ବୀମାରେ ସାମିଲ ହେବ ମାନସିକ, ଜେନେଟିକ ରୋଗ

ନୂଆଦିଲ୍ଲୀ,୧୯-୫: ଭାରତୀୟ ବୀମା ବିନିୟାମକ ଏବଂ ବିକାଶ ପ୍ରାଧିକରଣ(ଆଇଆର୍‌ଡିଏ) ବୀମା କମ୍ପାନୀଗୁଡ଼ିକୁ ମାନସିକ ଅସୁବିଧା, ଜେନେଟିକ ରୋଗ, ନ୍ୟୁରୋ ସମ୍ପର୍କିତ ବିକାର ତଥା ମନୋବୈଜ୍ଞାନିକ ବିକାର ଭଳି ଗମ୍ଭୀର ରୋଗଗୁଡ଼ିକୁ ଚିକିତ୍ସା ବୀମା ପଲିସିରେ ସାମିଲ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାର ଅର୍ଥ ଏବେ ବୀମା କମ୍ପାନୀଗୁଡ଼ିକ ମେଡିକାଲ ବୀମା ପଲିସିରେ ଉକ୍ତ ରୋଗଗୁଡ଼ିକୁ ସାମିଲ କରିବାକୁ ବାଧ୍ୟ ହେବେ।
ବୀମା ଜଗତ ଚିକିତ୍ସା ବୀମା ପଲିସିରୁ ରୋଗଗୁଡ଼ିକୁ ବାଦ୍‌ ଦେବାର ଏକ ସମାନ ନୀତି ଆପଣାଇବାକୁ ଆଇଆର୍‌ଡିଏ ନିଜ ପ୍ରସ୍ତାବରେ କହିଛନ୍ତି। ବଜାରରେ ଚିକିତ୍ସା ବୀମା କମ୍ପାନୀ ଏବଂ ଚିକିତ୍ସା ବୀମା ଯୋଜନା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଗାଇଡ୍‌ଲାଇନ ଜାରି କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ମେଡିକାଲ ଇନସ୍ୟୁରାନ୍ସରୁ ରୋଗଗୁଡ଼ିକୁ ବାଦ୍‌ ଦେବାର ଏକ ନିଶ୍ଚିତ ମାନଦଣ୍ଡ ନିର୍ଦ୍ଧାରଣ ଲାଗି କ୍ରିୟାନ୍ବୟନ କମିଟି ଗଠନ କରାଯାଇଥିଲା। ଏହି କମିଟିର ସୁପାରିସ୍‌ କ୍ରମେ ଆଇଆର୍‌ଡିଏ ମେଡିକାଲ ପଲିସିରୁ ରୋଗଗୁଡ଼ିକୁ ବାଦ୍‌ ଦେବା ନେଇ ଗାଇଡଲାଇନ ଜାରି କରିବାକୁ ପ୍ରସ୍ତାବ ଦେଇଛି। ପ୍ରସ୍ତାବ ମୁତାବକ ବୀମା ନେବା ପରେ ହେବାକୁ ଥିବା କୌଣସି ପ୍ରକାର ରୋଗ ସମ୍ପର୍କିତ ଚିକିତ୍ସାକୁ ବୀମା ପରିସରରୁ ବାଦ୍‌ ଦିଆଯାଇପାରିବ ନାହିଁ। ଏଥିସହ ବୀମାର ନିୟମ ଓ ସର୍ତ୍ତରେ ଏଭଳି କୌଣସି ବ୍ୟବସ୍ଥା ରଖାଯାଇପାରିବ ନାହିଁ। ଦୀର୍ଘ ୮ ବର୍ଷ ଧରି ପଲିସି ଚାଲିଥିବା ବେଳେ ବୀମା ହୋଇଥିବା ବ୍ୟକ୍ତି ଧ୍ରୁମ୍ରପାନ କରୁଛନ୍ତି ଅଥବା କୌଣସି ରୋଗରେ ପୀଡିତ ବୋଲି ବୀମା କମ୍ପାନୀ ଜାଣି ତାଙ୍କର କ୍ଲେମ୍‌କୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଏହାବ୍ୟତୀତ କୌଣସି ରୋଗୀ ଅଧାରୁ ମେଡିକାଲ ଟ୍ରିଟ୍‌ମେଣ୍ଟ ବନ୍ଦ କରିଦେଇଥିଲେ ମଧ୍ୟ ବୀମା କମ୍ପାନୀ ତାଙ୍କର ଦାବିକୁ ଫେରାଇ ପାରିବେ ନାହିଁ। ସେହିପରି ଯୁବତୀ ଏବଂ ମହିଳାଙ୍କୁ ଯୁବାବସ୍ଥା ଓ ମେନୋପଜ୍‌ ସମୟରେ ଅଧିକ ରକ୍ତକ୍ଷରଣ ତଥା ହର୍ମୋନାଲ ପରିବର୍ତ୍ତନ ଦେଇ ଗତିକରିବାକୁ ପଡିଥାଏ। ସେମାନଙ୍କ ରୋଗର ଚିକିତ୍ସା ଖର୍ଚ୍ଚକୁ ମଧ୍ୟ ବୀମା ପଲିସି ମଧ୍ୟରେ ସାମିଲ କରିବାକୁ ଆଇଆର୍‌ଡିଏ ପ୍ରସ୍ତାବ ଦେଇଛନ୍ତି। ଏହାବ୍ୟତୀତ ବୀମା କମ୍ପାନୀଗୁଡ଼ିକ ବୃଦ୍ଧାବସ୍ଥାଜନିତ ରୋଗ, ଦୁର୍ଲଭ ରୋଗକୁ ମଧ୍ୟ ବୀମା ପଲିସିରୁ ବାଦ୍‌ ଦେଇ ପାରିବେ ନାହିଁ। ବୀମା କମ୍ପାନୀ ପାରାଗ୍ଲାଇଡିଂ, ରାଫ୍ଟିଙ୍ଗ, ଏଫ୍‌୧ ରେସିଂ ଭଳି ଆଡ୍‌ଭେଞ୍ଚର ସ୍ପୋଟର୍‌ସ ତଥା ଜଲିକଟ୍ଟୁ ଓ କମ୍ବାଲା ଭଳି ଅନ୍ୟ ପାରମ୍ପରିକ ଖେଳକୁ ମଧ୍ୟ ବୀମାଭୁକ୍ତ କରିବାକୁ ବାଧ୍ୟ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri