କରାଇବାକୁ ଅବାଧ ଛାଡିଦିଆଯାଇଛି। ଏବେ ଯେଉଁ ଗଳି ରାସ୍ତାରେ ପଶନ୍ତୁ, ଟିକିଏ ଅସାବଧାନ ହେଲେ କୁକୁର ମଳ ମାଡି ପକାଇବାର ସମ୍ଭାବନାକୁ ଏଡାଇଦେଇ ହେବ ନାହିଁ। ବର୍ଷା ସମୟର ଅବସ୍ଥା ତ ଆହୁରି ଖରାପ। ନାକରେ, ମୁହଁରେ ରୁମାଲ ନ ଦେଇ ଚାଲିବା ବି ସମ୍ଭବ ନୁହେଁ। ଜୋତା ପିନ୍ଧି ପାହାଚ ଚଢିଲେ ବି ସମସ୍ୟା।
ସରକାର କିମ୍ବା ସ୍ମାର୍ଟ ସହର ଯୋଜନା ଓ ମହାନଗର ନିଗମ ଦାୟିତ୍ୱରେ ଥିବା ଅଧିକାରୀମାନେ କେହି ଏ ସମସ୍ୟା ପାଇଁ ସମୁଚିତ ଦୃଷ୍ଟି ଦେଉନାହାନ୍ତି। ସଚେତନ ନାଗରିକମାନଙ୍କ କଥା ତ ନ କହିବା ଭଲ। ଜୀବେ ଦୟା ପାଇଁ ଘରର ବଳକା ଓ ଅଇଁଠା ଖାଦ୍ୟ ପଦାର୍ଥକୁ ବୁଲାକୁକୁରମାନଙ୍କୁ ଡାକିହାକି ଦେଉଛନ୍ତି। ପୁଣି ଗଳି ମୁଣ୍ଡରେ ମହାନଗର ନିଗମର ମଇଳା ସଂଗ୍ରାହକମାନେ କୁଢ କୁଢ ମଇଳା ଆଣି ଜମା କରୁଛନ୍ତି। ସେହି ସ୍ଥାନରେ ବୁଲାକୁକୁରମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ମିଳିଯାଉଛି।
ସେମାନଙ୍କ ପାଇଁ ପ୍ରାୟୋଜିତ ବାକରଣ ଯୋଜନା କେବେଠୁ ଅକାମୀ ହୋଇଗଲାଣି। ତେଣୁ ସେମାନଙ୍କୁ ସ୍ବଚ୍ଛନ୍ଦ ବଂଶବୃଦ୍ଧିରେ କୌଣସି ପ୍ରତିବନ୍ଧକ ନାହିଁ। ପ୍ରତିବର୍ଷ ସେମାନଙ୍କ ସଂଖ୍ୟା ବଢୁଛି। ସେମାନେ ଦଳବଳ ଧରି ଛକ ଜାଗାମାନଙ୍କରେ ଏକାଠି ରହୁଥିବାରୁ ଓ ଗାଡିଗୁଡ଼ିକ ପଛରେ ଭୁକି ଭୁକି ଧାଉଁଥିବାରୁ ମୁଖ୍ୟ ରାସ୍ତାରେ ଦୁର୍ଘଟଣା ବି ଘଟୁଛି। ଅନେକ ସ୍ଥଳରେ ରାସ୍ତା ଉପରେ ଗାଡି ଚାପାରେ ଓ ଗାଡି ତଳେ ଶୋଇବା କାରଣରୁ ବି ସେମାନେ ମରୁଛନ୍ତି। ତାଙ୍କ ମଲା ଶରୀରକୁ ଉଠାଇବା ପାଇଁ ମହାନଗର ନିଗମ ପକ୍ଷରୁ କୌଣସି ତତ୍ପରତା ନାହିଁ। ସେଇଠି ସେ ଶବ ପଚି ଶଢି ଆପେ ନଷ୍ଟ ହେବା ପର୍ଯ୍ୟନ୍ତ ପଥଚାରୀ ଓ ସ୍ଥାନୀୟ ଅଧିବାସୀ କଷ୍ଟ ଭୋଗିବାକୁ ବାଧ୍ୟ। ଏଭଳି ଘଟଣା କୋଉଠି ନା କୋଉଠି ପ୍ରତିଦିନ ଘଟେ।
