ବିହନ ପିଣ୍ଡୁଳାରେ ବୃକ୍ଷ

ପୁରୁଣା ଭୁବନେଶ୍ୱର, ୧୫।୨ (ଡି.ଏନ.ଏ.): ବିଶ୍ୱ ବ୍ୟାପୀ ‘ଭାଲେଣ୍ଟାଇନ୍‌ ଡେ’ କୁ ପ୍ରେମ ଦିବସ ଭାବେ ପାଳନ କରା ଯାଉଥିବା ବେଳେ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ ହୃଦୟ ଭିତରେ ବିହନ ପିଣ୍ଡୁଳାରେ ବୃକ୍ଷ ତିଆରି କରି ‘ଆସ ଆମେ ପ୍ରକୃତିକୁ ପ୍ରେମ କରିବା’ର ବଳିଷ୍ଠ ବାର୍ତ୍ତା ପ୍ରଦାନ କରିଛନ୍ତି।
ସ୍ମାର୍ଟ ସିଟି ଭୁବନେଶ୍ୱରର ପାର୍କଠାରୁ ମଲ୍‌ ଯାଏ ସବୁଠି ପ୍ରେମ ସମ୍ଭାଷଣ ପାଇଁ ଫୁଲ, ଗ୍ରୀଟିଙ୍ଗସ୍‌ ଆଉ ଉପହାର ଦିଆନିଆ ଭିତରେ ଏହି ‘ଭାଲେଣ୍ଟାଇନ୍‌ ଡେ’ ପାଳନ କରାଯାଇଛି। ହେଲେ ପୋଖରୀପୁଟ ଇନ୍ଦ୍ରପସ୍ଥ କଲୋନୀ ଫେଜ୍‌-୨ ଠାରେ ରହୁଥିବା ଯୁବ ସାମାଜିକ କର୍ମୀ ସୁଶାନ୍ତ ହୃଦୟ ଭିତରେ ବୃକ୍ଷକୁ ବିହନ ପିଣ୍ଡୁଳାରେ ସ୍ଥାନିତ କରି ବିଶ୍ୱ ପ୍ରେମ ଦିବସରେ ଆସ ଆମେ ପ୍ରକୃତିକୁ ଭଲ ପାଇବାର ବାର୍ତ୍ତା ସହ ବିହନ ପିଣ୍ଡୁଳା ଉପହାର ଦେଇଛନ୍ତି। ବିହନ ପିଣ୍ଡୁଳା ବା ସିଡ୍‌ ବଲ୍‌କୁ ନିକ୍ଷେପଣ କରାଯାଇ ପତିତ ଜମିରେ କିଭଳି ବନୀକରଣ ସମ୍ଭବ ଓ ସହଜ ହୋଇପାରିଛି ତାହା ସୁଶାନ୍ତ ଓ ସହଯୋଗୀମାନେ ଏହି ଦିବସରେ ଜନ ସଚେତନତା କରାଇଛନ୍ତି। ପ୍ରେମ ଦିବସରେ ପ୍ରେମୀ ଯୁଗଳମାନେ ସିଡ୍‌ ବଲ୍‌ ଜରିଆରେ ପ୍ରକୃତିକୁ ଭଲ ପାଇବାର ଭାବନା ପ୍ରଦର୍ଶିତ କରନ୍ତୁ ବୋଲି ସୁଶାନ୍ତ ନିବେଦନ କରିଛନ୍ତି। ସିଡ୍‌ ବଲ୍‌ ସଜାଇବାରେ ଚିତ୍ରଶିଳ୍ପୀ ସୁସ୍ମିତାରାଣୀ ରାଉତ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ମାଲକାନଗିରି ରିପୋର୍ଟ

ଭୁବନେଶ୍ୱର,୧୨ା୧୨: ମାଲକାନଗିରି ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଦିଆଯାଇଛି ରିପୋର୍ଟ। ମୁଖ୍ୟମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏହି ରିପୋର୍ଟ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କେଭି...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଭିନେଶ ଫୋଗଟଙ୍କ ବଡ଼ ଘୋଷଣା, ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଲେ….

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେ ଅବସର ଘୋଷଣା କରିଥିବା ବେଳେ ବର୍ତ୍ତମାନ ୟୁ-ଟର୍ଣ୍ଣ କରିଛନ୍ତି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri