ବୁଡ଼ି ଯାଉଛେ କୁମ୍ଭାରମାନକର କଉଲିକ୍‌ ବୁରତି : ସାମାନ ବିକ୍‌ରି ଲାଗି ବଜାର ବେବସ୍‌ତାର ଅଭାବ

ନୂଆପଡା ଅଫିସ,୨୮ା୪-ଦିନୁ ଦିନ୍‌କେ ସମିଆ ବଦଲୁଛେ, ତାର ସଂଗେ ଲୁକ୍‌କର ଚାଲିଚଲନ, ପିଁଧନ୍‌ଉଢ଼ନ୍‌, ଖାଏଦ୍‌ ପାଏନ୍‌, ବେଭାର କଲା ଜିନିଷପାତିରେ ବି ଅନେକ୍‌ ପରିବରତନ୍‌ ଦେଖ୍‌ବାକେ ମିଲୁଛେ। ଏହେଦେ ଆମେ ଗୁଟେ ପରକାର ପ୍ଲାଷ୍ଟିକ୍‌ ଯୁଗରେ ଅଛୁଁ କହେଲେ କିଛି କମ୍‌ ନାଇଁହୁଏ। ପ୍ଲାଷ୍ଟିକ୍‌ ଜିନିଷମାନ ହଲ୍‌କା, ସସ୍‌ତା ଆର ଜହଦିନ୍‌ ବଏତର ଯିବାର ଲାଗି ଲୋକ୍‌ ଇତାର ବଡ଼ଭାରି ବେଭାର କରୁଛନ୍‌। ଇଥିରଲାଗି କୁମ୍ଭାରମାନକର କଉଲିକ୍‌ ବୁରତି ଉପରେ ମାଡ଼ ପଡ଼ୁଛେ। ବିହା ବରୁ ଆର କେତେ ପୂଜାପାଠ୍‌କେ ଛାଡ଼ିଦେଲେ କୁମ୍ଭାରମାନକର ମାଏଟ୍‌ ତିଆରି ଜିନିଷ୍‌ର ବେଭାର ଦେଖ୍‌ବାକେ ନାଇଁ ମିଲବାର। ଏନ୍‌ତାଥି ନୂଆପଡ଼ା ଜିଲାର କୁମ୍ଭାର ସମାଜର ଅନେକ ପରିବାର ଟେରାକୋଟା ସାମାନ ତିଆର କରି ବିକାଭଂଗା କରି ଦୁଇପଏସା କମଉଥିଲେ। ହେଲେ ବଜାର ବେବସ୍‌ତା ଅଭାବୁ କାରିଗରମାନେ ସାମନ ତିଆରି କରି ଘରେ ପକେଇ ରଖୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଖଡ଼ିଆଳ ସହରଠାନୁ ୫ କି.ମି. ଦୂରେ ଥିବାର ମାଣ୍ଡୋସିଲ ଆର ଚିନ୍ଦାଗୁଡ଼ା ଗଁାରେ।

ମାଣ୍ଡୋସିଲ ଆର ଚିନ୍ଦାଗୁଡ଼ା ଦୁଇଟା ଗଁାରେ ୬୦ରୁ ଅଧ୍‌କା କୁମ୍ଭାର ପରିବାର ବାସ କରୁଛନ୍‌। ଇମାନେ ବାପ୍‌ ଅଜା ଅମଲୁ ଭିନେ ଭିନେ କିସମର ମାଟି ସାମନ ତିଆରି ବିକାଭଂଗା କରି କୁଟୁମ ପୁଷିଆସୁଛନ୍‌। ଇ ପରିବାରମାନକର ଜମିବାଡ଼ି ବଲି ହେନ୍‌ତା କିଛି ନାଇଁଥିଲାବେଲେ ବଡ଼ଭାଗି ଦରିଦିରିଆ ସୀମାରେଖା ତଲେ ରହିଛନ୍‌। କାରିଗର ପରିବାରର ସଦସିଅମାନେ ଦିନକେ ରାଏତ୍‌ ମାଏଟ୍‌ ସାମନ୍‌ ତିଆରିବାରେ ଲାଗି ରହୁଛନ୍‌। ଇମାନେ ଲୋକ୍‌ ବେଭାର କଲା ଜିନିଷ ଭିତରେ ମଠିଆ, ସୁରେଇ, ହଁାଡ଼ି, ପାତଲି, ଗଣେଶ ମୂରତି, ଘୁଡ଼ା, ଦୀପ, ରୁଖା ଲେଖେଁ ଜିନିଷ ତିଆର କରୁଥିଲାବେଲେ ଘର ଛାଏଁବାର ଲାଗି ଖପର ବି ତିଆରି କରୁଛନ୍‌। ହେଲେ ଦିନୁଦିନ୍‌କେ ପ୍ଲାଷ୍ଟିକ୍‌ ସାମାନର ଆଦର ବଢ଼ବାର ଲାଗି କୁମ୍ଭାରମାନକର ବୁରତି  ଉପରେ ମାଡ଼ ପଡ଼ୁଛେ। ଦିନୁ ଦିନ୍‌କେ ସାମାନ ତିଆରି ଲାଗି ଭଲ ମାଟି ନାଇଁ ମିଲୁଥିଲାବେଲେ ପରିଶ୍ରମ ହିସାବେ ଜିନିଷର ଦାମ୍‌ ନାଇଁ ମିଲବାର ବଲି କେତେ କାରିଗର କହିଛନ୍‌। ମାଟି ତିଆରି ଟେରାକୋଟା ସାମାନ ବିକ୍‌ବାର ଲାଗି ରାଏଜର ଭିନେ ଭିନେ ଜାଗାରେ ହେଉଥିବାର କାଯ୍‌କରମ, ଜାନିଯାତ୍‌ରାରୁ ଡକରା ଆସୁଛେ। ହେଲେ ଇ ଗରିବ୍‌ ପରିବାରମାନେ ନିଜର ସାମାନ୍‌ ସେଠାନ୍‌କେ ନେବାର ଲାଗି ସମରଥ୍‌ ନୁହଁନ୍‌। ସେଥିରଲାଗି ମିଲୁଥିବାର ସରକାରୀ ପୋରଛାହନ୍‌ ଟଁକା କେନ୍‌ କନେ ହଜିଯାଉଛେ। ଆମର କଉଲିକ୍‌ ବୁରତି ଉପରେ ସରକାର ଦୁରୁଷ୍‌ଟି ନାଇଁ ଦେଲେ ଇଟା ଦିନୁ ଦିନ୍‌କେ ବୁଡ଼ିଯିବା ବଲି କାରିଗର ରୋହିତ ରଣା କହିଛନ୍‌। ଏନ୍‌ଥେଇ କେନ୍ଦ୍ର ଆର ରାଏଜ ସରକାର କୁଟୀର ଶୀଳ୍ପର ବିକାଶ ଲାଗି ଯୋଜନା ଉପରେ ଯୋଜନା କରୁଥିବାର ଡିଂଗରା ପିଟୁଛନ୍‌, ହେଲେ ସେ ସବୁ କାଯ୍‌କାରୀ ନାଇଁ ହେବାର। ଯେନ୍‌ଥିରଲାଗି କାରିଗରମାନକୁ ଏନ୍‌ତା ଥିତିର ସାମନା କରବାକେ ପଡ଼ୁଛେ ବଲି ସ୍ବେଚ୍ଛାସେବୀ ନିଖିଲ ମେହେର କହିଛନ୍‌। ଇ ବାବ୍‌ଦେ ଖଡ଼ିଆଳ ବ୍ଲକ ଆଇପିଓ ଆନନ୍ଦ କୁମାର ବେହେରାକୁଁ ପଚରାଲାରୁ ଭିନେ ଭିନେ ସମିଆରେ ସରକାରକଁର ତରଫୁ ତାଲିମ ତାଲିମ ଦିଆଯାଉଛେ। ଜିନିଷପାତି ବିକ୍‌ରିର ଲାଗି ସୁଯୋଗ ବି ସୁରୁଷ୍‌ଟି କରାଯାଉଛେ। ହେଲେ ଇ ସବୁର ସୁଯୋଗ ନେବାର କଥା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଡ୍ୟାମ୍‌ର ପୁଣି ୨ ଗେଟ୍‌ ଖୋଲିଲା, ୧୧୦ ଫୁଟ ଟପିଲା ଜଳପତ୍ତନ

ସମ୍ବଲପୁର,୧୮ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଅପରାହ୍ନରେ...

ଗିରଫ ପରେ ଚାକିରିରୁ ସସ୍‌ପେଣ୍ଡ ହେଲେ ପ୍ରଫେସର ସୁନା ସାର୍‌

ସମ୍ବଲପୁର,୧୭।୭: ସମ୍ବଲପୁର GM ବିଶ୍ୱବିଦ୍ୟାଳୟର ଏଜୁକେସନ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନାଙ୍କୁ ଗୁରୁବାର ଚାକିରିରୁ ସସ୍‌ପେଣ୍ଡ କରାଯାଇଛି। ମହିଳା ଥାନା ଆଇଆଇସିଙ୍କ ରିପୋର୍ଟ ଆଧାରରେ...

ସମ୍ବଲପୁରରୁ ଆସିଲା ସାଂଘାତିକ ଖବର, ପୁଣି ଅଧ୍ୟାପକଙ୍କ ନିର୍ଯାତନା, ଛାତ୍ରୀ କଲେ…

ସମ୍ବଲପୁର, ୧୭।୭(ପ୍ରମୋଦ ବହିଦାର): ବାଲେଶ୍ୱର ଏଫଏମ କଲେଜ ଘଟଣାର କିଛି ଦିନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ର୍ନିଯାତନା। ଏଥିରେ ମଧ୍ୟ ଜଣେ...

ଚାଲିଥିଲା ଗଞ୍ଜେଇ ରେଡ୍‌ ମିଳିଲା କୋଟିଏ ଟଙ୍କାର ରୁପାଇଟା

ସମ୍ବଲପୁର,୧୦।୭: ସମ୍ବଲପୁର ଜିଲାର ରେଙ୍ଗାଲି ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ ବେଳେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶାସନ ଟୋଲଗେଟ ନିକଟରେ ଗଞ୍ଜେଇ ଯାଞ୍ଚ...

ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍‌ ଖୋଲା: ୪ ଗେଟ୍‌ ବନ୍ଦ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍‌କୁ ବନ୍ଦ କରାଯାଇଛି। ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରୁ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଉଭୟ ପାଶର୍‌ବର...

ଭିଜିଲାନ୍ସ ଜାଲରେ ରେଢ଼ାଖୋଲ ଉପଖଣ୍ଡର BVO, PA; ଟଙ୍କା ୫ ହଜାର ପାଇଁ…

ସମ୍ବଲପୁର,୭।୭: ରେଢ଼ାଖୋଲ ଉପଖଣ୍ଡରେ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ଏକ ବଡ଼ ଧରଣର ଅଭିଯାନ ଚଳାଇ ବ୍ଲକ ଭେଟନାରୀ ଅଫିସର (BVO) ଡା. ସୁବାସ ପ୍ରକାଶ ସୋରେନ...

ଖୋଲିଲା ହୀରାକୁଦ ଗେଟ୍‌, ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର,୬ା୭: ଆଜି ଅର୍ଥାତ୍‌ ରବିବାର ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲାଯାଇଛି। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍‌ ଖୋଲାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ୧୨ଟି ଗେଟ୍‌ ଖୋଲାଯିବ।...

ଦୋକାନରୁ ଜିନିଷ କିଣି ଘରକୁ ଫେରିବାବେଳେ ନାବାଳିକାଙ୍କୁ ଯୌନ ଅସଦାରଣ, ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ

ସମ୍ବଲପୁର/ଜମନକିରା,୨୧ା୬ (ପ୍ରମୋଦ ବହିଦାର/ରବିନ୍ଦ୍ର ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ମାଧଡିହୀ ଗ୍ରାମରେ ନାବାଳିକାଙ୍କୁ ଯୌନ ଅସଦାଚରଣ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri