Posted inଖେଳ

ବିହାର ରଣ୍‌ଜୀ ଦଳରେ ଆଦିତ୍ୟ ବର୍ମାଙ୍କ ପୁଅ

ନୂଆଦିଲ୍ଲୀ, ୩୧ା୧୨ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ସ୍ପଟ୍‌ଫିକ୍ସିଂ ମାମଲାର ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତି ଆଦିତ୍ୟ ବର୍ମାଙ୍କ ପୁଅ ବିହାର ରଣଜୀ ଦଳରେ ସ୍ଥାନ ପାଇଛନ୍ତି। ୨୦୧୩ରେ ବର୍ମା ବିହାରର ଅନଧିକୃତ କ୍ରିକେଟ ଅସୋସିଏଶନ ଅଫ୍‌ ବିହାର (ସିଏବି)ର ସମ୍ପାଦକ ଥିବାବେଳେ ସେ ସ୍ପଟ ଫିକ୍ସିଂ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିରୋଧରେ ପିଟିଶନ ଦାଖଲ କରିଥିଲେ। ଯଦ୍ଦ୍ବାରା ସେ ସମୟରେ କ୍ରିକେଟର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ବିବେଚନା କରାଯାଉଥିବା ଏନ୍‌. ଶ୍ରୀନିବାସନଙ୍କୁ କୋର୍ଟକୁ ଟାଣି ଆଣିଥିଲେ। ବର୍ମା ଏବେ ଆତ୍ମ ତୃପ୍ତି ମିଳିଛି। ତାଙ୍କ ପୁଅ ଲଖନ ରାଜା ଯିଏକି ଜଣେ ବାମହତୀ ଓପନିଂ ବ୍ୟାଟ୍ସମ୍ୟାନ ସେ ବିହାର ରଣ୍‌ଜୀ ଦଳରେ ସ୍ଥାନ ପାଇଛନ୍ତି। ବିହାର ଏହାର ପରବର୍ତ୍ତୀ ଗେମ୍‌ ପାଟନାଠାରେ ମିଜୋରାମ ବିପକ୍ଷରେ ଖେଲିବ। କ୍ରିକେଟରେ ଦୁର୍ନୀତି ଯୋଗୁ ତାଙ୍କ ପ୍ରତିଭାସମ୍ପନ୍ନ ପୁଅ ଉଚ୍ଚ ସ୍ତରରେ ଖେଳିବା ଲାଗି ସୁଯୋଗ ପାଇ ନ ପାରେ ବୋଲି ତାଙ୍କ ମ ନରେ ଧାରଣା ସୃଷ୍ଟି ହୋଇଥିଲା। ତାହା ଏବେ ଦୂର ହୋଇଛି। କୌତୂହଳର କଥା କଥା ଏହିକି ଯେ, ତାଙ୍କ ପୁଅ ଏବେ ଶ୍ରୀନିବାସନଙ୍କ କମ୍ପାନୀ ଇଣ୍ଡିଆ ସିମେଣ୍ଟ୍ସରେ ଚାକିରୀ କରିଛି। ବର୍ମା ଏବେ ୩୬୦ ଡିଗ୍ରୀ ୟୁଟର୍ନ କରିଛନ୍ତି। ଭାରତୀୟ କ୍ରିକେଟକୁ ଶ୍ରୀନିବାସନଙ୍କ ଭଳି ଜଣେ ପ୍ରଶାସକ ଭାରତୀୟ ଆବଶ୍ୟକ ବୋଲି କହିଛନ୍ତି। ଶ୍ରୀନିବାସନ ବିସିସିଆଇ ମୁଖ୍ୟ ଥିବାବେଳେ ତାଙ୍କ ବିରୋଧରେ ସ୍ପଟ ଫିକ୍ସିଂ ମାମଲାରେ ତାଙ୍କ ବିରୋଧରେ ପିଟିଶନ ଦାଖଲ କରିଥିବାରୁ ଆପଣ ଏବେ ଅନୁତପ୍ତ କି ବୋଲି ପଚରାଯିବାରେ ସେ ସମୟକୁ ଚାହିଁ ତାଙ୍କ ନିଷ୍ପତ୍ତି ଠିକ୍‌ ଥିଲା ବୋଲି ବର୍ମା ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?