ବୁଗୁଡ଼ା ପିପୁଲସ୍‌ ହାଇସ୍କୁଲରେ ମାଙ୍କଡ ଉତ୍ପାତ, ଶିକ୍ଷାଦାନ ବାଧାପ୍ରାପ୍ତ

ବୁଗୁଡ଼ା,୨୭ା୮(ଡି.ଏନ.ଏ.)- ବୁଗୁଡ଼ା ପିପୁଲସ୍‌ ହାଇସ୍କୁଲରେ ମଙ୍ଗଳବାର ମାଙ୍କଡ଼ମାନଙ୍କର ଉତ୍ପାତ ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ ୧୦ଟା ସମୟରେ ପ୍ରାର୍ଥନା ଆରମ୍ଭରେ ମାଙ୍କଡ଼ମାନେ ହଠାତ୍‌ ହତା ମଧ୍ୟରେ ପଶି ଦୌଡାଦୌଡି କରିଥିଲେ। ଭୟରେ ଛାତ୍ର ଓ ଶିକ୍ଷକମାନେ ଶ୍ରେଣୀଗୃହକୁ ପଳାଇଥିଲେ। ମାଙ୍କଡ଼ମାନଙ୍କ ଉପଦ୍ରବ ଏପରି ବଢ଼ି ଯାଇଥିଲା ଯେ ସ୍କୁଲର ସବୁ ଗ୍ରୀଲ୍‌କୁ ବନ୍ଦ କରିଦିଆଯାଇଥିଲା। ମାଙ୍କଡ଼ଙ୍କୁ ଘଉଡ଼ାଇବାକୁ ଶିକ୍ଷକମାନେ ଯେତେ ଚେଷ୍ଟା କଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା। ଏନେଇ ପ୍ରଧାନ ଶିକ୍ଷକ କାଳୀଚରଣ ବେହେରା ବନ ବିଭାଗକୁ ଜଣାଇବା ପରେ କର୍ମଚାରୀମାନେ ହାଇସ୍କୁଲରେ ପହଞ୍ଚତ୍ ବାଣ ଫୁଟାଇ ମାଙ୍କଡ଼ମାନଙ୍କୁ ଘଉଡ଼ାଇଥିଲେ। ମାଙ୍କଡ଼ମାନଙ୍କ ଉପଦ୍ରବ ସେଠାରେ ଏକ ନିତିଦିନିଆ ଘଟଣା ହୋଇଥିଲେ ମଧ୍ୟ ବନ ବିଭାଗ ଏଥିପ୍ରତି ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଛି ବ୍ରିଜ୍‌ମ୍ୟାନ୍‌ଙ୍କ ସ୍ୱପ୍ନ

କେନ୍ଦୁଝର,୧୩।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ-କାନପୁର ଗ୍ରାମର ଗଙ୍ଗାଧର ରାଉତ (୬୫) ନିଜର ପେନ୍‌ସନ୍‌ ଅର୍ଥରେ ସାଳନ୍ଦୀ ନଦୀରେ ୨୭୦ ଫୁଟ ଲମ୍ବ ଓ ୧୦...

ବିପଦସଙ୍କୁଳ ଅବସ୍ଥାରେ କାନଝାରୀ ଡ୍ୟାମ୍‌

କେନ୍ଦୁଝର, ୨୬।୧୦(ଡି.ଏନ.ଏ.)- କେନ୍ଦୁଝର ସଦର ବ୍ଲକରେ ପ୍ରାୟ ୩୯ ବର୍ଷ ତଳେ ନିର୍ମିତ କାନଝାରୀ ଡ୍ୟାମର ସ୍ଥାୟିତ୍ୱ ନେଇ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୧୧ରେ...

ଆଡ଼ପ ଅବଢ଼ା ପାଇ ଧନ୍ୟ ହେଲେ ଭକ୍ତ

ପୁରୀ ଅଫିସ,୩ା୭: ଆଡ଼ପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ଆଡ଼ପ ଅବଢ଼ା...

ଆବାସ ଯୋଜନା ଅଛି, ଘର ମିଳୁନାହିଁ

ଜେନାପୁର,୨୭ା୯(ଡି.ଏନ.ଏ.):ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିବା ପରିବାରକୁ ସରକାର ଗ୍ରାମୀଣ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ହେଲେ ଯାଜପୁର ଜିଲା...

ନାଳ ପାର୍‌ ହେଉଥିବା ବେଳେ ବୁଡ଼ିଗଲେ

ଠାକୁରମୁଣ୍ଡା,୨୪।୧୦(ଡି.ଏନ.ଏ.): ନାଳ ପାର୍‌ ହେଉଥିବା ବେଳେ ଜଣେ ବ୍ୟକ୍ତି ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ମୃତକ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ଚମ୍ପାଝର ପଞ୍ଚାୟତ...

ଜବରଦଖଲ ଉଚ୍ଛେଦ

ନୀଳଗିରି,୪।୧୧(ସ୍ବ.ପ୍ର): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ପ୍ରଶାସନ ତରଫରୁ ଜଗନ୍ନାଥ ମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଡ୍ରେନେଜ୍‌ ବ୍ୟବସ୍ଥାରେ ସମସ୍ୟା ଦେଖା ଯିବାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା...

ଭିଡିଓ ଭାଇରାଲ ପରେ ଜିଲାରେ ତୀବ୍ର ପ୍ରତିକ୍ରିୟା

ଜୟପୁର,୨ା୯(ନି.ପ୍ର.):ପଦ୍ମଶ୍ରୀ କମଳା ପୂଜାରୀ ଅବିଭକ୍ତ କୋରାପୁଟ ଜିଲାର ଗର୍ବ ଓ ଗୌରବ। ଗତ ୨୪ ତାରିଖରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜୟପୁର ଜିଲା...

ବାମୁର ରେଞ୍ଜ୍‌ରେ ୨୨ ହାତୀ: ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ବଇଣ୍ଡା, ୨୧।୧୧(ଡି.ଏନ.ଏ.) – ରେଢାଖୋଲ ବନଖଣ୍ଡରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜକୁ ବୁଧବାର ସକାଳେ ଚାଲି ଆସିଥିବା ୨୨ଟି ହାତୀ ବ୍ୟାପକ ଉପଦ୍ରବ...

Advertisement
Archives

Model This Week