ବିହନ ଉତ୍ପାଦନ କ୍ଷେତ୍ରରେ ହରିଶ୍ଚନ୍ଦ୍ରଙ୍କ ଅବଦାନ ଅତୁଳନୀୟ

ରଘୁନାଥପୁର,୨୭ା୨ (ଡି.ଏନ.ଏ.): ଏହି ବ୍ଲକ ରେଢୁଆ ନୂଅଗାଡ଼ସ୍ଥିତ ଗୋରଖନାଥ କୃଷକ ମହାସଂଘ ପରିସରରେ କୃଷି ଓ କୃଷକଙ୍କ ପାଇଁ କାର୍ଯ୍ୟ କରୁଥିବା ଲାଲ(ଲିଭ ଆଣ୍ଡ ଲେଟ୍‌ଲିଭ୍‌)ର ପଥ ପ୍ରଦର୍ଶକ ସ୍ବାଗତ ହରିଶ୍ଚନ୍ଦ୍ର ଭୂୟଁ।ଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ମହାବାତ୍ୟା ପରେ ଉନ୍ନତମାନର ବିହନର ଅଭାବ ଯାହାକି ଅଞ୍ଚଳର ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ବର୍ତ୍ତମାନ ଲାଲ ସଂସ୍ଥାର ମୁଖ୍ୟ କ୍ଷେତ୍ରମୋହନ ବେହେରାଙ୍କୁ ନେଇ ବିହନ ସମସ୍ୟାର ସମାଧାନ ପାଇଁ ଆଗଭର ହୋଇ ଆସିଥିଲେ। ଯାହାଙ୍କ ପାଇଁ ସାରା ରାଜ୍ୟରେ ବିହନ ଉତ୍ପାଦନ, ପ୍ରକ୍ରିୟାକରଣ ଓ ବଜାରରେ ବିକ୍ରି କ୍ଷେତ୍ରରେ ଲାଲ ଏକ ଅଗ୍ରଣୀ ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି। କୃଷି କ୍ଷେତ୍ରରେ ଗୁରୁ ଭାବେ ସୁନାମ ଅର୍ଜନ କରିଥିବା ଭୂୟଁ।ଙ୍କ ଘର ଭୁବନେଶ୍ୱରସ୍ଥିତ ଘାଟିକିଆ ଅଞ୍ଚଳରେ ହୋଇଥିଲେ ବି ରେଢୁଆ ଅଞ୍ଚଳରେ ଗୁରୁଙ୍କ ସ୍ମରଣେ ସ୍ମୃତିଚାରଣ ସଭା କରାଯାଇଥିଲା। ଶିକ୍ଷାବିତ୍‌ ସୁରେଶ ଚନ୍ଦ୍ର ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସିଆର୍‌ଆର୍‌ଆଇର ଅବସରପ୍ରାପ୍ତ ବୈଜ୍ଞାନିକ ଡ. ଫକୀର ଚରଣ ଦାସ ଯୋଗଦେଇଥିଲେ। ସେ ବିହନ ଉତ୍ପାଦନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସ୍ବର୍ଗତ ଭୂୟଁାଙ୍କ ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ବିହନ ପ୍ରମାଣନ ଅଧିକାରୀ ଏକାଦଶୀ ନନ୍ଦ, ପ୍ରାକ୍ତନ ଜିଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ଦାଶ, ଜିଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ମହାପାତ୍ର, ଜିଲା କୃଷି ଅଧିକାରୀ ଅଜୟ କୁମାର ସେନାପତି, ତିର୍ତ୍ତୋଲ ଡିଏଓ ପ୍ରମୋଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତା ଭାବେ ଗୀତା ରଥ, ଅଧ୍ୟାପକ ଭଗବାନ ବିଶ୍ୱାଳ, ସରୋଜ ନାୟକ, ବିଜନ ମହାପାତ୍ର ଓ ଚୈତନ୍ୟ ଚରଣ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶୁଦ୍ଧି ରଞ୍ଜନ ବାରିକ ଅତିଥି ପରିଚୟ ପ୍ରଦାନ ଅବନୀ ବେହେରା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri