Posted inଖେଳ

ବିସିସିଆଇର ଚିନ୍ତା ବଢିଲା

ନୂଆଦିଲ୍ଲୀ,୧୬।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭବନରେ ତାଲିବାନ ପତାକା ଉତ୍ତୋଳନ କରିବା ପରେ ରାଷ୍ଟ୍ରପତି ଅଶରଫ ଘନି ତାଙ୍କ ଇସ୍ତଫା ଘୋଷଣା କରି ଦେଶ ଛାଡିଛନ୍ତି। ଆଫଗାନିସ୍ତାନ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ବହୁ ସଂଖ୍ୟକ ଲୋକ ଦେଶ ଛାଡି ଯାଉଛନ୍ତି। ନିକଟରେ ଆଫଗାନିସ୍ତାନ ତାରକା କ୍ରିକେଟର ରସିଦ ଖାନ ବିଶ୍ୱ ନେତାମାନଙ୍କୁ ନିବେଦନ କରିଥିଲେ ଯେ ସେମାନଙ୍କୁ ମରିବାକୁ ଛାଡିଦିଅନ୍ତୁ ନାହିଁ। ଗତ କିଛି ବର୍ଷ ମଧ୍ୟରେ ଆଫଗାନିସ୍ତାନରେ କ୍ରିକେଟର ବିକାଶ ହୋଇଛି। ଦେଶର ଖେଲାଳିମାନେ ଅନ୍ତର୍ଜାତୀୟ କ୍ରିକେଟରେ ରାଜ୍‌ କରିବା ସହିତ ଆଇପିଏଲ ପରି ବଡ ଲିଗରେ ମଧ୍ୟ ନିଜ ଚମତ୍କାର ଦେଖାଇଥିଲେ। କିନ୍ତୁ ଏବେ ରସିଦ ଖାନ, ମହମ୍ମଦ ନବୀଙ୍କ ପରି ଆଫଗାନିସ୍ତାନ କ୍ରିକେଟରଙ୍କ ପାଇଁ ବିସିସିଆଇ ଟିକେ ଚିନ୍ତିତ ରହିଛି।
ଆଇପିଏଲ ୨୦୨୧ର ଦ୍ୱିତୀୟ ସିଜନ ଆସନ୍ତା ମାସରେ ୟୁଏଇରେ ଖେଳାଯିବ ଏବଂ ଦ୍ୱିତୀୟ ସିଜନରେ ଆଫଗାନିସ୍ତାନ କ୍ରିକେଟରଙ୍କ ଅଂଶଗ୍ରହଣ ଉପରେ ଏକ ପ୍ରଶ୍ନ ଚିହ୍ନ ରହିଛି। ଯଦିଓ ରସିଦ ଏବଂ ନବୀ ଏହି ସମୟରେ ଆଫଗାନିସ୍ତାନରେ ନାହାଁନ୍ତି। ସେ ଇଂଲଣ୍ଡର ହଣ୍ଡ୍ରେଣ୍ଡ ଲିଗରେ ଖେଳୁଛନ୍ତି। ରସିଦ ଟ୍ରେଣ୍ଟ ରକେଟର ପ୍ରତିନିଧିତ୍ୱ କରୁଥିବାବେଳେ ନବୀ ଲଣ୍ଡନ ସ୍ପିରିଟ ପାଇଁ ଖେଳୁଛନ୍ତି। ବିସିସିଆଇ ଏହି ପ୍ରସଙ୍ଗରେ ନଜର ରଖିଛି ଏବଂ ଆଶା କରୁଛି ଯେ ଆଫଗାନିସ୍ତାନ କ୍ରିକେଟରମାନେ ଆଇପିଏଲରେ ଭାଗ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସ୍‌କେର ଜୋହାନ୍ସବର୍ଗ ଫ୍ରାଞ୍ଚାଇଜ୍‌ର ନାମ ଘୋଷଣା

ଚେନ୍ନାଇ, ୨ା୯ (ପି.ଟି.): ଦକ୍ଷିଣ ଆଫ୍ରିକା ଟି୨୦କ୍ରିକେଟ (ଏସ୍‌ଏ ୨୦) ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଲିମିଟେଡ୍‌ (ସିଏସ୍‌କେ-ସିଏଲ୍‌)ର ଜୋହାନ୍ସବର୍ଗଭିତ୍ତିକ ଫ୍ରାଞ୍ଚାଇଜ୍‌ ନାମ ଜୋବର୍ଗ ସୁପର...

ପରଲୋକରେ ଧୋନୀଙ୍କ ମେଣ୍ଟର ଦେବଲ ସହାୟ

ରାଞ୍ଚି,୨୪।୧୧: ବିହାର କ୍ରିକେଟ ଆସୋସିଏସନର ଉପାଧ୍ୟକ୍ଷ ଦେବଲ ସହାୟଙ୍କ ମଙ୍ଗଳବାର ନିଧନ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ଝାଡ଼ଖଣ୍ଡ ରାଞ୍ଚି ସ୍ଥିତ...

ଦୀପ୍ତିଙ୍କ ଦମ୍‌ଦାର ପ୍ରଦର୍ଶନ, ମନ୍ଧାନା ବିଫଳ

ଲଣ୍ଡନ, ୨୨।୮- ଏଠାରେ ଚାଲିଥିବା ଓ୍ବମେନ୍ସ କ୍ରିକେଟ୍‌ ସୁପର୍‌ ଲିଗ୍‌ର ଏକ ମ୍ୟାଚ୍‌ରେ ଭାରତୀୟ ମହିଳା କ୍ରିକେଟର୍‌ ଦୀପ୍ତି ଶର୍ମାଙ୍କ ଦମ୍‌ଦାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦେଖିବାକୁ...

ଟିମ୍‌ ଇଣ୍ଡିଆକୁ ଧକ୍କା ପରେ ଧକ୍କା

ମୁମ୍ବାଇ,୨୨।୭: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତକୁ ଲାଗି ଚାଲିଛି ଝଟ୍‌କା ପରେ ଝଟ୍‌କା। ଯୁବ ଓପନର ଶୁବମାନ ଗିଲଙ୍କ...

ଭୁବନେଶ୍ୱରରେ ସ୍ପେନ୍‌, ନ୍ୟୁଜିଲାଣ୍ଡ ହକି ଦଳ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ ହକି ଲିଗ୍‌ ପାଇଁ ପହଞ୍ଚିଛନ୍ତି ସ୍ପେନ୍‌ ଓ ନ୍ୟୁଜିଲାଣ୍ଡ ହକି ଦଳ। ଉଭୟ ଦଳ ଭାରତ...

୬ ମାସରେ ପଦାର୍ପଣ କଲେ ବିରୁଷ୍କାଙ୍କ ଲାଡ୍‌ଲୀ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଲାଡଲୀ ତଥା ଝିଅ ଭାମିକା ୬ ମାସରେ ପଦାର୍ପଣ କରିଛନ୍ତି। ଏହି...

ସୁପ୍ରିମକୋର୍ଟଙ୍କ ଶରଣରେ ବିସିସିଆଇ

ନୂଆଦିଲ୍ଲୀ,୨୦।୧: ଭାରତରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଗତ ଜୁଲାଇ ୨୭ରେ ଶେଷ ହେବାକୁ ଥିବାବେଳେ ବୋର୍ଡ ସଚିବ ଜୟ ଶାହାଙ୍କ...

୧୬ଥର ଡବ୍ଲୁଡବ୍ଲୁଇ ବିଶ୍ୱଚାମ୍ପିଅନ୍‌ ଛାଡିଲେ କୋହଲିଙ୍କ ଏମିତି ଫଟୋ, ୟୁଜର୍ସ ଦେଖି ହେଲେ ଆଶ୍ଚର୍ଯ୍ୟ

ମ୍ୟାଞ୍ଚେଷ୍ଟର୍‌: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଦୁଇଥରର ଚାମ୍ପିଅନ ଟିମ ଇଣ୍ଡିଆର ସାମ୍ନା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଭାରତର ନଜର ତୃତୀୟ ବିଶ୍ୱକପ ଟାଇଟଲ...

Advertisement
Archives

Model This Week