ଯଦି ମହାନଗର ନିଗମ ଓ ସ୍ମାର୍ଟ ସହର ଯୋଜନା, ସହର ଭିତରେ କୁକୁରଙ୍କ ମଳତ୍ୟାଗଜନିତ ପ୍ରଦୂଷଣକୁ ରୋକି ନ ପାରେ, ତେବେ ମଣିଷମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଇଖାନା ଯୋଜନା କରିବାରେ କିଛି ଅର୍ଥ ନାହିଁ, ତାହା କେବଳ ଲୋକଙ୍କ ଟିକସ ଧନର ଅପଚୟ।
ଯେଉଁମାନେ ପୋଷାକୁକୁରଙ୍କୁ ବୁଲାଇ ରାସ୍ତା ଉପରେ ମଳତ୍ୟାଗ କରାଉଛନ୍ତି ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉ। ଯେଉଁ ଠିକାଦାରି ସଂସ୍ଥା ଗଳିମୁଣ୍ଡରେ ଖୋଲାରେ କୁଢ କୁଢ ମଇଳା ଜମା କରୁଛନ୍ତି, ସେମାନଙ୍କୁ ଦୃଢ ହସ୍ତରେ ନିୟନ୍ତ୍ରଣ କରାଯାଉ।
ଯେଉଁମାନେ କୁକୁରଙ୍କ ବାକରଣ ଦାୟିତ୍ୱରେ ଅଛନ୍ତି, ବୁଲାକୁକୁରଙ୍କ ସଂଖ୍ୟା ପ୍ରତିବର୍ଷ କେତେ କମୁଛି ସେହି ଅନୁପାତରେ ସେମାନଙ୍କୁ ପାରିଶ୍ରମିକ ଦିଆଯାଉ। ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ଯେଉଁ ପ୍ରଶ୍ନର ଉତ୍ତର ଦେଇଛନ୍ତି ‘କୁକୁର ବାକରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି’ ତାହା ଅନ୍ଧକୁ ଆଖିଠାରିଲା ଭଳି କଥା। ଯଦି ତାଙ୍କ କଥା ଠିକ୍‌ ତେବେ ପ୍ରତିବର୍ଷ ବୁଲାକୁକୁରଙ୍କ ସଂଖ୍ୟା ବଢୁଛି କିପରି?
ସହରକୁ ପ୍ରକୃତରେ ମଳମୁକ୍ତ କରିବାକୁ ହେଲେ ମୂଳରୁ ସମସ୍ୟାକୁ ବିଚାର କରାଯିବା ଉଚିତ। କେବଳ ଅନ୍ୟ ସହର କି ବିଦେଶରୁ ଦେଖିଆସି, ଉପରଠାଉରିଆ ଭାବରେ ଯୋଜନାକୁ ପ୍ରଚାର କରାଇଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ। ଏଇଭଳି ଆଉ ଦଶବର୍ଷ ଚାଲିଲେ ବି ସହର କେବେ ବି ମଳମୁକ୍ତ ହେବ ନାହିଁ। ଆମ ଭାଷାରେ କଥାଟିଏ ଅଛି, ପୋଥି ପଢି ବାଳୁଙ୍ଗା ବାଛିବା ଭଳି। ଆମ ଯୋଜନା ରୂପାୟନର କର୍ତ୍ତାମାନେ ବୋଧହୁଏ ସେହିଭଳି କରୁଛନ୍ତି। ବାସ୍ତବତାକୁ ଧ୍ୟାନ ଦିଅନ୍ତୁ। ସବୁ ସୁଧୁରିଯିବ।
୫୮, ସ୍ବର୍ଣ୍ଣପୁରୀ, ଭୁବନେଶ୍ୱର, ମୋ-୯୪୩୭୦୧୫୨୫୦


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri