ବି.ଡକେବାଡ଼ିରେ ଜ୍ୱର,ଝାଡ଼ାବାନ୍ତି: ୨୦ରୁ ଉର୍ଦ୍ଧ୍ୱ ପରିବାର ଆକ୍ରାନ୍ତ, କୋଭିଡ-୧୯ ପରୀକ୍ଷା କରାଯିବ

ଦାରିଙ୍ଗବାଡ଼ି,୨୯।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ଗତ ୧୦ ଦିନ ହେଲା ୨୦ରୁ ଉର୍ଦ୍ଧ୍ୱ ପରିବାରର ଲୋକଙ୍କୁ ଜ୍ୱର ଲାଗିରହିଛି। ଏବେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଦୁଇଦିନ ହେଲା ଝାଡ଼ା ମଧ୍ୟ ହେଉଛି। ଡାକ୍ତରୀଦଳ ସୋମବାର ଉକ୍ତ ଗ୍ରାମକୁ ଯାଇ ଚିକିତ୍ସା କରି ଫେରିଥିବାବେଳେ ଜ୍ୱର ନ ଛାଡ଼ିବାରୁ କେତେଜଣ ଘରୋଇ କ୍ଲିନିକ୍‌ରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରୀ ଦଳ ନିୟମିତ ଯାଇ ଚିକିତ୍ସା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଖବର ପାଇ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ବି.ଡକେବାଡ଼ିରେ ପହଞ୍ଚତ୍ ରୋଗୀମାନଙ୍କ ସହ ଆଲୋଚନା କରିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। କେତେଜଣଙ୍କୁ ଟାଇଫଏଡ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଅନ୍ୟ ପକ୍ଷେ ସମସ୍ତଙ୍କ ରକ୍ତ ନମୁନାକୁ ସଂଗ୍ରହ କରି କୋଭିଡ-୧୯ ଟେଷ୍ଟ ପାଇଁ ପଠାଇବାକୁ ଚିନ୍ତା କରାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରଶାସକ ଡାକ୍ତର ବଂଶୀଧର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କ ବଦଳରେ ଜେସିବି ପୋଖରୀ ଖୋଳୁଛି

କୁଜଙ୍ଗ,୧୯ା୫ (ଡି.ଏନ.ଏ.): କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଜଣେ ଗରିବ ଲୋକକୁ ବର୍ଷକରେ ଶହେ ଦିନ...

ଜୁଆ ଖେଳ ଚାଲିଥିବା ବେଳେ ଗଞ୍ଜାମ ପୋଲିସର ଚଢ଼ାଉ: ୬ ଜୁଆଡି ଗିରଫ

ଗଞ୍ଜାମ,୧୯।୧୦(ଡି.ଏନ୍‌.ଏ.): ଦାମୋଦରପୁର ଗ୍ରାମ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଜୁଆ ଖେଳ ଚାଲିଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଆଇଆଇସି ସନ୍ତୋଷ କୁମାର...

୭ ମାସ ହେଲା ଜଳ ଯୋଗାଣ ବନ୍ଦ: ଦୂଷିତ ପାଣି ବ୍ୟବହାର କରୁଛନ୍ତି ବେଣାଗାଡ଼ିଆବାସୀ

ଖଣ୍ଡପଡ଼ା,୩ା୧୧(ସ୍ବ.ପ୍ର.): ବିଦ୍ୟୁତ୍‌ ବକେୟା ବିଲ ୧୦ଲକ୍ଷରୁ ଊର୍ଦ୍ଧ୍ୱ। ତା’ସାଙ୍ଗକୁ ବିଦ୍ୟୁତ ଟ୍ରାନ୍ସଫର୍ମରଟି ପୋଡ଼ି ଯିବାର ୬ ମାସରୁ ଅଧିକ ହେଲାଣି । ଗ୍ରାମବାସୀ ୭ ମାସ...

୪ ମାସ ହେଲା ଏଟିଏମ୍‌ରେ ତାଲା

ଢେଙ୍କିକୋଟ,୬।୧୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଢେଙ୍କିକୋଟ ଏକ ବ୍ୟସ୍ତ ବହୁଳ ବଜାର ଭାବେ ପରିଚିତ। ଏଠାରେ ଛୋଟ ବଡ଼ ୫୦ରୁ ଉର୍ଦ୍ଧ୍ୱ ବ୍ୟବସାୟିକ ଦୋକାନ ଥିବାବେଳେ ଏହି ବଜାର...

ସପ୍ତାହେ ହେଲା ବ୍ୟାଙ୍କରେ ତାଲା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୨୯।୧(ଡି.ଏନ.ଏ.): ବାଲିଚନ୍ଦ୍ରପୁରସ୍ଥିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ୨୨ ତାରିଖରୁ ତାଲାଝୁଲୁଛି। ବୁଧବାର ବାଲିଚନ୍ଦ୍ରପୁର ପୋଲିସ ଦର୍ପଣ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ତାଲା ଖୋଲିଥିଲାବେଳେ ପୁନଃର୍ବାର...

ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ଛେଣ୍ଡିପଦା,୨୭।୪(ସ୍ବ.ପ୍ର.) ଛେଣ୍ଡିପଦା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା କ୍ୱାରାଣ୍ଟାଇନ କେନ୍ଦ୍ରକୁ ରବିବାର ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଜିଲାପାଳଙ୍କ ସହ ଛେଣ୍ଡିପଦା ବିଡିଓ...

ଦୁର୍ଘଟଣାରେ ୪ ଗୁରୁତର

ଖୁଣ୍ଟା,୨୮ା୧୧(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ଖୁଣ୍ଟା – ବାରିପଦା ରାଜ୍ୟ ରାଜପଥର ବାସିପିଠା ଛକ ନିକଟରେ ୨ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ୪ଜଣ ଗୁରୁତର ହୋଇଛନ୍ତି।...

ନୟାଗଡ଼ ମ୍ୟୁନିସିପାଲିଟିରେ ନାହିଁ ସ୍ମାର୍ଟ ଶ୍ମଶାନ

ନୟାଗଡ଼ ଅଫିସ,୨୨।୧୧: ନୟାଗଡ ମ୍ୟୁନିସିପାଲିଟିରେ ସ୍ମାର୍ଟ ଶ୍ମଶାନ ନାହିଁ। ପୂର୍ବରୁ ଯେଉଁ ଦୁଇ ଶ୍ମଶାନ ରହିଛି ସେଠାରେ ଶବଦାହ କରିବା ସମ୍ଭବ ନୁହେଁ। ତେଣୁ ସହରବାସୀ...

Advertisement
Archives

Model This Week